ବିପୁଳ ମାଓ ସାମଗ୍ରୀ ଜବତ

 

ବିଏସଏଫ୍ ପକ୍ଷରୁ କମ୍ବିଂ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ।
କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୩୬ ବିଏସ୍‌ଏଫ୍ ଜବାନ ମାନେ କମ୍ବିଂ ଅପରେସନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ ପଣ୍ଡ କରିପାରିଛନ୍ତି ।

ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡା ପଞ୍ଚାୟତ ସିକିଗୁଡ଼ା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ପାଇବା ପରେ ବି ଏସ ଏଫ ଜବାନ ମାନେ କମ୍ବିଂ ଅପରେସନ କୁ ଜୋରଦାର କରିଥିଲେ । ଏହି କମ୍ବିଂ ଅପରେସନ ବେଳେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଆଇଇଡି ବିସ୍ଫୋରକ ବିଛାଇଥିଲେ । କିନ୍ତୁ ମାଓବାଦୀଙ୍କ ଏହି ଯୋଜନାକୁ ବିଏସଏଫ୍ ୧୩୬ ବାଟାଲିୟନ ପଣ୍ଡ କରି ଥିବା ଜଣାପଡିଛି ।

ଜଙ୍ଗଲରୁ ୧୮ଟି ଜିଲାଟିନ୍‌, ୧୭ଟି ବ୍ୟାଟେରୀ, ଗୋଟିଏ ସୋଲାର ପ୍ଲେଟ୍‌, ୮ଟି ଡିଟୋନେଟର, ୧୨ ମିଟର ଫିଉଜ୍ ତାର, ୧୫ ମିଟର ବିଦ୍ୟୁତ୍ ତାର, ୯ଟି ତୀକ୍ଷଣ ଲୁହା ଛଡ଼, ୨ କୁରାଡ଼ି, ପାଣି ବୋତଲ,କେନ୍, ଜୋତା, ପଲିଥିନ ଆଦି ସାମଗ୍ରୀ ଜବତ ପରେ ସମଗ୍ର କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ କରିବାକୁ ଘଞ୍ଚ ଜଙ୍ଗଲ ଗୁଡିକ ରେ ଜୋରଦାର ଅପରେସନ ଚାଲିଥିବା ବିଷୟ ବିଏସଏଫ୍ ପକ୍ଷରୁ ସୂଚନା ମିଳିଛି ।


କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *