ପବିତ୍ର ପଞ୍ଚୁକ ଉପଲକ୍ଷେ ଭକ୍ତିମୟ ପରିବେଶ। କାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ଅବସରରେ ଆଜି ସମଗ୍ର କନ୍ଧମାଳ ଜିଲ୍ଲାର ଫୁଲ ବାଣୀ ସହର ର ରାମ ମନ୍ଦିର ଦଧିବାମନ ମନ୍ଦିର, ବିଭିନ୍ନ ମନ୍ଦିର ଗୁଡିକ ରେ ନାମ ସଂକୀର୍ଣ୍ଣ ସହ ଅର୍ଣ୍ଣ ପ୍ରସାଦବଣ୍ଟନ କରାଯାଇ ଭକ୍ତି ଓ ଆସ୍ଥାର ମହଲ ପ୍ରବାହିତ ହେଉଛି। ଦେବଦେବୀଙ୍କ ମନ୍ଦିର ଓ ଗୋବିନ୍ଦ ମନ୍ଦିରଗୁଡ଼ିକରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ଭକ୍ତଜନମାନେ ଗୋବିନ୍ଦଙ୍କ ନାମ ଜପ କରି, ଉପବାସ ଓ ଦୀପ ଦାନ ମାଧ୍ୟମରେ ଏହି ପବିତ୍ର ଦିନକୁ ମନାଉଛନ୍ତି। ମହିଳାମାନେ ଦୀପ ଜଳାଇ ଗୋପାଳଙ୍କ ପାଇଁ ନିଜ ଭକ୍ତି ଅର୍ପଣ କରୁଛନ୍ତି। ସ୍ଥାନୀୟ ମନ୍ଦିରମାନ ସଜାଯାଇଛି ବିଭିନ୍ନ ଫୁଲ ଓ ପ୍ରଜ୍ଞାଳିତ ଦୀପ ଦ୍ୱାରା। ଶିଶୁ ଓ ବୃଦ୍ଧମାନେ ଏକସାଥିରେ ଭକ୍ତି ସଙ୍ଗୀତ ଓ ଭଜନରେ ମଗ୍ନ ହୋଇପାରୁଛନ୍ତି।
ପବିତ୍ର ପଞ୍ଚୁକର ଅନ୍ତିମ ଦିନ କାର୍ତ୍ତିକ ପୂର୍ଣ୍ଣିମା ଦିନରେ, ଭକ୍ତମାନେ ନଦୀ ଓ ସାଗର ସ୍ନାନ କରି ଦୀପଦାନ କରନ୍ତି — ଯାହାକୁ “ପ୍ରଭୁ ଜଗନ୍ନାଥଙ୍କ ପାଇଁ ଅର୍ପଣ” ବୋଲି ମନାଯାଏ।
ଧାର୍ମିକ ମହଲ ମଧ୍ୟରେ ଏହି ପବିତ୍ର ଅବସର ଶାନ୍ତି, ଭକ୍ତି ଓ ମାନବତାର ସନ୍ଦେଶ ସୃଷ୍ଟି କରିଛି।
ଫୁଲବାଣୀରୁ ଶିବାଜୀ ଜେନାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
