ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେବଜେପି ଦଳର ରାଜ୍ୟ ସଭାପତିଙ୍କ ଶୋକ

 

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେବଜେପି ଦଳର ରାଜ୍ୟ ସଭାପତିଙ୍କ ଶୋକ।
ମହାରାଷ୍ଟ୍ର ରାଜନୀତିରେ ଅଜିତ୍ ପାୱାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ମନମୋହନ ସାମଲ ମତବ୍ୟକ୍ତ କରିଛନ୍ତି।


ମହାରାଷ୍ଟ୍ର ତଥା ଦେଶର ରାଜନୀତିରେ ବିରାଟ କ୍ଷତି ଏବଂ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ବରିଷ୍ଠ ରାଜନେତା ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ୍ ପାୱାରଙ୍କ ସମେତ ତାଙ୍କ ସାଙ୍ଗରେ ଥିବା ସଦସ୍ୟ ଓ ସୁୁରକ୍ଷା କର୍ମୀଙ୍କ ବିମାନ ଦୁର୍ଘଟଣାରେ ଅକାଳ ବିଯୋଗ ଘଟିଛି ।

ଏହା ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଘଟଣା । ସ୍ୱର୍ଗତଃ ପାୱାର ଦୀର୍ଘ ୪ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରାଜନୀତିରେ ସକ୍ରିୟ ଥିଲେ । ସେ ମହାରାଷ୍ଟ୍ରରେ ସର୍ବାଧିକ ୬ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ୮ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ମହାରାଷ୍ଟ୍ର ରାଜନୀତିରେ ସ୍ୱର୍ଗତଃ ପାୱାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗରେ ମହାରାଷ୍ଟ୍ର ତଥା ଦେଶର ରାଜନୀତିରେ ବିରାଟ କ୍ଷତି ହେବା ସହ ଅପୁରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିବା ସହ ଶୋକବ୍ୟକ୍ତ କରିଛନ୍ତି ।
ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ ଫୋଟୋ ନିଉଜ ଟାଇମ୍ସ।

Leave a Reply

Your email address will not be published. Required fields are marked *