ସୁନ୍ଦରଗଡ଼ ଜିଲ୍ଲା ଏସପି ଅମ୍ରିତପାଳ କୋର ଙ୍କ ତତ୍ବାବଧାନରେ ରାଜଗାଙ୍ଗପୁର ସହର ର ଐତିହାସିକ ରାମନବମୀ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା , କଡ଼ା ସୁରକ୍ଷା ମଧ୍ୟରେ ସମାପନ ହୋଇଛି।

ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଡିଏସପି ଶାନ୍ତା ନୂତନ ସାମଦ ଏସଡିପିଓ ବିଭୁତି ଭୂଷଣ ଭୋଇ ଥାନା ଅଧିକାରୀ ବିଜୟ କିଶୋର ଦାଶ ଜିଲ୍ଲା ତଥା ରାଜଗାଙ୍ଗପୁର ପୋଲିସ ପ୍ରଶାସନ ୨୬ ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ଜିଲ୍ଲା ରୁ ଏକାଧିକ ପୋଲିସ ଅଧିକାରୀ ମାଜିଷ୍ଟ୍ରେଟ ସଶସ୍ତ୍ର ପୋଲିସ ବାହିନୀ ସୁରକ୍ଷା ବଳ ଗୃହ ରକ୍ଷୀ ପୈରପାଳିକା ଚେୟାରମେନ ଉପାଧ୍ୟକ୍ଷ ପୈରପାଳିକା,

ବିଡ଼ିଓ ତହସିଲ କାର୍ଯ୍ୟାଳୟ ଅଧିକାରୀ ବିଭିନ୍ନ ରାଜନୈତିକ ଦଳ ର ନେତା ଆଖଡ଼ା କମିଟି ର ସଭାପତି ସଦସ୍ୟ ବିଶିଷ୍ଟ ସମାଜସେବୀ ସେଛାସେବି ସଂଗଠନ ଓ ଲାଲବାବା ମଜାର କମିଟି ର ସଭାପତି ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତିରେ ବାବା ତଲାବ ହନୁମାନ ମନ୍ଦିର ରୁ ନିର୍ଧାରିତ ସମୟ ରେ ଶୋଭାଯାତ୍ରା ସହର ପରିକ୍ରମା କରି ଲିପଲେଇ ବଜରଙ୍ଗ ମନ୍ଦିର ନିକଟରେ ଭଷାଣୀ ନିମନ୍ତେ ରଖାଯାଇ ଆଜି ପୂର୍ବାହ୍ନରେ ରେ ପୂଜାର୍ଚ୍ଚନା କରିବା ପରେ ଲିଲଲୋଇ ଅସ୍ଥାୟୀ ପୋଖରୀ ରେ କଡ଼ା ସୁରକ୍ଷା ମଧ୍ୟରେ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୁଚନା ମିଳିଛି।

ଗତକାଲି ରାମନବମୀ ଶୋଭାଯାତ୍ରା ସମୟରେ ସନ୍ଧ୍ୟାରେ ପ୍ରବଳ ବର୍ଷା ହେତୁ ଶୋଭାଯାତ୍ରା ବିଳମ୍ବ ହୋଇଥିଲା।ରାମ ଭକ୍ତ ଭିଜି ଭିଜି ବିଭିନ୍ନ କଲାକୈଶଳ ଓ ଲାଟି ଖେଲ ପ୍ରଦର୍ଶନ କରିଥିଲେ ଉକ୍ତ ଙ୍କ ପାଇଁ ବିଭିନ୍ନ ଛକ ସହର ମୁଖ୍ୟ ରାସ୍ତା ରେ ସରବତ ଲସି ଘୋଲ ଆଇସ୍କ୍ରିମ୍ ସ୍ୱଳ୍ପ ଆହାର ସାଧାରଣ ଲୋକଙ୍କ ପାଇଁ ବିତରଣ କରାଯାଇଥିଲା।
