ମୁଁ ବର୍ଷା ଫଟୋ ନିୟୁଜ, “ନିୟୁଜ ରୁମ” କୁ ସ୍ୱାଗତ କରୁଛି।କଥାରେ ଅଛି “ପଇସା କ୍ୟା ନକରେ କାମ “। ବାଲେଶ୍ୱର ରାଜନୀତି ରେ ପ୍ରତାପ ଷଡ଼ଙ୍ଗୀ ହେଉଛନ୍ତି ବିଜେପି ରେ ଜଣେ ଯୋଗ୍ୟ, ଖାତିସମ୍ପର୍ଣ ନେତା। ଦଳ ତାଙ୍କୁ ବହୁ ପଦ ପଦବୀ ଦେଇଛି। ସେ କିନ୍ତୁ ବର୍ତମାନ ରାଜନୀତି ର ଦୋଛକିରେ ପଡିଛନ୍ତି। ବଜେପି ରେ ପ୍ରତାପ ଷଡ଼ଙ୍ଗୀଙ୍କର କର୍ମୀ ମାନେ ରବୀନ୍ଦ୍ର ଜେନା କିମ୍ବା ତାଙ୍କ ପତ୍ନୀ ତଥା ବସ୍ତା ବିଧାୟକ ପ୍ରଭାଶିନୀ ଜେନାଙ୍କୁ ନେତା ରୂପେ ଗ୍ରହଣ କରିପାରୁନାହାନ୍ତି। କିନ୍ତୁ ବଜେପିର କେନ୍ଦ୍ର ରାଜନୀତି ତାଙ୍କୁ କ୍ରସ ଭୋଟିଙ୍ଗ ଯୋଗୁଁ ଆଗଧାଡିରେ ରଖୁଛି। ଉଭୟ ପ୍ରାୟତଃ କର୍ମୀ ମାନଙ୍କୁ ମନାଇବାରେ ଏକପ୍ରକାର ପାରଙ୍ଗମ ଅଟନ୍ତି। ଏମାନଙ୍କ ଏଣ୍ଟ୍ରି ଏକପ୍ରକାର ପ୍ରତାପ ନନା ଙ୍କ ରାଜନୀତି କୁ ଦୁର୍ବଳ କରିଛି। ସେ ଯାହାବି ହେଉ ବାଲେଶ୍ଵର ଜିଲାର ବିଜେଡି ରାଜନୀତି ରେ ରଘୁ ମହାନ୍ତି ସେକେଣ୍ଡ ଇନିସ ବ୍ୟାଟିଙ୍ଗ ର ସୁଜଗୋ ପାଇଛନ୍ତି। ବସ୍ତା ବିଧାୟିକା ପ୍ରଭାସିନୀ ଜେନା ଏକ ପ୍ରକାର ରଙ୍ଗ ବଦଳାଇ ସବୁଜରୁ ଗେରୁ ହୋଇପାରିଛନ୍ତି। କିନ୍ତୁ ସବୁଜ ରଙ୍ଗର କର୍ମୀ ମାନଙ୍କୁ ରଙ୍ଗ ବଦଳାଇବା ପାଇଁ ସମୟ ଲାଗିବ ବୋଲି ଆମ ନିଜସ୍ୱ ମତ।
ଭୁବନେଶ୍ୱର ରୁ ଫଟୋ ନିୟୁଜ ଟାଇମ୍ସ ର ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ।
ପ୍ରତାପ ଷଡ଼ଙ୍ଗୀଙ୍କର କର୍ମୀ ମାନେ ବର୍ତମାନ ରାଜନୀତି ର ଦୋଛକିରେ ପଡିଛନ୍ତି।
