ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଅଷ୍ଟମ ପୋଷଣ ମାସ-୨୦୨୫ ମହା ସମାରୋହରେ ପାଳିତ।

ପୋଷଣ ଅଭିଯାନରେ ରାଜ୍ୟରେ ୫୪.୮୧ ଲକ୍ଷ ଅଧିକ ବିଷୟଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ସନ୍ତୁଳିତ ଆହାର ଓ ଉନ୍ନତ ଜୀବନଶୈଳୀ ସୁସ୍ଥ ଶରୀରର ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରକ। ଆମର ଉତ୍ତମ ଅଭ୍ୟାସ ଆମ ଉତ୍ତରପିଢିକୁ ପ୍ରେରଣା ଯୋଗାଏ । ମହିଳା ଓ ଶିଶୁମାନଙ୍କୁ ସଠିକ ପୋଷଣ ବିକଶିତ ଭବିଷ୍ୟତର ମୂଳଦୁଆ ବୋଲି ଆଜି “ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଅଷ୍ଟମ ପୋଷଣ ମାସ” ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନ ସମ୍ମେଳନ କକ୍ଷରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଅଷ୍ଟମ ପୋଷଣ ମାସ -୨୦୨୫ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚଳିତ ବର୍ଷ ପୋଷଣ ମାସରେ ସମୂହ ସଚେତନତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ନିମନ୍ତେ କ୍ଷେତ୍ର ଅଧିକାରୀମାନେ ପ୍ରୋତ୍ସାହିତ ହୋଇଥିଲେ। ଏହି ଏକମାସ ଧରି ସଚେତନତା ଅଭିଯାନରେ ପ୍ରମୁଖ ବିଷୟବସ୍ତୁ ଯେପରିକି ମେଦବହୁଳତା ରୋକିବା ପାଇଁ ଖାଦ୍ୟରେ ଚିନି ଓ ତେଲ ଜାତୀୟ ଉପାଦାନ କମ୍ କରିବା, ଆଦ୍ୟ ଶୈଶବ ଅବସ୍ଥାରେ ଶିଶୁର ଯତ୍ନ ଓ ଶିକ୍ଷା ଓ ପୋଷଣ ପଢ଼ାଇ କରି , ନବଜାତ ଓ ଶିଶୁଙ୍କ ଖାଦ୍ୟାଭ୍ୟାସ, ପୁରୁଷଙ୍କ ସହଭାଗିତା, ସମନ୍ୱୟମୂଳକ ପଦକ୍ଷେପ ଓ ଡିଜିଟାଲିକରଣ, ସ୍ୱଦେଶୀ ପାଇଁ ସ୍ୱରକୁ ତୃଣମୂଳ ସ୍ତରର ସଶକ୍ତିକରଣ ଓ ଆତ୍ମନିର୍ଭରତା କରାଯାଇଅଛି। ପ୍ରମୁଖ ବିଷୟବସ୍ତୁ ଉପରେ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ିରୁ ଆରମ୍ଭ କରି ଆଇସିଡ଼ିଏସ ସେକ୍ଟର,ପ୍ରକଳ୍ପ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସମୂହ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସାରା ରାଜ୍ୟରେ ୫୪,୮୧,୯୫୨ ଗୋଟି ବିଷୟଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ହୋଇଛି ।
ପ୍ରଭାତୀ ପରିଡାଙ୍କ ଦିଗଦର୍ଶନରେ ଶିଶୁଙ୍କ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସମନ୍ୱୟମୂଳକ ପଦକ୍ଷେପ ଓ ଡିଜିଟାଲିକରଣରେ ଶିଶୁଙ୍କ ଆପାର ଆଇଡି(APAAR ID) କରାଯାଉଛି।
ଏହି କାର୍ଯ୍ୟକ୍ରମରେ ସହଯୋଗୀ ବିଭାଗ ଜଙ୍ଗଲ- ପରିବେଶ ଓ ଜଳବାୟୁ ପରିବର୍ତ୍ତନର ସ୍ଵତନ୍ତ୍ର ସଚିବ- ଜ୍ଯୋତି ଏମ. ପ୍ରଧାନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ- ଗୀତାଞ୍ଜଳି ନାଏକ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସ୍ମୃତିଜିତ ପଟ୍ଟନାୟକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ- ଦାରିଦ୍ର୍ଯଭଞ୍ଜନ ମହାପାତ୍ର ,ଉଚ୍ଚ ଶିକ୍ଷା ବିଭାଗର ଡେପୁଟି ସଚିବ ରଜତ କୁମାର ମାନସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଡେପୁଟି ସଚିବ ସଙ୍ଘମିତ୍ରା ବେହେରା ପ୍ରମୁଖ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲାରୁ ଆସିଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀବୃନ୍ଦ, ପୋଷଣ ଜିଲ୍ଲା ସଂଯୋଜକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀବୃନ୍ଦ ଓ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ। ଶେଷରେ ମହିଳା ଓ ଶିଶୁ ବିଭାଗର ଅତିରିକ୍ତ ସଚିବ ଏନ.ସି ଜ୍ୟୋତିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଭୁବନେଶ୍ୱର ରୁ ତନୁଜା ମହାନ୍ତି ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *