ବିଜେପି ତାର ୪୦ ଜଣିଆ ଷ୍ଟାର ପଚାରକ ତାଲିକା ପ୍ରକାଶ କରିଛି।

ନୂଆପଡା ଉପନିର୍ବାଚନ ହେଉଛି ରାଜ୍ୟର ପ୍ରମୁଖ ଖବର। ବିଜେପି ତାର ୪୦ ଜଣିଆ ଷ୍ଟାର ପଚାରକ ତାଲିକା ପ୍ରକାଶ କରିଛି। ଏଥିରେ ହେବିୱେଟ ନେତା ମାନେ ଅଛନ୍ତି। ନୂଆପଡାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ
“ନୁଆପଡାର ସାମଗ୍ରିକ ବିକାଶ ଦାୟୀତ୍ୱ ମୁଁ ନେଇଛି”।
“ବିଜେପିର ଅନ୍ୟ ନାଁ ବିକାଶ” କହିଛନନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ନୂଆପଡାବାସିଙ୍କ ସ୍ୱପ୍ନକୁ ପୁରଣ କରିବେ ଜୟ ଢୋଲକିଆ ବୋଲି ଦୃଢ଼କ୍ତି ଦେଇଛନ୍ତି। ଜୟ ଢୋଲକିୟା କହିଛନ୍ତି ସେ ତାଙ୍କ ପିତାଙ୍କ ସ୍ୱପ୍ନକୁ ପୁରଣ କରିବେ। ନୂଆପଡା ଦେଖିବ ଡବଲ ଇଞ୍ଜିନ ସରକାରର ବିକାଶର ଗତି। ହଜାର ହଜାର ସଂଖ୍ୟକ କର୍ମୀ ବିଜେଡ଼ି ଛାଡି ବିଜେପିରେ ମିଶିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ୧୧ ହଜାର କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହେଇଛି।କିନ୍ତୁ ନୂଆପଡା ବାସୀଙ୍କ ପ୍ରଶ୍ନ ଡବଲ ଇଞ୍ଜିନ ସରକାରରେ କଣ କେହି ପାର୍ଥି ମିଳିଲେନି ଯେ ବିଜେଡ଼ରୁ ପାର୍ଥି ଆମଦାନୀ କରିଛନ୍ତି।
ବାସ୍ତବରେ କଣ ବସନ୍ତ ପଣ୍ଡାଙ୍କ ଟିମ ଜୟ ଢୋଲକିୟା ଙ୍କ ପାଇଁ କାମ କରିବେ। ଏଣ୍ଡୁଅ ରଙ୍ଗ ବଦଳାଇଲା ଭଳି ଜୟ ଢୋଲକିୟା ରଙ୍ଗ ବଦଳାଇବେ। କିନ୍ତୁ ନୂଆପଡାର ସ୍ୱାଭିମାନୀ କର୍ମୀ ମାନେ କଣ ୟାକୁ ଗ୍ରହଣ କରିବେ। ବାସ୍ତବରେ ସ୍ୱାଭିମାନି ମାନେ ହୁଏତ ବିଜେଡିକୁ ପସନ୍ଦ ନକରି ପାରନ୍ତି। ଏହାର ବିକଳ୍ପ କଂଗ୍ରେସ ହୋଇପାରେ। ଆଜି ଦିନରେ ସରକାରୀ ଦଳ, ସରକାରୀ କଳ, ଷ୍ଟାର ପଚାରକ, ପଡୋଶୀ ରାଜ୍ୟ ଛତିଶଗଡ଼ର ସହାୟତା ଏବଂ ବିଜେଡିର ପ୍ରାଥୀନି ସ୍ନେହାଙ୍ଗିନୀ ଛୁରିଆଙ୍କ ନିର୍ବାଚନୀ ଯୁଦ୍ଧ ରେ ଥିବା ଆନ୍ତରିକତା କୁ ପାର୍ଥୟ କରିବ ଜୟ ଢୋଲକିୟା ଙ୍କ ବିଜୟ। ଜୟ ଢୋଲକିୟା ଙ୍କ ବିଜେଡିରୁ ବିଜେପି ଦଳକୁ ଜମ୍ପ ମାରିବା ଏକ କୋଇଲା ସଦୃଶ। ଯେତେ କ୍ଷୀରରେ ଧୋଇଲେ ମଧ୍ୟ ଏହାର ରଙ୍ଗ କେବେବି ସ୍ଵଛ ହୋଇପାରିବ ନାହିଁ ବୋଲି ବିଜେଡ଼ି ର ସମର୍ଥକ ମାନେ ମତ ଦେଉଛନ୍ତି। ଆମ ପ୍ରତିନିଧିଙ୍କୁ ବାସ୍ତବ କ୍ଷେତ୍ରରେ ମିଳିଥିବା ସୂଚନା ଅନୁଯାୟୀ ଏହା ହେବ ତ୍ରିକୋଣୀୟ ନିର୍ବାଚନ। କଂଗ୍ରେସର ଭୋଟ ପ୍ରାୟତଃ ପ୍ରଭାବିତ ହେବ ନାହିଁ। ବାକିରହିଲା ବିଜେପି ଏବଂ ବିଜେଡିର ଭୋଟ। ଯଦି ଏହି ଲଢେଇ ରେ ବିଜେଡ଼ି ଆତ୍ମୀୟତା ନଦେଖାଏ ତାହେଲେ ବିଜେପି ଜିତିବାର ଆଶା ଅଧିକା। ଯଦି ତିନି ପ୍ରମୁଖ ଦଳ ମୈଦାନରେ ଲଢେଇ କରନ୍ତି କଂଗ୍ରେସ ଦଳ ଜିତିବାର ସମ୍ଭାବନାକୁ ଏଡାଇ ଦୀଆଯାଇନପାରେ। ପୂର୍ବତନ ବିଧାୟକ ସ୍ବର୍ଗତ ରାଜୁ ଭାଇ ଢୋଲକୀୟାଙ୍କ ଅଧୁରା ସ୍ୱପ୍ନକୁ କଣ ଜୟ ଢୋଲକିୟା ପୁରଣ କରିପାରିବେ। ତାଙ୍କର ବୟସ ଏବଂ ରାଜନୈତିକ ଅନୁଭବ କଣ କୁରୁଖା ନେତାମାନଙ୍କୁ ସନ୍ତୁଷ୍ଟ କରିପାରିବ, ଏହା ହେଉଛି ରାଜନୈତିକ ସମୀକ୍ଷକ ମାନଙ୍କ ପ୍ରଶ୍ନ।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *