ସାଲୁଙ୍କି ଜଳସେଚନ ପ୍ରକଳ୍ପ ଚାଷୀ ନା ଠିକାଦାରଙ୍କ ପାଇଁ।

ବୌଦ୍ଧ ଜିଲ୍ଲାରେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକମାନଙ୍କ ସମସ୍ୟା ଏବଂ ଅଞ୍ଚଳ ବାସୀଙ୍କ ପାଇଁ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରୁଥିବା ଯୋଗୁଁ କାର୍ଯ୍ୟ ତଦାରଖ କରିଛନ୍ତି।

ବୌଦ୍ଧ ବ୍ଲକ୍ ମୁରୁଶୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ତେତେଲେଙ୍ଗା ଗ୍ରାମର ଚାଷୀ ମାନଙ୍କ ପାଇଁ ଅଭିଯୋଗ କ୍ରମେ ସେ ଚାଷ ଜମି କୁ ଜଳ ସେଚନ ପାଇଁ ରହିଥିବା କେନାଲକୁ ପରିଦର୍ଶନ କରି ସମସ୍ୟା ବିଷୟରେ ଅବଗତ ହେବା ସହ ଖୁବ୍ ଶୀଘ୍ର ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l
ସୂଚନା ଯୋଗ୍ୟ ଯେ ସାଲୁଙ୍କି ଜଳ ସେଚନ ପ୍ରକଳ୍ପ ର ଡାହାଣ ପାର୍ଶ୍ଵ ବଡ଼ିଗାଁ ଶାଖା କେନାଲ ରୁ ବୁଟୁପାଲି ଶାଖା କେନାଲ ରୁ ତେତେଲେଙ୍ଗା ଉପ ଶାଖା କେନାଲ ମାଧ୍ୟମରେ ଜଳ ସେଚନ ହୋଇଥାଏ l ପ୍ରତିବର୍ଷ ଏହି କେନାଲ ରେ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଜଳ ସେଚନ ହୋଇଥାଏ l ଫଳ ରେ ଚାଷୀ ମାନେ ରବି ଚାଷ ରେ ବିଭିନ୍ନ ପନିପରିବା ପ୍ରତିପୋଷଣ କରିଥାନ୍ତି l ତେବେ ଚଳିତ ବର୍ଷ ଜାନୁଆରୀ ମାସରୁ ଉକ୍ତ କେନାଲରେ ଜଳ ଯୋଗାଣ ହୋଇନଥିବାରୁ ରବି ଜାତୀୟ ଫସଲ କରି ପାରିନାହାନ୍ତି l ଏନେଇ ପୂର୍ବରୁ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ l ବିଧାୟକ କ୍ଷେତ୍ର ପରିଦର୍ଶନ କରିବା ସହ ଖୁବ୍ ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l କାର୍ଯ୍ୟକ୍ରମରେ ସାଳୁଙ୍କି ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ନରେଶ ବାରିକ , ବୌଦ୍ଧ ବିଡ଼ିଓ ଯୁଧିଷ୍ଟିର ମେହେର ଓ ଅଞ୍ଚଳ ର ଚାଷୀ ମାନେ ଉପସ୍ଥିତ ଥିଲେ।

ବୌଦ୍ଧ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ l ପ୍ରାରମ୍ଭରେ ବିଡ଼ିଓ ଯୁଧିଷ୍ଠିର ମେହେର ସମସ୍ତଙ୍କୁ ସ୍ବାଗତ କରିବା ସହ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ l ବୈଠକ ରେ “ବିକଶିତ ଗାଁ ବିକଶିତ ଓଡିଶା” ଯୋଜନାର ପ୍ରକଳ୍ପ ଗୁଡିକ ଉପରେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିଲା l ଏହି ବୈଠକ ରେ ବ୍ଲକ୍ ଉପାଧ୍ୟକ୍ଷାଙ୍କ ସମେତ ବ୍ଲକ୍ ଅନ୍ତର୍ଗତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମିତି ସଭ୍ୟ ଓ ସରପଞ୍ଚ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l


ସେ ଯାହାବି ହେଉ କାଳବୈଶାଖୀର ସହାୟତା ପାଇଁ ସରକାର ସଚେତନ ରହିବା ଦରକାର।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖୀ ଯୋଗୁ ଘଡଘଡି ସହ ବର୍ଷା l ବୁଧବାର ଅପରାହ୍ନରେ ହଟାତ କଳା ହାଣ୍ଡିଆ ମେଘ ଘୋଟି ଆସିଥିଲା l ବିଜୁଳି ମାରିବା ସହ ତୁହାକୁ ତୁହା ପାଖା ପାଖି ୧ ଘଣ୍ଟା ବର୍ଷା ହୋଇଥିଲା l କାଳ ବୈଶାଖୀ ଯୋଗୁ ଭୀଷଣ ପବନ ହେବା ଫଳରେ ରାସ୍ତା ଉପରେ କିଛି ଗଛ ଭାଙ୍ଗି ପଡିବା ସହ କେତେକ ସ୍ଥାନରେ ଘର ଆଜବେଷ୍ଟ୍ ପବନରେ ଉଡ଼େଇ ନେଇ ଭାଙ୍ଗି ଦେଇ ଥିବା ଦେଖିବାକୁ ମିଳିଛି l
କଣ୍ଟାମାଲ ଅଗ୍ନିଶମ ବାହିନୀ ଓ ଲୋକେ ଗଛକୁ କାଟି ରାସ୍ତା ସଫା କରିଥିଲେ l ତେଵେ କିଛି ଦିନ ହେବ କଣ୍ଟାମାଳ ରେ ଗ୍ରୀଷ୍ମ ର ପ୍ରକୋପ ବଢିବା ରେ ଲାଗିଛି l
ବୌଦ୍ଧ ଜିଲ୍ଲା ଫଟୋ ନ୍ୟୁଜ ଟାଇମସ୍ ର ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ୍।

ସାଲୁଙ୍କି ଜଳସେଚନ ପ୍ରକଳ୍ପ ଚାଷୀ ନା ଠିକାଦାରଙ୍କ ପାଇଁ।

Leave a Reply

Your email address will not be published. Required fields are marked *