ଦକ୍ଷିଣାଞ୍ଚଳ ଆଇଜି କାର୍ଯାଳୟ ରେ ସୁଧୀର ପାତ୍ର ହତ୍ୟା ଘଟଣା ର ସାମ୍ବାଦିକ ସମ୍ମିଳନୀ।

ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଅଞ୍ଚଳର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଅପହରଣ ପରେ ହତ୍ୟା ଘଟଣା । ଗତକାଲି ପୋଲିସ ବ୍ୟବସାୟୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରିଥିଲା । ଆଜି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମୃତ ବ୍ୟବସାୟୀଙ୍କ ପୁତୁରା, ଝିଆରୀ, ତାଙ୍କ ପୁରୁଷ ବନ୍ଧୁ ସମେତ ମୋଟ 9ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଏହି ଘଟଣାରେ ଅପହରଣ ସମୟରେ ବ୍ୟବହୃତ ହୋଇଥିବା ମାଉଜର ସମେତ 15ଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ । ତେବେ ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୋଲିସ ।

ଗିରଫ ଅଭିଯୁକ୍ତମାନେ ହେଲେ ମୃତ ସୁଧୀର ପାତ୍ରଙ୍କ ଝିଆରୀ ନିବେଦିତା ପାତ୍ର, ପୁତୁରା ତୁଷାର କୁମାର ପାତ୍ର, ନିବେଦିତାଙ୍କ ବୟଫ୍ରେଣ୍ଡ୍ କାଳିଆ ଓରଫ କାଳୁ ଚରଣ ପ୍ରଧାନ, କାଳୁର ସହଯୋଗୀ ହିଞ୍ଜିଳିକାଟୁ ରାଳବ ଅଞ୍ଚଳର ଜିତୁନ ପଲେଇ, ବୁଗୁଡ଼ା ଥାନା ରାମଣ୍ଡା ଅଞ୍ଚଳର କମଳ ଓରଫ ନାରାୟଣ ପ୍ରଧାନ, ବୁଗୁଡ଼ା ଥାନା ବି.ବ୍ରହ୍ମପୁର ଅଞ୍ଚଳର ଟୁଲୁ ଓରଫ ଆଶିଷ ମହାପାତ୍ର, ହିଞ୍ଜିଳିକାଟୁ ଖରିଡା ଗ୍ରାମର ଶୁଭମ୍ ନାୟକ, ହିଞ୍ଜିଳିକାଟୁ ସାରୁ ଅଞ୍ଚଳର ଶୁଭମ୍ ଗୈଡ, ସୁରତ ଅଞ୍ଚଳର ଗୋଲୁ ଓରଫ୍ ଲମ୍ବୁ ଓରଫ ସୂର୍ଯ୍ୟ ପ୍ରତାପ ସିଂ ।


ବ୍ରହ୍ମପୁର ରୁ ପୁପୁନ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *