ଅବହେଳିତ ବିରଳ ମୂର୍ତ୍ତୀ, ପ୍ରାଚୀନ କୀର୍ତ୍ତିରାଜି ପୁନଃବୁଦ୍ଧାର। ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ସମୟରେ ଦରଗାଁ ଗ୍ରାମ ପାଖରେ ଏକ ବିରଳ ମୂର୍ତ୍ତୀ ଉଦ୍ଧାର ହୋଇଥିଲା। ଡ୍ୟାମ ଭିତରୁ ସ୍ଥାନୀୟ ଲୋକେ ମୂର୍ତ୍ତୀକୁ ଉଦ୍ଧାର କରି ନିଜ ଗାଁ ପାଖରେ ରଖି ପୂଜା କଲେ l ଲୋକେ ବିଶ୍ୱାସ କୁ ଅନୁଧ୍ୟାନ କଲେ ଏହି ମୂର୍ତ୍ତୀକୁ ଶ୍ରୀରାମଙ୍କ ବୋଲି ପୂଜା କରୁ ଥିବା ବେଳେ କିଛି ଲୋକ ଧୁନକି ବୁଢ଼ା ବୋଲି ମଧ୍ୟ ଦୃଢ଼ ବିଶ୍ୱାସ ରହିଅଛି l

କିନ୍ତୁ କିଛି ଦିନ ତଳେ ଖଡିଆଳ ସ୍ଵୟଂ ଶାସିତ ମହା ବିଦ୍ୟାଳୟର ଗବେଷଣା ଓ ପତ୍ନତାତ୍ଵିକ ବିଭାଗ ମୁଖ୍ୟ ଅଧ୍ୟାପକ ରଣବୀର ସିଂ ମୂର୍ତ୍ତୀର ସର୍ଭେ କରି ଇତିହାସ ସହ ସମ୍ପର୍କ ଉପରେ ଗବେଷଣା କରିଥିଲେ। ଏହା ଏକ ସତୀ ପଥର ବା ହିରୋ ଷ୍ଟୋନ ବୋଲି କହୁଛନ୍ତି l ମୂର୍ତ୍ତୀରେ ଏକ ଧନୁର୍ଦ୍ଧlରୀ ଥିବା ବେଳେ ଉପରେ ସୂର୍ଯ୍ୟ, ଚନ୍ଦ୍ର ଓ ହାତ ପାପୁଲିର ଚିତ୍ର ଅଛି l ଜିଲ୍ଲା ରେ ଏହି ଇତିହାସ ଉଜ୍ଜିବିତ କରିବାକୁ ବିଭିନ୍ନ ମହଲ ରେ ଦାବୀ ଦେଉଅଛିଫଟୋ ନିୟୁଜ ଟାଇମ୍ସ ବ୍ୟୁରୋ।
