ରାୟଗଡ଼ା ଜିଲ୍ଲା ଗୁଣପୁର ସବ୍ ଡିଭିଜନର ରାମନଗୁଡା ବ୍ଳକରେ ଚାକୁଣ୍ଡ ଠାରେ ଦକ୍ଷିଣ ଓଡ଼ିଶା ପାଚିକା ସହାୟିକା ସଙ୍ଘ ଅର୍ଥାତ୍ AICCTU ତରଫରୁ AICCTU ର ଉପଦେଷ୍ଟା ଶ୍ରୀ ତିରୁପତି ଗମାଙ୍ଗଙ୍କ ନେତୃତ୍ବରେ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା
ସଙ୍ଘର ମହିଳାମାନେ ଏକ ମିଳିତ ମଞ୍ଚ କରିଥିଲେ। ସେଠାରେ 15ରୁ20ଟି ପଞ୍ଚାୟତର ମଧ୍ୟାହ୍ନ ଭୋଜନ ପାଚିକା ସହାୟକା ସଙ୍ଘର ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ। ସେମାନଙ୍କର 16 ଦଫା ଦାବିକୁ ମଞ୍ଚରେ ଉପସ୍ଥାପନ କରିଥିଲେ। ଦାବିଗୁଡିକୁ ହେଲା ଦୈନିକ କାର୍ଯ୍ୟ 10 ଘଣ୍ଟାକୁ ବଢ଼ାଇବା ବନ୍ଦ କରାଯାଉ , କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ 2009 ଡ଼ିସେମ୍ବର ଠାରୁ 2017 ଡ଼ିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର 40% ଭାଗ ବକେୟା ପାରିଶ୍ରମିକ ପ୍ରଦାନ କରିବା , ପାଚିକାଙ୍କୁ ପ୍ରତି ମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରିବା, ପାଚିକାମାନଙ୍କର ଗତ4 ବର୍ଷର ବକେୟା ଶାଢ଼ୀ ପ୍ରଦାନ ସହିତ ବର୍ଷକୁ ଦୁଇ ହଳ ଶାଢ଼ୀ ପ୍ରଧାନ କରିବା, ସାମାଜିକ ନିରାପତ୍ତା ବୀମାଭୁକ୍ତ କରିବା ଓ ଅନେକ ଗୁଡ଼ିଏ ଦାବିକୁ ନେଇ ଚର୍ଚ୍ଚା କରିଥିଲେ। ଏହି ଦାବିଗୁଡିକୁ ନେଇ ଆସନ୍ତା ମାସ ଅର୍ଥାତ୍ ଡ଼ିସେମ୍ବର 3,4,ଓ 5 ତାରିଖରେ ରାଜଧାନୀ ଭୁବନେଶ୍ବରରେ ଏକ ବଡ଼ ଧରଣର ଆନ୍ଦୋଳନ କରିବୁ ବୋଲି ଜଣାଇଛନ୍ତି। ଏହି ମଞ୍ଚରେ ପାର୍ବତୀ ଶବର , ଦେବକୀ ଶବର , ପୁଷ୍ପାଞ୍ଜଳି ପାଣିଗ୍ରାହୀ , ଗୀତାଞ୍ଜଳି ପଟ୍ଟନାୟକ , ଉର୍ମିଳା କଣ୍ଡାଗରି , ଫୁଲ ଶବର , ଦୀପ୍ତି ବେଵରିଆ , ରୁକୁଣା ଶବର , ବୀଜୟଲକ୍ଷ୍ମୀ ଶବର , ଅନୀତା ଶବର , ବୁଡୁ ମାଣ୍ଡାଙ୍ଗି , ସରସ୍ୱତୀ ଦଳପତି , ହେମଲତା ଗୈଡ ,ଦ୍ରୈପଦି ଉଲାକା , ରାଜେନ୍ଦ୍ର ମାଝୀ ଓ ଅନେକ ମହିଳା ଉପସ୍ଥିତ ଥିଲେ।
ମାସିକ 26 ହଜାର ଟଙ୍କା ଦରମା ଦାବୀ କରି ମିଳିତ ପାଚିକା ଓ ସହାୟିକା ଶ୍ରମିକ ସଂଗଠନର ବିଧାନସଭା ଅଭିଯାନ ଆରମ୍ଭ କରାଯିବ।
ଗୁଣପୂରରୁ ଗଣେଶ କୋଲା ଏବଂ ହୃଷିକେଶ ପାତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
