ପୁଣୀ ଆଉ ଏକ ପ୍ରେମୀ ଯୁଗଳଙ୍କୁ କଙ୍ଗାରୁ କୋର୍ଟ ପରି ନିୟମ ଛାଟ ବାଜିଲା

ପୁଣୀ  ଆଉ ଏକ ପ୍ରେମୀ ଯୁଗଳଙ୍କୁ କଙ୍ଗାରୁ କୋର୍ଟ ପରି ନିୟମ ଛାଟ ବାଜିଲା।ଗାଁ ଦାଣ୍ଡରେ ସମସ୍ତଙ୍କ ସାମ୍ନାରେ ବଳଦ ଭଳି ପୁଅ ଓ ଝିଅ ବେକରେ ଜୁଆଳି ପଡ଼ି ହଳ ବୁଲିଲା ଓ ସେମିତି ଉଭୟ ପ୍ରେମୀ ଯୁଗଳଙ୍କୁ ଦଣ୍ଡ ଦିଆଯାଇଛି । ଏହିପରି ଏକ ଅଭାବନୀୟ ମାମଲା ସାମନା କୁ ଆସିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବୋରିଗି ପଂଚାୟତ ପେଦା ଇଟିଗି ଗାଁରେ ଘଟିଛି। ଉଭୟେ ସମ୍ପର୍କରେ ଗୋଟିଏ ବଂଶ ର ଭାଇ-ଭଉଣୀ ହୋଇଥିବାରୁ ଆଦିବାସୀ ସମାଜର ପ୍ରଥା ଅନୁସାରେ ଏଭଳି ଦଣ୍ଡ ଦିଆଯାଇଥ‌ିବା ଜାଣିବାକୁ ପାଇଲୁ। ଗ୍ରାମର ଲୋକ ମାନେ ତାଙ୍କୁ ଡ଼କାଇ ଶୁଦ୍ଧି କ୍ରିୟା ପାଳନ କରାଯାଇଥିଲା।ଚାଷ କରୁଥୂବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ନାଲାମିଟିକି ଗ୍ରାମର 21 ବର୍ଷର ପୁଅ ହରି ପଡ଼ିକା (ଛଦ୍ମ ନାମ )ଓ ପେଡାଇଟିକି ଗ୍ରାମର 19 ବର୍ଷର ଝିଅ ରାସ ପଡ଼ିକା (ଛଦ୍ମ ନାମ)ବୋଲି ସୂଚନା ମିଳିଛି। ଉଭୟେ ସମ୍ପର୍କରେ ଭାଇ-ଭଉଣୀ ହୋଇଥିବାରୁ ଆଦିବାସୀ ସମାଜର ପ୍ରଥା ଅନୁସାରେ ଏଭଳି ଦଣ୍ଡ ଦିଆଯାଇଥ‌ିବା ଜଣାପଡିଛି।ଦୁହେଁ ଗତ ରଥ ଯାତ୍ରା ରେ  ଭଲ ପାଇଁ ବାହା ହୋଈ ବାହାରକୁ ପଳାଇ ଥିଲେ। ଗାଁକୁ ଆସିବା ପରେ ପ୍ରାୟଶ୍ଚିତ ପାଇଁ ଓ  ଶୁଦ୍ଧି କ୍ରିୟା ପାଳନ କରାଯାଇଥିଲା। ଗାଁ ମଝୀରେ ସମସ୍ତଙ୍କ ଉପସ୍ଥିତରେ ଉଭୟଙ୍କୁ ଜୁଆଳି ପକାଇ ହଳ କରାଯାଇଛି। ସୂଚନା ଅନୁଯାୟୀ ଗୋଟିଏ ବଂଶ ର ଭାଇ ଭଉଣି ବାହା ହୋଇ ରହିପରିବେନି। ଆଦିବାସି ସଂପ୍ରଦାୟର ନିୟମ ସେମାନେ କରିଥିବା ଭୁଲ ଯୋଗୁଁ ଗ୍ରାମରେ ଦୁର୍ଭିକ୍ଷ ସୃଷ୍ଟି ହୋଇ ପାରେ। ପ୍ରେମ ପାଇଁ ଓ ଗ୍ରାମର ଭଲ ପାଈଁ ଶେଷରେ ରାଜି ହୋଇଥିଲେ ପ୍ରେମୀ ଯୁଗଳ। ଗାଁର ସମସ୍ତେ ଚାରିପଟ ଠିଆ ହୋଇ ଦେଖୁଥିଲେ ମଝିରେ ବଳଦ ହୋଇ ଲଙ୍ଗଳ ବୁଲାଇଲେ ପ୍ରେମୀ ଯୁଗଳ। ହଳ ବୁଲିବା ପରେ ଜଣେ ବୃଦ୍ଧ ଆଦିବାସୀ ଝିଅ ଓ ପୁଅଙ୍କ ମୁଣ୍ଡରେ ଏବଂ ପାଦରେ ଜଳ ପକାଇ ଶୁଚି ଶୁଦ୍ଧି କରୁଥିବା ଭିଡିଓ ରେ ଦେଖ‌ିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *