ବିଶ୍ୱ ପ୍ରସିଦ୍ଧ ସିଦ୍ଧ ବିନାୟକ ପଞ୍ଚମା ଗଣେଶ ମନ୍ଦିରକୁ ମନ୍ତ୍ରୀ ବିଭୁତି ଜେନାଙ୍କ ପରିଦର୍ଶନ।
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ରଙ୍ଗେଈଲୁଣ୍ଡା ବ୍ଲକ ରେ ଥିବା ବିଶ୍ୱ ପ୍ରସିଦ୍ଧ ସିଦ୍ଧ ବିନାୟକ ପଞ୍ଚମା ମନ୍ଦିର ରେ ମନ୍ତ୍ରୀ ବିଭୁତି ଜେନା ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏଠି ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ଗଣେଶ ଚତୁର୍ଥୀ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଅଛି। ଆଜି ଭୋର ୩ ଟା ସମୟରେ ମନ୍ଦିରର କବାଟ ଖୋଲାଯାଇଥିଲା । ଏହାପରେ ଗଣେଶଙ୍କ ମାର୍ଜଣା, ମଙ୍ଗଳଆଳତୀ ପରେ ବିଭିନ୍ନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ।

ଗଣେଶଙ୍କ ପୂଜାର୍ଚ୍ଚନା ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା , ଭୋର ୫ ଟାରେ ଗଜାନନଙ୍କୁ ଦର୍ଶନ କରିଥିଲେ ଭକ୍ତ ମାନେ । ରାତି ୧୦ ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲାହେବାକୁ ଥିବା ବେଳେ ଭୋରରୁ ହିଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ରାଜ୍ୟ ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୁଷଣ ଜେନା , ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ , ସୋରଡ଼ା ବିଧାୟକ ନୀଳ ବିଷୋୟୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ପ୍ରମୁଖ ସିଦ୍ଧି ବିନାୟକଙ୍କ ଦର୍ଶନ କରିଥିଲେ।

ତେବେ ଚଳିତ ବର୍ଷ ଏକ ନିଆରା ଦୃଶ୍ୟ ମନ୍ଦିର ବେଡାରେ ଦେଖିବାକୁ ମିଳିଥିଲା । ମହୁରୀ ଗଡ଼ ଅଞ୍ଚଳରେ ପଞ୍ଚମା ରହିଥିବା ଯୋଗୁଁ ଏହି ଗଡ଼ରେ ଅଷ୍ଟଶମ୍ଭୁଙ୍କ ମିଳନ ଗତକାଲି ରାତିରେ ହୋଇଥିଲା । ମିଳନ ପରେ ଅଷ୍ଟଶମ୍ଭୁଙ୍କୁ ନେଇ ସିଦ୍ଧ ବିନାୟକଙ୍କ ପୀଠରେ ସ୍ଥାନିତ କରାଯାଇଥିଲା । ଯାହାଫଳରେ ଭକ୍ତ ମାନେ ଅଷ୍ଟଶମ୍ଭୁଙ୍କୁ ଦର୍ଶନ କରିବା ପରେ ଗଜାନନଙ୍କୁ ଦର୍ଶନ କରିଥିଲେ ।

ଗଣେଶ ଚତୁର୍ଥ ଅବସରରେ ମନ୍ଦିର ପରିସରରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ପ୍ରଶାସନ ଓ ମନ୍ଦିର ପରିଚାଳନା ପକ୍ଷରୁ ବ୍ୟାରିକେଡ଼ ଓ ସୁରକ୍ଷା ବ୍ୟବସ୍ଥା ଭଲ ଭାବେ କରାଯାଇଥିଲା। ଗଣେଶ ପୂଜାକୁ ଶାନ୍ତିଶୃଙ୍ଖାଳର ସହିତ ପାଳନ କରିବା ନେଇ ଚଳିତ ବର୍ଷ ଗଣେଶ ମନ୍ଦିରରେ ନୂତନ ଭାବେ ପରିଚାଳନା କମିଟି ଗଠନ କରାଯାଇଛି । କମିଟିର ସଦସ୍ୟ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ମାନେ ଭକ୍ତ ମାନେ କିଭଳି ଗଣେଶଙ୍କୁ ଦର୍ଶନ କରିପାରିବେ ସେ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରିଥିଲେ । ରଣ୍ଢା ସ୍କୁଲ ଛକରୁ ଚାରି ଚକିଆ ଯାନକୁ ପ୍ରବେଶ ନିମନ୍ତେ ନିଷେଧ କରାଯାଇଥିବା ବେଳେ ଆଉ କିଛି ଦୂରରୁ ମୋଟର ସାଇକେଲକୁ ମଧ୍ୟ ବନ୍ଦ କରାଯାଇଥିଲା ।

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରଚାଳନା କମିଟି ଓ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଗଞ୍ଜାମ ଜିଲ୍ଲାରୁ ଫୋଟ ନ୍ୟୁଜ ଟାଇମସର ଜିଲ୍ଲା ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ।
