ନୂଆପଡା ଏକଜିଟ ପୋଲ

 

“ଏକଜିଟ ପୋଲ”ଏକ ଆକଳନ ମାତ୍ର। ଏହା “ଏକଜାଟ ପୋଲ”ନୁହଁ। ନୂଆପଡା ଉପନିର୍ବାଚନର ଭୋଟ ଆକଳନ, ଆମ ନ୍ୟୁଜ ଚ୍ୟାନେଲ ଫଟୋ ନ୍ୟୁଜ ଟାଇମସ ତରଫରୁ କରାଯାଇଅଛି। ଏଠାରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ନିଜସ୍ୱ ଭୋଟ ହିଁ ନିର୍ଣ୍ଣାୟକ ମୋଡ ନେବ। ଆମ ଆକଳନ ଅନୁଯାୟୀ ପଚାଶ ରୁ ଷାଠିଏ ଭାଗ ଭୋଟ ତାଙ୍କ ପୁଅ ଜୟ ଢୋଲକିଆ ନେବେ। ବଳକା ଚାଳିଶି ଭାଗରୁ ସାମାନ୍ୟ ଉର୍ଦ୍ଧ ଭୋଟ ଯଦି କଂଗ୍ରେସ ସପକ୍ଷରେ ଯାଏ ତାହେଲେ ବିଜେପି ଦଳଦଶହଜାରରୁ କମ ଭୋଟ ବ୍ୟବଧାନରେ ଜିତିବେ। ଯଦି ଉକ୍ତ ଭୋଟ ବିଜେଡିକୁ ଯାଏ ତାହେଲେ ବିଜେପି ଦଳର ଜୟ ଢୋଲକିଆ ପ୍ରାୟ ପଚିଶ ହଜାର ଭୋଟ ବ୍ୟବଧାନରେ ଜୟଯୁକ୍ତ ହେବେ।

ଏଠାରେ ପ୍ରଶ୍ନ ଉଠୁଛି ଯେ ବିଜେପି ଜୟଯୁକ୍ତ ହେଲେ ଏହା ପ୍ରମାଣ କରିବ ଯେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିନିଧିତ୍ୱ ଜନମାନସରେ ଆଦୃତ ହୋଇଅଛି। ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କର ନେତୃତ୍ୱ ଦୁଇପାଦ ପଛକୁ ଆସିଛି।

କଂଗ୍ରେସ ଦଳର ନିଶ୍ଚିତ ରୂପେ ଏହି ନିର୍ବାଚନରେ ଉନତି ଘଟିଛି। କଂଗ୍ରେସ ଦଳ ଭଳି ବିଜେଡିର ବିଜୟ ନାୟକଙ୍କର ମଧ୍ୟ ରାଜନୈତିକ ଏବଂ ଆର୍ଥିକ ଉନତି ହୋଇଅଛି। ଏହି ନିର୍ବାଚନ ସମୟରେ ପରିଚାଳନା ଗତ ସନ୍ତୁଳନ ପାଇଁ ବିଧାୟକ, ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀ ମାନଙ୍କୁ ବିଜୟ ନାୟକଙ୍କ ସାକ୍ଷାତ ପାଇଁ ହୋଟେଲ ବାରଣ୍ଡାରେ ଅପେକ୍ଷା କରିବାର ଦୁର୍ଷ୍ୟ ବିଜେଡ଼ି ଦଳ ପାଇଁ ହାସ୍ୟାସ୍ପଦ ଘଟଣା ଥିଲା। ସେ ଯାହାବି ହେଉ ବିଜେଡ଼ି ଦଳର ହାରିଥିବା ନେତା ଯଥା ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ଦେବି ମିଶ୍ର ଏବଂ ଟୁକୁନି ସାହୁ ମାନଙ୍କ ପାଇଁ ଏହା ଥିଲା ଏକ ଖୁସିର ମୁହୂର୍ତ। କାରଣ ଏମାନଙ୍କ ସହିତ ବିଜେଡିର ବହୁନେତା ନିଜ ପକେଟ ଗରମ କରିବା ସହିତ ସେମାନଙ୍କ କର୍ମୀଙ୍କୁ ଖୁସି କରାଇ ପାରିଲେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଉଛନ୍ତି।

ଏହା ସାଧାରଣରେ ବିଜେଡିର ନେତା ଓ କର୍ମୀମାନେ କହୁଥିଲେ ” ଏହା ଗୋଟେ ଖୁସି ତ”। ଆମର ଗ୍ରାଉଣ୍ଡ ଜିରୋ ରିପୋର୍ଟ ଅନୁଯାୟୀ ବିଜେପି ନିଶ୍ଚିତ ରୂପେ ଜିତିବ। ଏହା ଆମର ଏକଜିଟ ପୋଲ। ଏଥିରେ ବିଜେପି ଦଳ ଢୋଲକିଆଙ୍କର ଭୋଟ ଯେଉଁମାନେ କି ଛତିଶଗଡ଼ ଏବଂ ଓଡ଼ିଶା ରାଜ୍ୟର ବାସିନ୍ଦା, ସେହି ଭୋଟକୁ ନିଜ ସପକ୍ଷକୁ ନେଇପାରିଛି ଏଥିରେ ବିଜେପି ଦଳ କୌଣସି ଖୁସି ହେବାର ବାସ୍ତବତା ନାହିଁ।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଏବଂ ନୂଆପଡ଼ାରୁ ତପନ ଦାସଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *