ଗୁଡ଼ାରୀରେ ମାଁ ଠାକୁରାଣୀ ଘଟପର୍ବ ମହାଆଡମ୍ବରରେ ପାଳିତ।
କୋଭିଡ ପରଠାରୁ ସାଧାରଣରେ ପୂଜାଅର୍ଚନା ପାଇଁ ସମୟ ଦେଉଛନ୍ତି। ରୋଜଗାର କରିବା ତ ନିହାତି ଆବଶ୍ୟକ। କିନ୍ତୁ ମଣିଷ ପଣିଆ, ପାରୋଉପକାର, ଧର୍ମ ଚର୍ଚ୍ଚା ପ୍ରତି ସାଧାରଣ ରେ ଆଗ୍ରହ ବଢିଛି।
ରାୟଗଡା ଜିଲ୍ଲା ଗୁଡ଼ାରୀ ସଦର ଜଗନ୍ନାଥ ମନ୍ଦିର ପରିସର ଅସ୍ଥାୟୀ ପୂଜା ମଣ୍ଡପରେ ମାଁ ଗ୍ରାମଦେବୀ ଠାକୁରାଣୀ ଘଟପର୍ବ ମହଆଡମ୍ବରରେ ପାଳିତ ହେଉଛି। ଗୁଡାରୀବାସୀ ଓ ସ୍ଥାନୀୟ ପ୍ରଶାସନଙ୍କ ମିଳିତ ଉଦ୍ୟମରେ ମାଁ ଠାକୁରାଣୀ ଘଟପର୍ବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗୁଡ଼ାରୀ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀ ମନ୍ଦିରରୁ ଆଜ୍ଞାମାଳ ଆଣି ଅସ୍ଥାୟୀ ପୂଜା ମଣ୍ଡପରେ ସ୍ଥାପନ କରଯାଇଥିଲା। ହଜାର ହଜାର ଭକ୍ତଙ୍କ ଗହଣରେ ସ୍ଥାନୀୟ ଗ୍ରାମଦେବୀ ମନ୍ଦିରରୁ ସେବକ ତଥା ବେଜୁ ଶରତ ପୁଜାରୀଙ୍କ ପୁତ୍ର ମନୁ ପୂଜାରୀଙ୍କ ଦ୍ୱାରା ମାଁ ଠାକୁରାଣଙ୍କ ପାଦ ପୂଜା ସହକାରେ ମାଁ ଠାକୁରାଣଙ୍କୁ ଆହ୍ୱାନ କରାଯାଇ ଅସ୍ଥାୟୀ ପୂଜା ମଣ୍ଡପରେ ଘଟ ସ୍ଥାପନ କରାଯାଇଥିଲା ।
ଦୈନନ୍ଦିନ ରୀତିନୀତି ଅନୁଯାୟୀ ମାଁ ଠାକୁରାଣୀଙ୍କ ଘଟପୂଜା, ବେଜୁନାଚ,ସହର ପରିକ୍ରମା, ସହ ସର୍ବପରି ସ୍ଥାନୀୟ ପବିତ୍ର ବଂଶଧାରା ତ୍ରିବେଣୀ ସଙ୍ଗମ ପୁଷ୍କର ଘାଟରେ ଦୈନନ୍ଦିନ ଗଙ୍ଗା ଆଳତୀ ହଜାର ହଜାର ଭକ୍ତଙ୍କୁ ଆନ୍ଦୋଳିତ କରିଛି। ସାରା ସହରରେ ରଙ୍ଗ ବେରଙ୍ଗର ତ୍ୱରଣ ସାଙ୍ଗକୁ ଆଲୋକ ମାଳା, ଜନସାଧାରଣଙ୍କ ଆକର୍ଷଣ ମିନାବଜାର, ସ୍ଥାନୀୟ କଳାକାର ସମେତ ଦୂର ଦୁରାନ୍ତରରୁ କଳାକାର ମାନଙ୍କ ବିଭିନ୍ନ ପ୍ରକାରର ବେଶଭୂଷା, ବ୍ରହ୍ମପୁର ବାଘନାଚ ଓ କଣ୍ଢେଇ ନାଚ, ପାରଳାଖେମୁଣ୍ଡି ଛଉ ନାଚ, ଗୁଣୁପୁର ରଙ୍ଗୋଲି ଡ୍ୟାନ୍ସ ଅଞ୍ଚଳ ବାସୀଙ୍କୁ ଉତ୍ସାହିତ କରିଛି।ଏହି ଅବସରରେ ମାଁ ଠାକୁରାଣୀ ପୂଜା କମିଟି ତରଫରୁ ଗ୍ରାମର ଓ ଗ୍ରାମ ବାହାରର ବଦାନ୍ୟ ବ୍ୟକ୍ତି ବିଶେଷତ୍ବ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ସଭାରେ କମିଟର ସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ଦେଓଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବିଶ୍ୱ କଲ୍ୟାଣ ସାଧନା ସମିତି ରାୟଗଡାର ପ୍ରତିଷ୍ଠାତା ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ, ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ଉଦୟ ଚନ୍ଦ୍ର ପଣ୍ଡା,ନିର୍ବାହୀ ଅଧିକାରୀ ଗୁଡ଼ାରୀ ପ୍ରସନ୍ନ କୁମାର ପାଢ଼ୀ, ଥାନା ଅଧିକାରୀ ଶ୍ରୀମତୀ ସମର୍ପିତା ସ୍ୱାଇଁ, ସନ୍ତୋଷ କୁମାର ଶତପଥି , ନାଗ ଭୂଷଣ ଗୁପ୍ତା, ତତ୍ତ୍ୱବିତ ରମେଶ ଚନ୍ଦ୍ର ପଣ୍ଡା, ବି. ରାମ ପ୍ରସାଦ ରାଓ, ନାରାୟଣ ଚେଟି, ବୈଶ୍ୟ କୁଳର ସଭାପତି କୋରଡ଼ା ବୈକୁଣ୍ଠ ରାଓ, ଗଣପତି ପ୍ରସାଦ ପାଠୀ, ପୂର୍ବତନ ପୌରାଧ୍ୟକ୍ଷ ଲାଡୀ ସମେଶ୍ୱର ରାଓ ଆଦି ୧୬୦ ନାମ ସଂକୀର୍ତନ ମଣ୍ଡଳୀ ଗଠନ କରି ସଂସ୍କାର ଦେଇଥିବା ଗୁରୁ ଶ୍ରୀ ନକୁଳ ଲିମା, ଉତ୍ତମ କଳାକାର ଗଙ୍ଗାଧର ଚାଲାଣ, ପୌର ଅଧ୍ୟକ୍ଷା ସରିମିତା ଶବର,ଅବସରପ୍ରାପ୍ତ ଆଇ.ଇ.ଏସ ଅଫିସର ଯୁଧିଷ୍ଠିର ଗାଣ୍ଟା, ଏବଂ ବନାଞ୍ଚଳ ଅଧିକାରୀ ଦିଲୀପ କୁମାର ପଟ୍ଟନାୟକ ମଞ୍ଚାସିନ ଅତିଥିଭାବେ ଯୋଗ ଦେଇ ଗୁଡ଼ାରୀ ଗଡ଼ର ଇତିହାସ ଉପରେ ରଚିତ ପୁସ୍ତକ ପ୍ରାଚୀନ ଗୁଡ଼ାରୀ (ଗଡ଼) କଟକ ମାଁ ମାଣିକେଶ୍ବରୀ ଓ ପୁରାତନ ଶୈବପୀଠ ଶ୍ରୀ ମିନାଝୋଲା ଉପରେ ଆଧାରିତ ବହି ଉନ୍ମୋଚନ କରିଥିଲେ।
ଏହି ସଭାରେ ମଞ୍ଚାସିନ ଓ କର୍ମବିତ୍ ମାନଙ୍କୁ ଉପଢୌକନ, ମାନପତ୍ର ସହ ମାଁ ଠାକୁରାଣୀଙ୍କ ଫୋଟୋ ଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସାରା ସହରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ରାଜା ନାଟକ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ଅସ୍ଥାୟୀ ମଣ୍ଡପରେ ମାଁ ଠାକୁରାଣୀଙ୍କ ଘଟ ୧୧ ଦିନ ପୂଜା ପରେ ମହା ଧୂମଧାମରେ ବିଦାୟ ଉତ୍ସବ ଦେଖିବାକୁ ମିଳିଛି। ମାଁ ଙ୍କ ବିସର୍ଜନ ଉତ୍ସବରେ କଳାହାଣ୍ଡି ଜିଲ୍ଲାର କ୍ଷାତି ସମ୍ପନ୍ନ କଳାକାର କଟାପାଙ୍କ ଅଭିନୟ, ଶହ ଶହ କଳସ ଯାତ୍ରା, ପ୍ରାୟ ୫ ହଜାର ଲୋକଙ୍କ ସମାଗମ ଗୁଡ଼ାରୀ ବାସୀଙ୍କୁ ଆନ୍ଦୋଳିତ କରିଛି । ସହରରେ ଶାନ୍ତି ଶୃଙ୍ଖଳାର ସହିତ ମାଁ ଠାକୁରାଣୀ ଘଟପର୍ବ ପାଳିତ ହୋଇଥିବାରୁ ମାଁ ଠାକୁରାଣୀ ପୂଜା କମିଟିକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ଶୁଅ ଛୁଟିଛି।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ।