ମୁଁ ବର୍ଷା ସ୍ୱଗତ କରୁଛି ଫଟୋ ନିୟୁଜ, “ନିୟୁଜ ରୁମ” କୁ।ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ଅସାମାଜିକ ଯୁବକ ଆକ୍ରୋଶର ଶିକାର।
ଗୋବିନ୍ଦପୁର ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଉଲ୍ଲାସିନି ଦେଈ ଜନଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଶିକ୍ଷୟିତ୍ରୀ ଜଣକ ୟୁନିଫର୍ମ ପିନ୍ଧି ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପରିଚୟ ପତ୍ର ବେକରେ ଝୁଲାଇ ଟାଙ୍ଗୀ ଏନଏସି ଅନ୍ତର୍ଗତ ବାଟମଙ୍ଗଳା ସାହିରେ ଜନ ଗଣନା କରିବାକୁ ଯାଇ ସ୍ଥାନୀୟ ଅସାମାଜିକ ଯୁବକର ଆକ୍ରୋଶର ଶିକାର ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଉକ୍ତ ଯୁବକଙ୍କୁ ଜନ ଗଣନା କାର୍ଯ୍ୟରେ ନିୟୋଜିତ ଶିକ୍ଷୟିତ୍ରୀ ନିଜର ପରିଚୟ ପତ୍ର ଦେଖାଇ ଥିଲେ ମଧ୍ୟ ସେ ତାହାକୁ ଭ୍ରୂକ୍ଷେପ ନକରି ଶିକ୍ଷୟିତ୍ରୀ ଜଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ବଡ଼ ପାଞ୍ଚଣରେ ବାଡେଇବାକୁ ଗୋଡ଼ାଇ ଥିଲେ। ଉକ୍ତ ଯୁବକ ଜଣକଙ୍କ ନାମ ଅକ୍ଷୟ ମଙ୍ଗରାଜ (ଅକ୍ଷି) ବୋଲି ଜଣା ପଡ଼ିଛି। ଟାଙ୍ଗୀ ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଜନ ଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶାସନ ତରଫରୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଉଛି। ଅସହ୍ୟ ତାତିରେ ଜାତୀୟ କର୍ତ୍ତବ୍ୟରେ ନିୟୋଜିତ ଶିକ୍ଷକ ଭାଇ ଭଉଣୀମାନଙ୍କୁ ଆବଶ୍ୟକ ସୁବିଧା ଓ ସୁରକ୍ଷା ପ୍ରଦାନ କରିବା ପାଇଁ ଟାଙ୍ଗୀ ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଲିଳ କୁମାର ସ୍ୱାଇଁ, ସମ୍ପାଦକ ସନ୍ତୋଷ କୁମାର ବେହେରା, ଖୋରଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ପ୍ରସନ୍ନ କୁମାର ଶ୍ରୀଚନ୍ଦନ ଓ ଖୋରଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଂଗଠନ ସମ୍ପାଦକ ସମରେଶ ବେହେରା ପ୍ରଶାସନକୁ ଅନୁରୋଧ କରିଛନ୍ତି।
ଖୋର୍ଦ୍ଧା ରୁ ଫଟୋ ନିୟୁଜ ଟାଇମ୍ସ ରା ସାମ୍ବାଦିକ ଙ୍କ ରିପୋର୍ଟ।
ଶିକ୍ଷୟିତ୍ରୀ ଅସାମାଜିକ ଯୁବକ ଆକ୍ରୋଶର ଶିକାର।
