ମହିଳା ସଂରକ୍ଷଣ ବିଲ୍ କାଟଖାଇବା ପ୍ରସଙ୍ଗରେ ବିଜେପିର ବିଶାଳ “ଜନ ଆକ୍ରୋଶ ମହିଳା ସମାବେଶ”।
ଆକ୍ରୋଶର ନିଆଁ ଗାଁରୁ ସହର ପର୍ଯ୍ୟନ୍ତ ବ୍ୟାପିବ। ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହୋଇଯିବ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହା କେବଳ “ଏକ ବିଲ୍ ର ପରାଜୟ ନୁହେଁ, ବରଂ ମା’ ମାନଙ୍କ ସ୍ୱପ୍ନର ଭୃଣହତ୍ୟା”।
ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ହତ୍ୟା କରିଛନ୍ତି ବିରୋଧୀ।

ମୋଦିଙ୍କ ଉପରେ ନାରୀମାନଙ୍କ ଭରସା ଅଛି, ଆଗାମୀ ଦିନରେ ଏହା ପୂରଣ ହେବ।
ଦେଶବାସୀ କେବେହେଲେ କ୍ଷମା ଦେବେ ନାହିଁ।ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଦୃଢୀଭୁତ କରିବ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି।
ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମ୍ଜି ପର୍ଯ୍ୟନ୍ତ ଆୟୋଜନ ହୋଇଥିଲା ପଦଯାତ୍ରା।
ସମାଜର ପ୍ରତ୍ୟେକ ବର୍ଗର ମହିଳା ଏହି ଯାତ୍ରାରେ ସାମିଲ ହୋଇଥିଲେ।

ମହିଳାମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟିର୍ ତରଫରୁ ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମ୍ଜି ପର୍ଯ୍ୟନ୍ତ ବିଶାଳ “ଜନ ଆକ୍ରୋଶ ମହିଳା ପଦ ଯାତ୍ରା” ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ସମାଜରୁ ଆସିଥିବା ପ୍ରତ୍ୟେକ ବର୍ଗର ମହିଳା କଳା ପଟି ପିନ୍ଧି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବା ବିରୋଧୀ ନେତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶ୍ରୀ ରବି ନାଏକ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀମତୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦିକା ଶ୍ରୀମତୀ ପୂର୍ଣ୍ଣିମା ନାୟକ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ପରିଶେଷରେ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ଚର୍ଯ୍ୟା ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
