ଉର୍ସ ମେଳା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ। ରାଜଗାଙ୍ଗପୁର ସହର ରେ ଆସନ୍ତା ଅଗଷ୍ଟ ୧୦ ୧୧ ତାରିଖ ରେ ପ୍ରସିଦ୍ଧ ଲାଲ ସା ବାବା ଙ୍କ ୪୯ ତମ ଉର୍ସ ମେଳା ଉପଲକ୍ଷେ ସୁନ୍ଦରଗଡ଼ ଜିଲ୍ଲା ଏସପି ପ୍ରିତୁୟସ ଦିବାକର ଙ୍କ ଅଦଖ୍ୟତା ରେ ରାଜଗାଙ୍ଗପୁର ପୋଲିସ ଷ୍ଟେସନରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଥାନା ଅଧିକାରୀ ବିଜୟ ଦାସ ଏସଡିପିଓ ବିଭୁତି ଭୁଷଣ ଭୋଇ ଡିଏସପି ମନୋରଞ୍ଜନ ପ୍ରଧାନ ଏଏସପି ମହେନ୍ଦ୍ର ମୁର୍ମୁ ତହସିଲଦାର ଜଗବନ୍ଧୁ ମଲ୍ଲିକ ପୈରପାଳିକା ଚେୟାରମେନ ଶ୍ ମାଧୁରୀ ଲୁଗୁନ ଉପାଧ୍ୟକ୍ଷ ଏମଡି ଇରଫାନ କାର୍ଯ୍ୟ ନିର୍ବାହି ଅଧିକାରୀ କିରଣ ବେହେରା ବିଭିନ୍ନ ୱାର୍ଡରୁ ଆସିଥିବା କାଉନସିଲର ଲାଲ ବାବା ମଜାର କମିଟି ର ସଭାପତି ଷ୍ପାକ ଗୁଡା ମୁସଲିମ ପଞ୍ଚାୟତ ସଭାପତି ଏମଡି ଆରିଫ ବିଭିନ୍ନ ଦଳର ନେତାକର୍ମି ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ସଞ୍ଜୀବ ମାହାନ୍ତି ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ସ୍ବେଛାସେବୀ ସଂଘଟଣ ବୁଦ୍ଧିଜୀବୀ ସାଧାରଣ ନାଗରିକ ରାଜଗାଙ୍ଗପୁର ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ସୁରକ୍ଷା ବଳ ଙ୍କ ଉପସ୍ଥିତି ରେ ଅଗଷ୍ଟ ୧୦,୧୧ ତାରିଖ ରେ ଅନୁଷ୍ଠିତ ହେଉଥିବା ଉର୍ସ ମେଳା ଶାନ୍ତି ଶୃଙ୍ଖଳା ଆନନ୍ଦ ଉଲ୍ଲାସରେ ପାଳନ ପାଇଁ ବିସ୍ତୃତ ଭାବରେ ଆଲୋଚନା କରି ନିର୍ଧାରିତ ସମୟ, ରାସ୍ତା ପୁର୍ବ ସୁଚନା ଅନୁଯାୟୀ ସମ୍ପନ୍ନ କରିବାକୁ ମଜାର କମିଟି ସଦସ୍ୟ ଙ୍କୁ ଅବଗତ କରାଇଥିଲେ। ସୋସିଆଲ ମିଡ଼ିଆ ଅପ ବ୍ୟାବହାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏସପି ପ୍ରିତୁୟସ ଦିବାକର ଚରମ ବାଣି ଶୁଣାଇଥିଲେ।ଡିଜେ ସମ୍ପୁର୍ଣ ନିଷେଧ ସହ ଆଇନ୍ କାନୁନ୍ ଖିଲାପକାରି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ ଦାସ ।

ପୈରପାଳିକା ପକ୍ଷରୁ ଆଇଟି କଲୋନୀ ସୁତା ମିଳ ପରିସରରେ ଅସ୍ଥାୟୀ ପାର୍କିଂ,ଆଲୋକ ଓ ପାନୀୟ ଜଳର ସୁବିଧା କରାଯାଇଥିବା ସୁଚନା ଦେଇଥିଲେ ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ। ଜିଲ୍ଲା ଏସପି ପ୍ରିତୁୟସ ଦିବାକର ରାଜଗାଙ୍ଗପୁର ର ସମସ୍ତ ଧର୍ମର ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
