୫ ଦିନିଆ କନ୍ଧମାଳ ମହୋତ୍ସବରେ ବହୁ ନାମିଦାମୀ ଓଲିଉଡ କଳାକାର ଙ୍କ ଆଗମନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବହୁ ପ୍ରତିକ୍ଷିତ କନ୍ଧମାଳ ମହୋତ୍ସବ- ୨୦୨୬ ଚଳିତ ମାସ ୭ରୁ ୧୧ ତାରିଖ ଦୀର୍ଘ ୫ଦିନ ବ୍ୟାପୀ କନ୍ଧମାଳ ଷ୍ଟାଡିୟମ ରେ ଅନୁଷ୍ଠିତ ହେବ, ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।

କେବଳ କନ୍ଧମାଳ ମହୋତ୍ସବ ଗୋଟିଏ ନୁହେଁ, ଦାରିଙ୍ଗବାଡି ରେ ୮ ତାରିଖ ଠାରୁ ୧୧ ତାରିଖ ଶୀତ ମହୋତ୍ସବ, ଏବଂ ଫେବୃଆରୀରେ ବାରକୋସ ମହୋତ୍ସବ ଓ ଜି.ଉଦୟଗିରି ରେ ପ୍ରଥମ ଥର ପାଇଁ ଶୀତ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ। ଏହି ଜିଲାରେ ଏବେ ମହୋତ୍ସବ ମାହୋଲ ର ପ୍ରଚାର ଓ ପ୍ରସାର ପାଇଁ ପ୍ରତିଯୋଗିତା ଆଗେଇ ଚାଲିଛି। ଏହି ୫ ଦିନିଆ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ବେଦ ଭୂଷଣ, ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନା ଓ କୁଶଳ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଭିକାରୀ ସାହୁ, ପିଏ ଆଇଟିଡିଏ ତଥା ସଂସ୍କୃତି ଅଧିକାରୀ ଗଦାଧର ପାତ୍ର, ବିଡ଼ିଓ ସୋମ୍ୟ ଗଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯିବ ବୋଲି ପୋଲିସ ବିଭାଗ ପ୍ରକାଶ କରିଛି ।

କନ୍ଧମାଳ ମହୋତ୍ସବ ନିମନ୍ତେ ବାଲିଗୁଡା ରେ ମଶାଲ ଶୋଭାଯାତ୍ରା। କନ୍ଧମାଳ ମହୋତ୍ସବ ନିମନ୍ତେ ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ପ୍ରଥମେ ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ସାପାଗାଣ୍ଡା ସ୍ଥାନରୁ ଏହି ମଶାଲ ବାହାରି ତୁମୁଡିବନ୍ଧ ବ୍ଲକ ଓ କୋଟଗଡ଼ ବ୍ଲକ ପରିକ୍ରମା କରି ବାଲିଗୁଡ଼ା ବ୍ଲକରେ ପହଞ୍ଚିଥୂଲା। ଏହାକୁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇ ସମଗ୍ର ସହର ପରିକ୍ରମା କରାଯାଇଥିଲା। ମୁଖ୍ୟତଃ ଏହି ସାପାଗାଣ୍ଡା ସ୍ଥାନରୁ ଆଦିବାସୀ କୁଟିଆ କନ୍ଧ ଜନ ଜାତିଙ୍କ ଉତ୍ପତ୍ତିସ୍ତଳ ବା ଆଦିବାସୀଙ୍କ ପୁରୁଷ ଓ ମହିଳା ଆବିର୍ଭାବ ହୋଇଥିଲେ।
ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
