କଣ୍ଟାମଳ ଲୋକମୋହୋତ୍ସବ ତୃତୀୟ ସନ୍ଧ୍ୟା ରେ ରମାୟଣ ଲୋକ କଳା ରେ ସୀତାଚୋରି ଅନୁଷ୍ଠିତ

ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଠାରେ ଚାଲିଥିବା ଦଶମ କଣ୍ଟାମଳ ଲୋକମୋହୋତ୍ସବ ତୃତୀୟ ସନ୍ଧ୍ୟା ରେ ରମାୟଣ ସୀତାଚୋରି ଅନୁଷ୍ଠିତ l

ଏହି ମହୋତ୍ସବ ରତୃତୀୟ ସନ୍ଧ୍ୟା ରେ ମା ଙ୍କ ପୂଜା ପରେ ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ଦୁଇ ନଂ ଜୁନ ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଲୟା ପ୍ରଧାନ ଯୋଗଦେଥିବା ବେଳେ ସମ୍ମାନିତ ଅଥିତି ଭାବେ କଣ୍ଟାମାଳ ବଣିକ ସଂଘ ସଭାପତି ବଜରଙ୍ଗ ଲାଲ ଅଗ୍ରୱାଲ, ସମାଜ ସେବୀ ଅନିଲ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିଥିଲେ l

ଏହି ଅବସରରେ ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାରୁ ଆସିଥିବା ବିଭିନ୍ନ ଅନୁଷ୍ଠାନ ରୁ ଆସିଥିବା ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଦିଆଯାଇଥିବା ସାଂକୃତିକ ଦଳ ସହିତ ରାଜ୍ୟ ବାହାର କଳାକାର ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ ସଂକୃତିକ ଦଳ ଦ୍ୱାରା ଅନୁଷ୍ଠିତ ହୋଇଥିଲା l ପରେ ପରେ ରାମାୟଣ ର ସୀତା ଚୋରୀ ନାଟକ ମଞ୍ଚସ୍ଥ ହୋଇଥିଲା l

ଦର୍ଶକ କଙ୍କୁ ବେଶ ଆନନ୍ଦ ଦେଇ ଥିଲା l ଦର୍ଶକ ଙ୍କ ମନ ମୋହିବା ପାଇଁ ମହୋତ୍ସହବ ପଡିଆରେ ମିନବଜାର ମଧ୍ୟ ଲୋକଙ୍କୁ ବେଶ ମନ ମହୁଛି l ଜନ ଗହଳି କୁ ନେଇ ପୋଲିସ ପ୍ରଶାସନ ର ସହଯୋଗ ସହିତ କଣ୍ଟାମାଳ ଲୋକ ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ

Leave a Reply

Your email address will not be published. Required fields are marked *