ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଅନ୍ତର୍ଗତ ଖଇରା ପଞ୍ଚାୟତ ମେରିଙ୍ଗ ନିକଟ ଜଙ୍ଗଲରେ ଗୋଟେ ଜଙ୍ଗଲି ହାତୀର ଉପଦ୍ରବ ଦେଖିବାକୁ ମିଳିଛି। ସେହି ଜଙ୍ଗଲରେ ଗୋଟିଏ ଘର କରି ରହିଥିବା ଡୁମ୍ବା ଶବରର ଘରକୁ ଜଙ୍ଗଲି ହାତୀ ଗତ କାଲି ରାତିରେ ଆକ୍ରମଣ କରି ଭାଙ୍ଗି ଛାରଖାର କରିଦେଇଛି ।

ଅଧ ରାତିରେ ଘର ଭିତରେ ଶୋଇଥିବା ଡୁମ୍ବା ଶବର ପ୍ରାଣ ଭୟରେ କୌଣସି ମତେ ସେଠାରୁ ଖସି ପଳାଇଥିଲେ। ଏହି ହାତୀର ଉପଦ୍ରବ ଦେଖି ଆଖପାଖ ଅଞ୍ଚଳର ଆଦିବାସୀମାନେ ରାତିସାରା ଶୋଇନଥିଲେ । କେତେବେଳେ କାହାର କଣ ଅନିଷ୍ଟ କରିଦେବ ବୋଲି ପ୍ରାଣ ଭୟରେ ସେହି ହାତିକୁ ସେହି ଅଞ୍ଚଳରୁ ସ୍ଥାନାନ୍ତର କରିବା ସକାଶେ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେହି ହାତୀ ମତ ବହୁତ ବଢିଯାଇଥିଲା ଏବଂ ତାହା ଏକୁଟିଆ ରହିଥିବା ଘରକୁ ଆକ୍ରମଣ କରି ଘରକୁ ଭାଙ୍ଗି ଛାରଖାର କରିଦେଇଛି। ସେହି ଘରେ ରଖିଥିବା ଚାଉଳ, ମାଣ୍ଡିଆ ଓ ଅନେକ ପ୍ରକାରର ଆସବାବପତ୍ର ବା ଜୀନିଷ ଗୁଡିକୁ ନଷ୍ଟ କରିଦେଇଛି ।

ଏହି ଜଙ୍ଗଲି ହାତୀର ଆତଙ୍କ ସେହି ଅଞ୍ଚଳର ଲୋକମାନଙ୍କୁ ଭୟଭୀତ କରି ରଖିଛି। ପ୍ରଶାସନ ବା ବନ ବିଭାଗ ତରଫରୁ ଏହି ହାତୀର ଆତଙ୍କକୁ ନୀୟନ୍ତ୍ରଣ କରୁ ନାହାନ୍ତି । ଏହି ଘଟଣା ବିଷୟରେ ବନ ବିଭାଗ ଚୁପଚାପ ହୋଇ ରହିଛି । ଏହି ହାତୀ ସେହି ଅଞ୍ଚଳରେ ରହୁଥିବା ଆଦିବାସୀ ମାନଙ୍କ ଫସଲଗୁଡ଼ିକ ମଧ୍ୟ ନଷ୍ଟଭ୍ରଷ୍ଟ କରିଦେଉଛି। କିନ୍ତୁ ବନ ବିଭାଗ ତରଫରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ସ୍ଥାନୀୟ ଲୋକଙ୍କ ପାଖରୁ ଶୁଣିବାକୁ ମିଳୁଛି। ସରକାର ଏଥିପ୍ରତି ଧ୍ୟାନ ନଦେବାର କାରଣ କଣ ବୋଲି ସେହି ଅଞ୍ଚଳର ଆଦିବାସୀମାନଙ୍କ ନୀକଟରେ ଏହା ଏକ ପ୍ରଶ୍ନବାଚୀ ହୋଇଛି ।
ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ।
