ସୁନା ବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ

ଫଟୋ ନିୟୁଜ, “ନିୟୁଜ ରୁମ”କୁ ସ୍ୱାଗତ କରୁଛି ମୁଁ ବର୍ଷା।ଆଜିଠାରୁ ଆରମ୍ଭ ମା ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ।
ସୁନା ବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ।

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ ଆଜିଠାରୁ ଆରମ୍ଭ ହୋଇଛି । ଆଜି ଠାରୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏ ସାତ ଦିନ ମାଙ୍କର ଏହି ଚଇତି ପର୍ବ ପାଳନ ହେବ । ଆଜିଠାରୁ ମା ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁ ଙ୍କୁ ସୁନା ବେଶରେ ଦର୍ଶନ ଦେବେ ।

ତେବେ ଏହି ଚଇତି ପର୍ବର ପ୍ରଥମ ଦିନରେ ମା ଙ୍କର ସେବାୟତ ମାନେ ଆଜି ଭୋର୍ ୪ଟା ସମୟରୁ ଆସି ମା ଙ୍କର ମହାସ୍ନାନ, ମାଜଣା, ବଡ଼ ସିଂହାର ବେଶ ଓ ଷୋଡ଼ଶ ଉପଚାର ପୂଜା ସମେତ ମା ଙ୍କର ସମସ୍ତ ରିତିକାନ୍ତୀ ସମାପନ କରି ମା ଙ୍କୁ ସୁନା ବେଶରେ ସୁସଜ୍ଜିତ କରି ସାରିବା ପରେ ମନ୍ଦିର ପହଡ଼ ଖୋଲିଥିଲେ ।

ମନ୍ଦିର ପହଡ଼ ଖୋଲିବା ପରେ ଚଇତି ପର୍ବର ପ୍ରଥମ ଦିନରେ ମା ଙ୍କର ସୁନାବେଶ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ତେବେ ଏହି ଚଇତି ପର୍ବ ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ବ୍ୟୁରୋ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *