ନିଖୋଜ ଶିଶୁପୁତ୍ର ରଣପୁର ରୁ ଉଦ୍ଧାର। ପର୍ଦାଫାଶ କଲା ଜି ଆର ପି ପୁଲିସ

ମୁଁ ବର୍ଷା ଫଟୋ ନିୟୁଜ, “ନିୟୁଜ ରୁମ ” କୁ ସ୍ୱାଗତ କରୁଛି।ନିରାକାରପୁର ଷ୍ଟେସନରୁ ୪ମାସର ଶିଶୁପୁତ୍ର ଚୋରୀ ଘଟଣା ନିଖୋଜ ଶିଶୁପୁତ୍ର ରଣପୁର ରୁ ଉଦ୍ଧାର। ପର୍ଦାଫାଶ କଲା ଜି ଆର ପି ପୁଲିସ।
ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେସନରୁ ୪ମାସର ଶିଶୁପୁତ୍ର ଚୋରି ଅଭିଯୋଗ ଘଟଣା ନିଖୋଜ ଶିଶୁପୁତ୍ର ୨୪ଘଣ୍ଟା ମଧ୍ୟରେ ନୟାଗଡ ରଣପୁରରୁ ଉଦ୍ଧାର।ସ୍ୱାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ମା କୋଳରୁ ଶିଶୁପୁତ୍ର ହୋଇଛି ଚୋରି ଏନେଇ ନିରାକାରପୁର ରେଳବାଇ ପୁଲିସରେ ଅଭିଯୋଗ ହୋଇଥିଲା ନିଖୋଜ ଶିଶୁପୁତ୍ର ଉଦ୍ଧାର କରିଛି ରେଳବାଇ ପୁଲିସ।ନିଖୋଜ ଶିଶୁପୁତ୍ର ଚୋରି ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ, ଶାଳୀ ଚିନୁଳତା ପରିଡା ଓ ସ୍ତ୍ରୀ ମିନୁଳତା ପରିଡା ରହିଥିଲା ସଂପୃକ୍ତ। ଜଣାପଡିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆ ଗ୍ରାମର ପ୍ରଶାନ୍ତ ପ୍ରଧାନ ତାଙ୍କ ଶାଳୀ ଚିନୁଲତା ପରିଡା ଓ ତାଙ୍କର ୪ମାସର ଶିଶୁପୁତ୍ର ଟ୍ରେନଯୋଗେ ତାମିଲନାଡୁ ଯିବାର ଥିଲା ସେମାନେ ଗତ ମଗଂଳବାର। ରାତିରେ ନିରାକାରପୁର ଷ୍ଟେସନ ଆସିଲେ ନିରାକାରପୁର ଷ୍ଟେସନରେ ପ୍ଲାଟଫର୍ମରେ ରାତିରେ ରହିଲେ।ସକାଳ ହୋଇଥିଲେ ଟ୍ରେନ ଯୋଗେ ଟ୍ରେନରେ ତାମିଲନାଡୁ ଯାଇଥାନ୍ତେ।ପ୍ରଶାନ୍ତ ତାର ଶାଳୀ ଚିନୁଲତା ଓ ତାର ଶିଶୁପୁତ୍ର ନିରାକାରପୁର ଷ୍ଟେସନର ୩ନମ୍ବର ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ। ପୂର୍ବରୁ ପ୍ରଶାନ୍ତ ବିବାହିତ ତାର ସ୍ତ୍ରୀ ଅଛି ହେଲେ।କିନ୍ତୁ ଶାଳୀ ସହିତ ସମ୍ପର୍କକୁ ଲୁଚାଇବା କୁ ଯାଇ ରଚି ଥିଲା ନାଟକ। ଶାଳୀ ର ଏକ ଶିଶୁ ପୁତ୍ର ହେବା ପରେ ଘରେ କଳହ ଉପୁଜିଥିବାରୁ ପ୍ରଶାନ୍ତ ଏକ ଶିଶୁପୁତ୍ର ଅପହରଣ ନାଟକ ବାଜି ରଚନା କରିଥିଲା।

୪ମାସର ଶିଶୁପୁତ୍ର କୁ ନିଜ ସ୍ତ୍ରୀକୁ ହସ୍ତାନ୍ତର କରି ଶାଳୀ ଠାରୁ ଦୁରେଇ ଯିବାକୁ ଯୋଜନା ପ୍ରସ୍ତୁତ କରିଥିଲା।ପୂର୍ବ ଯୋଜନା ମୂତାବକ ପ୍ରଶାନ୍ତ ନିଜ ସ୍ତ୍ରୀ କୁ ରାତିରେ ନିରାକାରପୁର ଷ୍ଟେସନ କୁ ଡାକିଛି ସେ ପହଞ୍ଚିବା ପରେ ଶାଳୀ ଟିକେ ହାଲିଆ ହୋଇ ଶୋଇପଡିବାରୁ ସୁଯୋଗ ଉଣ୍ଡି ସ୍ୱାମୀ ପ୍ରଶାନ୍ତ ଶିଶୁପୁତ୍ର ଟିକୁ ପ୍ରଥମ ସ୍ତ୍ରୀକୁ ହସ୍ତାନ୍ତର କରିଥିଲା । ପ୍ରଥମ ସ୍ତ୍ରୀ ଶିଶୁପୁତ୍ର ଟିକୁ ନେଇ ରଣପୁର ଯାଇଥିଲା । ପରେ ପ୍ରଶାନ୍ତ ଓ ଶାଳୀ ଶିଶୁପୁତ୍ର ଚୋରି ହୋଇଥିବା ରେଳବାଇ ପୁଲିସ ରେ ଅଭିଯୋଗ କରି ନାଟକବାଜି କରିଥିଲା ।ଶିଶୁପୁତ୍ର ଚୋରି ଘଟଣାକୁ ରେଳବାଇ ପୋଲିସ ଗୁରୁତର ସହ ନେଇ ତଦନ୍ତ କରି ସ୍ୱାମୀ ଓ ପ୍ରଥମ ସ୍ତ୍ରୀ ସଂପୃକ୍ତ ଥିବା ଜଣାପଡିବା ପରେ ଅଭିଯୋଗ ର ୨୪ଘଣ୍ଟା ମଧ୍ୟରେ ନୟାଗଡ଼ ରଣପୁର ଶିଶୁପୁତ୍ର ଉଦ୍ଧାର କରିଛି।ରେଳବାଇ ପୁଲିସ ପ୍ରଶାନ୍ତ ଓ ତାର ପ୍ରଥମ ସ୍ତ୍ରୀକୁ ଖୋର୍ଦ୍ଧା ରୋଡ ରେଳବାଇ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ପ୍ରଶାନ୍ତ ନିଜ ଶାଳୀ ସହ ସମ୍ପର୍କ କୁ ଲୁଚାଇବାକୁ ଏସବୁ କରିଥିବାର ସ୍ୱୀକାର କରିଛି। ସେପଟେ ପ୍ରଶାନ୍ତ ଶାଳୀକୁ ମାରପିଟ କରୁଥିବାର କହିଛନ୍ତି ଚିନୁଳତା ପରିଡା। ଅନ୍ୟପଟେ ନିଜ ଭଉଣୀର ଏଭଳି ସମ୍ପର୍କ ବିଷୟରେ ଜାଣିବା ପରେ ସମସ୍ତେ ଏକାଠି ରହିବେ ବୋଲି କହିଛନ୍ତି। ଖୋର୍ଦ୍ଧା ରୋଡ଼ ଜିଆରପି ପୁଲିସ ଅଭିଯୁକ୍ତ ପ୍ରଶାନ୍ତ କୁ କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖୁଛି। ଏହି ସବୁ ଘଟଣା ସମ୍ପର୍କରେ ଜି ଆର ପି ଏସ ଡି ପି ଓ ଜଗନ୍ନାଥ ମଲ୍ଲିକ, ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ, ଶାଳୀ ଚିନୁଲତା ପ୍ରଧାନ ଓ ସ୍ତ୍ରୀ ମିନୁଲତା ପ୍ରଧାନ ପ୍ରମୁଖଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଛି।
ବ୍ୟୁରୋ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *