ସନ୍ଦିଗ୍ଧ ଯୁବକ ଘରେ ପୋଲିସର ଚଢ଼ଉ। ୩ବନ୍ଧୁକ, ୪୦ଗୁଳି ଜବତ,ଦୁର୍ବୁତ୍ତ ଫେରାର, ପତ୍ନୀ ଅଟକ।

ସନ୍ଦିଗ୍ଧ ଯୁବକ ଘରେ ପୋଲିସର ଚଢ଼ଉ। ୩ବନ୍ଧୁକ, ୪୦ଗୁଳି ଜବତ,ଦୁର୍ବୁତ୍ତ ଫେରାର, ପତ୍ନୀ ଅଟକ।
କେନ୍ଦ୍ରାପଡ଼ା ପୌରାଞ୍ଚଳର ଦିଲରାପୁରରେ ଆଜି ବିଳମ୍ବିତ ରାତିରେ ପୋଲିସ ଜଣେ ଯୁବକର ଘରେ ଚଢ଼ାଉ କରିଛି। ସନ୍ଦେହଜନକ କାର୍ଯ୍ୟକଳାପରେ ସମ୍ପୃକ୍ତି ସନ୍ଦେହରେ କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ତାର ପତ୍ନୀକୁ ଅଟକ ରଖି ଛାନଭୀନ ଜାରି ରଖିଛି।


ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କ ରେ ସୂଚନା ପାଇ ପୋଲିସ ତାକୁ ଗତ କିଛିଦିନ ହେବ ଖୋଜୁଥିଲା। ଆଜି ସେ ଘରେ ଥିବା ସମ୍ପର୍କରେ ପୋଲିସ କୌଣସି ସୂତ୍ରରୁ ଖବର ପାଇବା ପରେ ରାତିରେ ଅତର୍କିତ ଭାବେ ଚଢ଼ାଉ କରିଥିଲା।

ତେବେ ଦୁର୍ବୁତ୍ତ ପୋଲିସ କୁ ଚକମା ଦେଇ ସେଠାରୁ ଖସି ପଳାଇଥିଲା। ବିଳମ୍ବିତ ରାତି ଯାଏଁ ଚଢ଼ାଉ ଜାରି ରହିଛି। ଯୁବକର ଘରୁ ମିଳିଥିବା ବନ୍ଧୁକ, ଗୁଳି ଓ ଅନ୍ୟ ସାମଗ୍ରୀ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଥାନା ଅଧିକାରୀ ଦିଲ୍ଲୀପ ସାହୁଙ୍କର ହସ୍ତଗତ ହୋଇଛି।

କେନ୍ଦ୍ରାପଡ଼ା ରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ଲକ୍ଷ୍ମୀକାନ୍ତ ନାୟକ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *