“ଜି.ଆଇ.ଇ.ଟି. ୟୁନିଭରସିଟି” ଗୁଣୁପୁରରେ ଅଗ୍ନିକାଣ୍ଡ। ଜେଇ ମେନ ପରୀକ୍ଷା ଅଧାରୁ ବନ୍ଦ ।
ରାୟଗଡା ଜିଲ୍ଲା ଗାନ୍ଧୀ ଯାନ୍ତ୍ରିକ ବୈଷୟିକ ବିଶ୍ୱ ବିଦ୍ୟାଳୟ ଗୁଣୁପୁରରେ ଆଜି ଅପରାହ୍ନ ପ୍ରାୟ ଏକ ଘଣ୍ଟା ସମୟରେ କମ୍ପୁଟର ଲ୍ୟାବରେ ଭୟାବହ ଅଗ୍ନିକାଣ୍ଡ ଘଟି ନିଆଁ ସାଙ୍ଗକୁ ପ୍ରଚୁର ଧୂଆଁ ଉଠିବା ଦେଖିବାକୁ ମିଳିଥିଲା।
ଖବର ପାଇ ଓଡିଶା ଅଗ୍ନିଶମ ସେବା ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିଲା । ଫଳରେ ଅଧାରୁ ବନ୍ଦ ହେଲା ଜେଇ ମେନ ପରୀକ୍ଷା। ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ୨ୟ ସିଟିଂ ରେ ପରୀକ୍ଷା ଦେଉଥିଲେ ପରୀକ୍ଷାର୍ଥୀ। ଉପର ମହଲାରେ ପରୀକ୍ଷା ଚାଲୁ ରହିଥିବା ବେଳେ ତଳ ମହଲାରେ ଥିବା କମ୍ପୁଟର ଲ୍ୟାବରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଉପର ମହଲାରେ ଧୂଆଁ ଆଚ୍ଛାଦିତ ଫଳରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ମାନେ ଅଣ ନିଶ୍ୱାସୀ ହୋଇପଡ଼ିଥିଲେ। ବିଶ୍ୱ ବିଦ୍ୟାଳୟର କତୃପକ୍ଷଙ୍କ ତତ୍ପରତାରେ ସୁରକ୍ଷିତ ଭାବେ ପିଲାଙ୍କୁ ବାହାରକୁ ଅଣାଯାଇଥିଲା। କିନ୍ତୁ ଜଣେ ବୟସ୍କ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।
ଆହତ କର୍ମଚାରୀଙ୍କୁ ଉପଖଣ୍ଡ ଚିକିତ୍ସାାଳୟ ଗୁଣୁପୁରରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ଚିକିତ୍ସାଳୟ ରାୟଗଡା ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି। ଏହି ପରିପ୍ରେକ୍ଷୀରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡି ଯାଞ୍ଚ କରାଯିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଜଣା ପଡ଼ିଛି। ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅବଶିଷ୍ଟାଂଶ ସମୟର ପରୀକ୍ଷା ତୃତୀୟ ସିଟିଂରେ କରାଯିବ ବୋଲି ଜି.ଆଇ.ଇ.ଟି.ର ରେଜିଷ୍ଟର ସୂଚନା ପ୍ରଦାନ କରିଛନ୍ତି।
ରାୟଗଡାରୁ ସ୍ବତନ୍ତ୍ର ପ୍ରତିନିଧି ପ୍ରସାଦ ଲିମା ଏବଂ ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।