ସ୍ଥାଇପୋଲ ନିର୍ମାଣ ପାଇଁ ବିଧୟାକଙ୍କୁ ଗୁହାରିକଲେ ଦୁଇ ଗ୍ରାମବାସୀ।
ଗମନା ଗମନ ଏକ ମୌଳିକ ସୁବିଧା। ଏହା ନଥିଲେ ଉକ୍ତ ଅଞ୍ଚଳର ଉନ୍ନତି ସମ୍ଭବନୁହେଁ। କିନ୍ତୁ ଏବେବି କୋରାପୁଟ ଜିଲ୍ଲାକୁ ଅବହେଳିତ କରାଯାଉଛି ବୋଲି ବୁଦ୍ଧିଜୀବି ମାନେ ଦାବି କରୁଛନ୍ତି। ଏହାର ଏକ ନିଚ୍ଛକ ପ୍ରତିଫଳନକୁ “ଫଟୋ ନ୍ୟୁଜ ଟାଇମସ୍” ର ସାମ୍ବାଦିକ ନୀଳାମ୍ବର ଖିଲ , କ୍ୟାମେରା ଲେନ୍ସ ରେ ଦର୍ଶକ ଏବଂ ସରକାରଙ୍କୁ ଅବଗତ କରାଉଛନ୍ତି।
କୋରାପୁଟ ଜିଲ୍ଲା ସେମିଲିଗୁଡା ଓ ଲୋମୋତାପୁଟ ବ୍ଲକ ର ଆଠ ଗୋଟି ପଞ୍ଚାୟତର ଉଂବେଳ, ବନମାଳି ପୁଟ, କୁମାର ଗୋଂଧନା, ଟିକରପୋଡା, ରାଜପୁଟ, ସୁନାବେଡା ମୁନିସିପାଲଟି, ରାଜପୋଲମା, ପିତାଗୁଡା, ଆଦି ଅଞ୍ଚଳର ଗ୍ରାମବାସୀ ମାନେ, ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ଏକାଠିହୋଇ କୋରାପୁଟ ବିଧାୟକ ରଘୁରାମ ମାଛଙ୍କୁ ସ୍ଥାଇ ପୋଲ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ଦେଇଛନ୍ତି। ଏହି ନଦୀ ଘାଟ ରେ ୭୮ ଗ୍ରାମ ର ପ୍ରାୟ ଏକ ଲକ୍ଷ୍ୟ ରୁ ଉର୍ଦ୍ଧ ଲୋକ ଯେଉଁମାନେ ଚାଷ ଜମି ଉପରେ ନିର୍ଭର କରନ୍ତି, ସେମାନେ ଯାତାୟତ କରୁଛନ୍ତି। ଏହି ରାସ୍ତାଦେଇ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ, କୁଲି ମଜୁରୀ କରୁଥିବା ଲୋକମାନେ, ବ୍ୟବସାୟୀ ତଥା ସ୍ୱାସ୍ଥ୍ୟ ସେବା ନିମନ୍ତେ ଯିବା ଆସିବା କରୁଛନ୍ତି।
ଏଇ ରାସ୍ତା ଦେଇ ସୁନାବେଡା ସେମିଲିଗୁଡା, କୋରାପୁଟ ମୁଖ୍ୟ ସଦର ମହକୁମାକୁ ୧୨ କିଲୋମିଟର ହେଉଥିବା ବେଳେ ବର୍ତ୍ତମାନ କିନ୍ତୁ ନନ୍ଦପୁର ଦେଇ ଗଲା ବେଳେ ସୁନାବେଡାକୁ ଯିବାପାଇଁ ୬୦ କି.ମୀ ଯିବାକୁ ପଢୁଛି।
ଏହି ଦୂରତା ଯୋଗୁ ଗର୍ଭଭର୍ତି ମହିଳା ଓ ସ୍ଵାସ୍ତ୍ୟ କର୍ମୀମାନେ ଠିକ ସମୟରେ ଜିଲ୍ଲା ମୁଖ୍ୟ ଚିକତ୍ସାଲୟ ପହଞ୍ଚି ପାରୁନାହାନ୍ତି। ଏପରି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ମାନେ। ଏଥିନିମନ୍ତେ ବିଧାୟକଙ୍କୁ ହଜାର ହଜାର ଗ୍ରାମବାସୀ ଏକତ୍ରୀତ ହୋଇ ଏକ ଦାବିପତ୍ର ଦେଇଛନ୍ତି।