ଏସ୍.ଓ.ଏସ୍ ପ୍ରତିଷ୍ଠାନ ସମୂହ ଦ୍ୱାରା ଅନ୍ତର୍ଜାତୀୟ ନର୍ସିଂ ଦିବସ ପାଳିତ ହୋଇଅଛି।
ଆଜି ଏସ୍.ଓ.ଏସ୍ ପ୍ରତିଷ୍ଠାନ ସମୂହ ତରଫରୁ ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆଧୁନିକ ନସିଂର ପ୍ରଥମ ନର୍ସ ମହାନ ମହିୟସୀ ମହିଳା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଙ୍କ ୨୦୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ, ମୁଖ୍ୟବକ୍ତା ଭାବେ ରାଜ୍ୟ ଓମସାର ସଭାପତି ତଥା ଶିଶୁ ବିଭାଗ ଡା. କିଶୋର ଚନ୍ଦ୍ର ମିଶ୍ର, ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ଓ ଏସ୍.ଓ.ଏସ୍ ପ୍ରତିଷ୍ଠାନ ସମୂହର ନିର୍ଦେଶକ ସୁଖଦା ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
ଅତିଥିମାନଙ୍କ ଦ୍ୱାରା ୨୦୨୪-୨୦୨୫ ବର୍ଷର ନାମ ଲେଖାଯାଇଥିବା ଜିଏନଏମ ଓ ଏଏନଏମ ନର୍ସିଂ ଛାତ୍ରୀଛାତ୍ରମାନଙ୍କ କ୍ୟାପିଂ ସହିତ ବିଏସସି ନସିଂ ଛାତ୍ରୀଛାତ୍ରମାନଙ୍କୁ ଶପଥ ପାଠ କରାଯାଇଥିଲା । ନୂତନ ନସିଂ ଛାତ୍ରୀଛାତ୍ର ତଥା ଅଧ୍ୟୟନ କରୁଥିବା ନର୍ସିଂ ଛାତ୍ରୀଛାତ୍ରମାନେ ରୋଗୀମାନଙ୍କ ସହ କିପରି ବ୍ୟବହାର କରିଲେ ଦୁସ୍ତ ରୋଗୀଟି ନର୍ସ ଉପରେ ଭରସା ଓ ବିଶ୍ୱାସ କରିବ ତାହା ଉପରେ ମୁଖ୍ୟ ଅତିଥି ଡାକ୍ତର ପ୍ରହରାଜ ଆଲୋକପାତ କରିଥିଲେ । ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ତାଙ୍କ ଅଭିଜ୍ଞତାରୁ କହିଥିଲେ ଯେ ନର୍ସିଂ ଅଫିସରମାନଙ୍କ ଉତ୍ତମ ବ୍ୟବହାରରେ ଶତକଡା ୭୫ଭାଗ ରୋଗୀ କିଛି ମାତ୍ରାରେ କଷ୍ଟରୁ ଉପଶମ ପାଇଥାଏ । ସେହିପରି ଡାକ୍ତର କିଶୋର ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ ନର୍ସିଂ ଛାତ୍ରୀଛାତ୍ରମାନେ ନିଷ୍ଠାପର ଭାବେ ପାଠପଢା ସହ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦକ କରିପାରିଲେ ନିଜର ପରିଚୟ ସୃଷ୍ଟି କରିପାରିବେ ଓ ସେମାନଙ୍କର ଅନ୍ତଃନିର୍ହିତ କାର୍ଯ୍ୟକୁ ବିକାଶ କରିବା ସହିତ ରୋଗୀଙ୍କ ପ୍ରତି ସେବା ଓ ସହାନୁଭୂତି ମନୋଭାବ ପୋଷଣ କଲେ ଭବିଷ୍ୟତରେ ଜଣେ ସୁଦକ୍ଷା ସେବିକା ହୋଇପାରିବେ । ଏହି ଅବସରରେ ଅନୁଷ୍ଠାନର ନିର୍ଦେଶକ ସୁଖଦା ପ୍ରସାଦ ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରାଇଥିଲେ । ଅଧ୍ୟାପିକା ପଲ୍ଲବୀ ପଟ୍ଟନାୟକ ଓ ପ୍ରଜ୍ଞା ପରମିତା ମିଶ୍ର ସଭା ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷା କୁମୁଦିନି ଲେଙ୍କା, ଅଧ୍ୟାପିକା ପ୍ରୟମ୍ବଦା ପଟ୍ଟନାୟକ, ସନ୍ଧ୍ୟାରଣୀ ସାହୁ, ସୁପ୍ରଭା ସାହୁ, ସୋନାଲୀ ସେନାପତି, ମୋନାଲିସା ସ୍ୱାଇଁ ଉପସ୍ଥିତ ରହି ନର୍ସିଂ ଛାତ୍ରୀଛାତ୍ରମାନଙ୍କ କ୍ୟାପିଂ ଓ କ୍ୟାଣ୍ଡେଲ ଲଗାଇ ଶପଥପାଠ କରାଇଥିଲେ । ଶେଷରେ ଅନୁଷ୍ଠାନର ମୁଖ୍ୟ ପ୍ରଶାସକ ଅଧିକାରୀ ଶ୍ରୀକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ସାହିଲ ଜେନା, ହିମାଂଶୁ ପରିଡା, ଜୀବନଜ୍ୟୋତି ଦଳାଇ, ଶୁଭଲକ୍ଷ୍ମୀ ବିଶ୍ୱାଳ, ଶୁଭଲକ୍ଷ୍ମୀ ପରିଜା, ଦିବ୍ୟଜ୍ୟୋତି ଶତପଥି, ପୂଜାରାଣୀ ପ୍ରଧାନ, ରମାକାନ୍ତ ମଲ୍ଲିକ, ପ୍ରିୟା ଜେନା, ଶୁଭଶ୍ରୀ ସାହୁ, ପିଙ୍କି ନାୟକ, ଋତୁପର୍ଣ୍ଣା ବିଶୋଇ, ଅଙ୍କିତା ସହୁ, ସଙ୍ଗୀତା ବାରିକ, ସ୍ୱତିକା ମହାରଣା ଓ ଅନ୍ୟ ଛାତ୍ରୀଛାତ୍ରମାନେ ପରିଚାଳନାରେ ସହଯୋଗ କରିଥିଲେ । ପିଲାମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଅନ୍ତର୍ଜାତୀୟ ନର୍ସିଂ ସପ୍ତାହରେ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଆସନ୍ତା ମେ ୧୬ତାରିଖରେ ସ୍ୱତନ୍ତ୍ର ଭାବେ ଏକ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥି ସହିତ ମେ ୧୮ତାରିଖରେ ବାର୍ଷିକୋତ୍ସବ ତଥା ଉଦଯାପନୀ ଦିବସ ପାଳନ କରାଯିବ। ଏଥିସହ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ।
କେନ୍ଦ୍ରାପଡ଼ା ରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ଲକ୍ଷ୍ମୀ କାନ୍ତ ନାୟକ ରିପୋର୍ଟ।