ବୌଦ୍ଧ ଜିଲ୍ଲା ରିପୋର୍ଟର ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ। ସାମ୍ବାଦିକ ମାନେ ହେଉଛନ୍ତି ସାଧାରଣ ଜନତାଙ୍କ ସ୍ଵର। ସରକାରଙ୍କ ପାଇଁ ସଚେତକ। ସେମାନେ ବହୁ ଘାତ ପ୍ରତିଘାତ ମଧ୍ୟରେ, ନିଜ ଜୀବନ ପ୍ରତି ବିପଦ ଥାଇ ମଧ୍ୟ ନ୍ୟୁଜ ସଂଗ୍ରହ ପାଇଁ ଯାଇଥାନ୍ତି। ସେମାନଙ୍କୁ ସରକାର ଏବ୍ଂ ପୋଲିସର ସହାୟତା ଆବଶ୍ୟକ। ସେ ଯାହାବି ହେଉ ରାଜ୍ୟ ରେ ସାମ୍ବାଦିକ ଙ୍କୁ ବାରମ୍ବାର ଆକ୍ରମଣ ର ପ୍ରତିବାଦ କରିବା ସହିତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ନେଇ ଆଜି ବୌଦ୍ଧ ଜିଲ୍ଲା ରିପୋର୍ଟର ଆସୋସିଏସନ ପକ୍ଷରୁ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ସଂଘ ସଭାପତି ଭାଗବତ ମେହେର ଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ ଏକତ୍ରିତ ହୋଇ ଏସପି କାର୍ଯ୍ୟାଳୟ ରେ ପହଞ୍ଚି ଏସପି ଙ୍କ ଅନୁପସ୍ଥିତି ରେ ଡି.ଏସ.ପି. ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ ଙ୍କୁ ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଗତ ୨୨ ତାରିଖ ରେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କୁଲଥିପାଲି ଗ୍ରାମକୁ ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ବଡଖବର ଜିଲ୍ଲା ପ୍ରତିନିଧି ବିଜୟ ପ୍ରଧାନ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଠିକାଦାର ଏବଂ ତାଙ୍କ ସହଯୋଗୀ ଙ୍କ ଦ୍ଵାରା ମରଣାନ୍ତକ ଆକ୍ରମଣ କରାଯାଇଥିଲା ।
ଏଥି ସହିତ ତାଙ୍କୁ ମାଡ ମାରି ହାତ ଗୋଡ ବାନ୍ଧି କଙ୍ଗାରୁ କୋର୍ଟ ମଧ୍ୟ କରିଥିଲେ ଉକ୍ତ ଠିକାଦାର । ତେବେ ଆମ୍ଭେ ଏହାର ପ୍ରତିବାଦ କରିବା ସହିତ ଦୋଷୀ ଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିବା ସହିତ କାର୍ଯ୍ୟରତ ସାମ୍ବାଦିକ ଙ୍କ ସୁରକ୍ଷା ଦିଗରେ ସରକାର ଙ୍କ ପକ୍ଷରୁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ନେଇ ଜିଲ୍ଲା ରିପୋର୍ଟର ଆସୋସିଏସନ ପକ୍ଷରୁ ଦାବି କରାଯାଇଛି ।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢଙ୍କ ରିପୋର୍ଟ ଫଟୋ ନ୍ୟୂଜ୍ ଟାଇମ୍ସ।