ରାଜ୍ୟ ଅଧ୍ୟକ୍ଷ ଙ୍କୁ ଛାଡି ସବୁ ପଦପଦବୀ କୁ ଉଚ୍ଛେଦ କଲେ ସର୍ବ ଭାରତୀୟ ଅଧ୍ୟକ୍ଷ l ଆସନ୍ତା ସପ୍ତାହରେ ଗଠିତ ହେବ ନୂତନ ରାଜ୍ୟ କାର୍ଯ୍ୟକାରିଣୀ l ଆସନ୍ତା ୧୫ ଦିନ ଭିତରେ ସବୁ ଜିଲ୍ଲାର ଜିଲ୍ଲା ସଂଯୋଜକ ନିଯୁକ୍ତ ହେବେ l ସଂଗଠନ କୁ ବ୍ଲକ ଓ ପରେ ଜିଲ୍ଲା ପରିଷଦ ଜୋନ ପର୍ଯ୍ୟନ୍ତ ପ୍ରସାରିତ ହେବ lପଞ୍ଚାୟତ ନିର୍ବାଚନ ପାଇଁ ଖୁବ ଶୀଘ୍ର ନିର୍ଦ୍ଧାରିତ ହେବ ରଣ କୌଶଳ l ଆଜିର କାର୍ଯ୍ୟକାରୀଣି ବୈଠକ କୁ ଉଦ୍ଘାଟନ କଲେ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ରାମଚନ୍ଦ୍ର କଡlମ l ସଂଗଠନ ର ସର୍ବଭାରତୀୟ ଅଧ୍ୟକ୍ଷ ଶ୍ରୀ ହର୍ଷବର୍ଦ୍ଧନ ସୂପକlଲ ଓ ସାଧାରଣ ସମ୍ପାଦକ ଶ୍ରୀ କୁନାଲ ବାନାର୍ଜୀ lବୈଠକ ରେ ଅଧ୍ୟକ୍ଷତା କରିଥିଲେ ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ l ଅନ୍ୟମାନଙ୍କ ଭିତରେ ପୂର୍ବତନ ବିଧାୟକ ଶ୍ରୀ ଉମାବଲ୍ଲଭ ରଥ, ବିଜୟ ପ୍ରଧାନ, ରୂପକ ତୁରୁକ୍, ପ୍ରଦ୍ୟୁମ୍ନ ଦାସ, ପ୍ରତାପ ପ୍ରଧାନ, ସୁବାସ ପ୍ରଧାନ, ସରୋଜ ବାଗ, ନିରୁପମା ପାତ୍ର, ଜବା ଟୁଡୁ, ମୀନକେତନ ମହାନ୍ତି, ପଦ୍ମଲୋଚନ ବେହେରା, ପ୍ରଦୀପ ପଟ୍ଟନାୟକ, ନିରଞ୍ଜନ ଲେଙ୍କା, ଗଣେଶ ସାହୁ, ଆଦିତ୍ୟ କୁମାର ନାଗ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ପର୍ଯ୍ୟବେକ୍ଷକ ଭାବରେ ଝାଡ଼ଖଣ୍ଡ ର ରଞ୍ଜନ ବାଗପୋଇ ଯୋଗ ଦେଇଥିଲେ l
ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ
