ଜେମ୍ସ କଲେଜ ଛାତ୍ରଛାତ୍ରୀ ମାନଙ୍କର କିଛି ସ୍ମୃତି ଓ କିଛି ଅନୁଭୂତି।

ଅନୁଷ୍ଠାନର ବିଦାୟକାଳୀନ ସମ୍ବର୍ଦ୍ଧନାରେ ପ୍ରତିଫଳିତ ହୁଏ, କଲେଜରେ ବିତାଇଥିବା ଦିନ ଗୁଡିକର ମୁଠାଏ ସ୍ମୃତି ଓ ଆଞ୍ଜୁଳାଏ ଅନୁଭୂତି। କଲେଜ ଛାଡ଼ି ଯାଉଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ, କଲେଜ କର୍ତ୍ତୃପକ୍ଷ ମାନଙ୍କର ଥିବା


ସମ୍ପର୍କ ଉତ୍ସବରେ ପ୍ରତିଫଳିତ ହୁଏ। ସେ ଯାହାବି ହେଉ ରାୟଗଡା ଜିଲ୍ଲାର ସର୍ବଶ୍ରେଷ୍ଠ ଅନୁଷ୍ଠାନ “ଜେମ୍ସ” କଲେଜର ୨୦୨୫ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ସ୍ତାନୀୟ ତେଜସ୍ବୀ ହୋଟେଲରେ ଆଡମ୍ବରର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଏହାପରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଡାଇରେକ୍ଟର ଏ.ବି.ଏସ. ଗିରି ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ ଯେ, ସେମାନଙ୍କର ଭବିଷ୍ୟତ ଗଢ଼ିବା ଦାୟିତ୍ଵ ନିଜର। ତାର ଫଳ ସେମାନେ ହିଁ ପାଇବେ। ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଶିକ୍ଷା ଅନୁଷ୍ଠାନ ଗୁଡିକ ଯେଉଁଥିରେକି ସେମାନେ ଅଧ୍ୟୟନ କରିଥିଲେ, ତାହାହିଁ ସେମାନଙ୍କୁ କେବଳ ସହାୟତା ଯୋଗାଇଥାଏ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଡାଇରେକ୍ଟର ଏ.ବି.ଏସ. ଗିରି, ଶିକ୍ଷକ ଶ୍ରୀମତୀ ସିଶୀମୋଲ, ଶ୍ରୀମତୀ ଲୋପାମୁଦ୍ରା, ଶ୍ରୀମତୀ ଲାବନ୍ୟା , ମିସ ଶିବାନୀ ଓ ଶ୍ରୀମତୀ ହାରିକାଙ୍କ ସହିତ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ,ବୁଦ୍ଧିଜିବୀ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *