ସରକାରୀବାବୁ ଏବଂ କଣ୍ଟ୍ରାକ୍ଟର ମାଲେମାଲ।

ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧାପନ୍ତରିଆ ରାସ୍ତା।

ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “we state you investigate” ଅତି ବିଳମ୍ବ କାର୍ଯ୍ୟ ନମିଳିବା ସଦୃଶ୍ୟ। ବ୍ରହ୍ମପୁର ଜିଲ୍ଲାର ପାତ୍ରପୁର ବ୍ଲକରେ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ, କିନ୍ତୁ ସରକାରୀବାବୁମାନେ ଓ କଣ୍ଟ୍ରାକ୍ଟର ମାଲେମାଲ।


ପାତ୍ରପୁର ବ୍ଲକ ଅନ୍ତର୍ଗତ ଗଣ୍ଡୁରା, ଆମ୍ବପୁର ଓ ଜରଡା ପଞ୍ଚାୟତର ପ୍ରାୟ ୯ ଖଣ୍ଡ ଗ୍ରାମବାସୀ ସୁବର୍ଣ୍ଣପୁର ଠାରୁ ବନମାଳୀପୁର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା ନିର୍ମାଣ ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଗତ ୨୦୨୪ ମସିହାରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର “ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା” ଅନୁଯାୟୀ ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗ ରାସ୍ତା ଠାରୁ ସୀମାନ୍ତ ମାଣିକପୁର ଭାୟା ସୁନାରେତି, ସୁନାଖଳା, ଜଗନ୍ନାଥପୁର, ସୋମନାଥପୁର, ଖଣ୍ଡଦେଉଳୀ, ମହାଦେଇପୁର ଓ ମଦନପୁର ଆଦି ଗ୍ରାମକୁ ନୂତନ ଭାବେ ରାସ୍ତା ନିର୍ମାଣ ପାଇଁ ତତ୍କାଳୀନ ରାଜ୍ୟ ସରକାରଙ୍କ ତରଫରୁ ସୁନାରେଡି ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ପରବର୍ତୀ ସମୟରେ ଠିକାଦାର ରାସ୍ତା ନିର୍ମାଣ କାମ ଆରମ୍ଭ କରିଥିଲା। ସୁବର୍ଣ୍ଣପୁର ଠାରୁ ସୁନାରେଡି ପର୍ଯ୍ୟନ୍ତ ପଦ୍ମତୋଳା ଶାଖା କେନାଲ ହିଡକୁ ଜେସିବି ମେସିନ୍ ଦ୍ୱାରା ମାଟି ଖୋଳା ଖୋଳି କରି ଉଚ୍ଚରେ ଥିବା ହିଡକୁ କାଟି ମାଟି ବିଛାଇ ରାସ୍ତା ଓସାରିଆ କରି ଦେଇଛନ୍ତି । ଏହା ଏକ ନିର୍ମାଣ କାର୍ଯ୍ୟର ତ୍ରୁଟି ଏବ୍ଂ ତଦନ୍ତ ସାପେକ୍ଷ। ଯାହାଦ୍ବାରା ବର୍ଷା ଋତୁରେ ପଦ୍ମତୋଳା କେନାଲର ପାଣି ଚାଷ ଜମିରେ ପାଣି ପଶି ନଷ୍ଟ ହେବାର ସମ୍ଭାବନା ରହିଛି ।


ଯାହା ଦ୍ବାରା ପ୍ରାୟ ୨୦୦ ରୁ ୩୦୦ ଚାଷୀଙ୍କର ଚାଷଜମି କ୍ଷତିଗ୍ରସ୍ତ ହେବ। ଏଥି ସହିତ ସୁନାଖଳା, ଜଗନ୍ନାଥପୁର, ସୋମନାଥପୁର, ଖଣ୍ଡଦେଉଳୀ, ମହାଦେଇପୁର, ବନମାଳୀପୁର, ମାଣିକପୁର ଗ୍ରାମରେ ମୁଖ୍ୟ ରାସ୍ତା ମାନଙ୍କରେ ରାସ୍ତା ଓସାରିଆ ନକରି ମାଟି ବିଛାଇ ତା ଉପରେ ମେଟାଲ ବିଛେଇ ରାସ୍ତା କାମକୁ ଅଧପନ୍ତରିଆ ଭାବେ ଛାଡି ଚାଲିଯାଇଛନ୍ତି ଉକ୍ତ ଠିକାଦାର । ସୁନାରେଡି ଠାରେ ୩ଟି ପଞ୍ଚାୟତର ୯ ଖଣ୍ଡ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଦାବି ହେଉଛି। ଏଥି ସହିତ ଏହାର ଏକକୀତ ନକଲ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ,ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ଚିକିଟୀ ବିଧାୟକ, ଦକ୍ଷିଣାଞ୍ଚଳ ରାଜସ୍ବ ନୀରିକ୍ଷକ, ଜିଲ୍ଲାପାଳ ଗଞ୍ଜାମ,ଉପ ଜିଲ୍ଲାପାଳ ବ୍ରହ୍ମପୁର ଏବଂ ତହସିଲଦାରଙ୍କୁ ଚିଠି ମାଧ୍ୟମରେ ଗ୍ରାମବାସୀ ମାନେ ଅବଗତ କରାଇଛନ୍ତି।
ଫଟୋ ନ୍ୟୁଜ ଟାଇମସ୍ ର ଜିଲ୍ଲା ପ୍ରତିନିଧି ପପୁନ ଷଡଙ୍ଗୀ
ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ପାଇପାରି ନଥିଲେ।

 

ସରକାରୀବାବୁ ଏବଂ କଣ୍ଟ୍ରାକ୍ଟର ମାଲେମାଲ।

Leave a Reply

Your email address will not be published. Required fields are marked *