ତିନି ରଥରେ ଉଠିଲା ଚାରି ନାହାକା

ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “ସମ୍ପର୍କର ଡୋରି”। ଭକ୍ତ ଓ ଭଗବାନଙ୍କ
ମଧ୍ୟରେ ଥିବା ସମ୍ପର୍କ। ଏଠାରେ ତିନିଠାକୁର ଜଗନ୍ନାଥ,ବଳଭଦ୍ର, ସୁଭଦ୍ରାଙ୍କ ରଥ ନିର୍ମାଣ ପାଇଁ, ମନପ୍ରାଣ ଦେଇ ଲାଗିପଡ଼ିଛନ୍ତି। ସେବକ ତଥା ଭକ୍ତ କାରିଗର ମାନେ ସେମାନଙ୍କ ମନରେ କେବଳ ଗୋଟିଏ ଚିନ୍ତା କିପରି ରଥ ନିର୍ମାଣ ହେବ। ସେ ଯାହାବି ହେଉ
ତିନିରଥର ଉଠିଲା ଚାରି ନାହାକା।


ମହାପ୍ରଭୁ ଙ୍କ ତିନି ରଥର ଚାରି ନାହାକା କାର୍ଯ୍ୟ ଶେଷ ହୋଇଚି ଏବଂ ମହାରଣା ସେବକ ଭୋଇ ସେବକ ଙ୍କ ସହାୟତାରେ ଏହି ଚାରି ନାହାକା ଉଠିଛି। ପୂର୍ବରୁ ସ୍ନାନଯାତ୍ରା ଦିନ ଏହି କାର୍ଯ୍ୟ ହେୟୀ ଆସୁଥିବାବେଳେ ଚଳିତବର୍ଷ ସ୍ନାନ ପୂର୍ଣ୍ଣିମା ଯଥେଷ୍ଟ ପୁର୍ବରୁ ଏହି କାର୍ଯ୍ୟ ଶେଷ ହୋଇଛି।


ତେବେ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବକ ମାନେ ତିନିରଥ ର ପାଞ୍ଚ ଦଣ୍ଡା ଉପରକୁ ଦୁଇଟି ଲେଖାଏଁ ଗରଗରା ଉଠାଇବା ପରେ ତିନିରଥ ମହାରଣା ସେବକ ମାନେ ମାପ ପ୍ରକାରେ ଗରଗରା ପଛ ଭାଗକୁ ଅର୍ଦ୍ଧ ଚନ୍ଦ୍ର।କାର କାପ ଖୋଦେଇ ସହ ବିନ୍ଧ କଲାପରେ ତିନିରଥର ଓଝା ସେବକ ମାନେ ଗରଗରାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ କରିଥିଲେ। ତିନି ରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ ପୋଲ ଗୟଳ ଆଗ ଏବଂ ପଛ ନିରାଡି ସହ ସଂଯୁକ୍ତ ହୋଇଛି ବା ମୋଡ଼ାଯାଇଛି।
ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ ସାତ ଗୋଟି ଖମ୍ବି ଉଭୟ ପାର୍ଶ୍ଵ ଦଣ୍ଡାରେ ବିନ୍ଧ କରାଯାଇ ଯୋଡା ଯାଇଛି । ତିନିରଥର ଗାରେଡ଼ି ଏବଂ ଅଁଳା ନିର୍ମାଣ ପାଇଁ ରଥ ଅମୀନ ତିନି ରଥ ଚାଳି କୁ ୪ ଗୋଟି ଲେଖାଏଁ ୬ ଫୁଟ ଲମ୍ବ କାଠ ଭୋଇ ସେବକଙ୍କ ସହାୟତାରେ ଯୋଗାଇଥିଲେ,ଯାହାକି ତିନିରଥ ମହାରଣା ସେବକ ମାନେ ତାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
ତିନିରଥ ର ଶେଷ ଦୁଇଟି ଲେଖାଏଁ ଗୟଳ ର ଚଉପଟ କାର୍ଯ୍ୟ ତିନିରଥ ର ମହାରଣା ସେବକ ମାନେ ଶେଷ କରିଛନ୍ତି। ରୂପକାର ସେବକ ମାନେ ତିନିରଥ ର ନାଟ ଗୋଡ଼ରେ ରହୁରୁପ ବା ଗନ୍ଧର୍ବ ରୂପ ଖୋଦେଇ ଜାରୀ ରଖିଛନ୍ତି।


ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ଏବଂ ଗୟଳ ପାଇଁ ତାଗ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ଏଠାରେ ଆମେ ତାଳଧ୍ଵଜ ରଥ ମହାରଣା ଶ୍ରୀ ବାଳକୃଷ୍ଣଙ୍କ ମତାମତ ପ୍ରସାରଣ କରୁଅଛୁ।
ପୁରୀରୁ ଫଟୋ ନ୍ୟୁଜ ଟାଇମସ୍ ର ଜିଲ୍ଲା ପ୍ରତିନିଧି ପ୍ରସନ୍ନ କୁମାର ଲେଙ୍କାଙ୍କ ସହିତ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ୍।

 

Leave a Reply

Your email address will not be published. Required fields are marked *