ରକ୍ଷଣାବେକ୍ଷଣା ଅଭାବ ରୁ ଗଜପତି ଜିଲ୍ଲାର ବୃନ୍ଦାବନ ପ୍ୟାଲେସ ପାଲଟିଛି ଭୂତକୋଠି।ପର୍ଯ୍ୟଟନ ଶିଳ୍ପ ହେଉଛି ଧୂଆଁ ବିହୀନ ଶିଳ୍ପ। ଏହାର ଉନ୍ନତି ହେଲେ ଅଞ୍ଚଳର ସାଧାରଣ ଲୋକଟିର ଉନ୍ନତି ହୁଏ।
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରହିଛି ଏକ ପର୍ଯ୍ୟଟନ ସ୍ଥଳୀ, ବି.ଏନ. ପ୍ୟାଲେସ ଯାହାକି ବୃନ୍ଦାବନ ପ୍ୟାଲେସ ନାମରେ ପରିଚିତ।
ଏହି ପ୍ୟାଲେସକୁ ବାରମ୍ଵାର ଅବହେଳା କରାଯାଉଛି ,ଯାହାକି ଜିଲ୍ଲା ବାସୀଙ୍କୁ ଆଶ୍ଚର୍ୟ୍ଯ କରୁଛି ଓ ଦୁଃଖ ଲାଗୁଛି। ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ବୃନ୍ଦାବନ ପ୍ୟାଲେସ।ଏଠାରେ ପୋଲିସ ନିଷ୍କ୍ରିୟ। ପର୍ଯ୍ୟଟକ ମାନଙ୍କୁ ସୁରକ୍ଷାଦେବ କିଏ? ବିଜୁ ଜନତା ଦଳର ସରକାର ଯେତିକି କାମ କରିଥିଲେ, ବର୍ତ୍ତମାନ ସରକାର କୌଣସି କାର୍ଯ୍ଯ ହାତକୁ ନେଇ ନାହାନ୍ତି। ମହାରାଜାଙ୍କ ଏହି ସମ୍ପତ୍ତି କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ସ୍ମୃତି ସଂଗ୍ରହାଳୟ କରିବା ପାଇଁ ପ୍ରସ୍ତାବ ରହିଛି। ସରକାର ଏହାକୁ ଦୃଷ୍ଟି ଦେଉନଥିବା ଗଜପତି ଜିଲ୍ଲା ତଥା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତି ଅପମାନ ଓ ବୈମାତୃକ ମନୋଭାବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଏହାର ରକ୍ଷଣାବେକ୍ଷଣl ପ୍ରତି ସରକାର ଦୃଷ୍ଟି ଦେବାକୁ ପାରଳାବାସୀ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆମ ପ୍ରତିନିଧିଙ୍କୁ କଣ କହୁଛନ୍ତି ଜିଲ୍ଲା ପରିଷଦର ସଦସ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପ୍ରକାଶଥାଉକି କିଛି ଦିନ ତଳେ ପ୍ରଥମ ମହଲା କୁ ଯିବା ପାଇଁ ଥିବା ଲୁହା ସିଡ଼ି ଚୋରି ହୋଇଥିବା ଦେଖିବାକୁ ମିଳିଛି। ପୋଲିସ ଏହାର କୌଣସି କାର୍ଯ୍ୟାନୁଷ୍ଠାନ କରିନାହିଁ। ବିଧାୟକ ରୁପେଶ ପାଣିଗ୍ରାହୀ ଏହି ପର୍ଯ୍ୟଟନ ସ୍ଥଳୀକୁ ତଦାରଖ କରିଛନ୍ତି।
ଗଜପତି ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ୱାଦିକ କୃଷ୍ଣ କୁମାର ବେହେରାଙ୍କ ରିପୋର୍ଟ ।