ସରକାର କି ମାଲ ଦରିଆ ମେ ଡାଲ କଥା ରହିଛି ,କିନ୍ତୁ ଆଇନ କଣ ନାହଁ ।

ଆମର ଏହି ନ୍ୟୁଜ ସେଗ୍ମେଣ୍ଟ ହେଉଛି “ସରକାର ସଚେତନ ହୁଅ “।ଆମେମାନେ ସମସ୍ତେ ଜଣିଚେ ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ସୁରକ୍ଷା ଜୀବନ ରକ୍ଷା।ଆମେ ଏଠାରେ ସରକାରଙ୍କୁ ଅବଗତ କରାଉଅଛୁ ଯେ ବ୍ରହ୍ମପୁର ର ଠିକାଦାର ପ୍ରମୋଦ କୁମାର ଦାସ ଏକ କ୍ଷୁଦ୍ର ଜଳସେଚନ ବିଭାଗର ୨୯,୯୨,୦୦୦ ଟଙ୍କା ର କାର୍ଯ୍ୟ କୁ ଜୁଲାଇ ୨୦୨୩ ରେ ଶେଷ କରିବା କଥା କିନ୍ତୁ ଏବେ ଏହା ତଦନ୍ତ ପରିସର ଭୁକ୍ତ।ସରକାରୀ ବିଭାଗର ଗଳାବାଟ ଦେଇ ଏବଂ ଅସାଧୁ ଯନ୍ତ୍ରୀଙ୍କ ସହ ସୁସମ୍ପର୍କ ରଖି ଜନସାଧାରଙ୍କୁ ଠକିବା ପାଇ ଏହା ଏକ ପ୍ରୟାସ ବୋଲି ସାଧାରଣ ଦାବି ହେଉଛି ।


“ସରକାର କି ମାଲ ଦରିଆ ମେ ଡାଲ” କଥା ରହିଛି ,କିନ୍ତୁ ଆଇନ କଣ ନାହଁ ।
ଏହା ମଧ୍ୟ୍ୟ ସଠିକ ଯେ “ବିଳମ୍ବ କାର୍ଯ୍ୟ ହେଲେ ନ ମିଳିବା ସଦୃଶ୍ୟ”। ଆମେ ଜାଣିଛୁ ଜଳ ହିଁ ଜୀବନ ସରକାର ଲୋକଙ୍କ ଟଙ୍କା ରେ ଲୋକଙ୍କ ସୁବିଧା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିନିଯୋଗ ରେ ଜଳ ସଂରକ୍ଷଣ କରନ୍ତି କିନ୍ତୁ ସରକାରୀ ବାବୁମାନେ ପିସି କାରବାର କୁ ଢାଲ କରି ଠିକାଦାର ଙ୍କ ସହ ମଧୁ ଚନ୍ଦ୍ରିକା କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା କୁ ଫଲସ ବିଲ କରି ଖାଇଯାନ୍ତି। ଏମିତି ଏକ ଘଟଣା । ଗଞ୍ଜାମ ଜିଲ୍ଲା ମାଇନର ଇର୍ରିଗେସନ ୱାନ ର ଦିଗପହଣ୍ଡି ଅଞ୍ଚଳ ରେ ରହିଥିବା ଓଡିଶା ସରକାର ଙ୍କ କ୍ଷୁଦ୍ର ଜଳ ସେଚନ ବିଭାଗ ।

କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁ ଚନ୍ଦ୍ରିକା ଯୋଗୁ ହରିଲୁଟ ହେଉଥିବା ସାଧାରଣ ରେ ଚର୍ଚ୍ଚା ହେଉଛି । ଏହାର ସତ୍ୟା ସତ୍ୟ ପାଇଁ ଆମ ଗଞ୍ଜାମ ଜିଲ୍ଲା ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀ ଗତ ( 12-04-25 ) ବାର,ଚାରି, ଦୁଇ ହଜାର ପଚିଶି ରେ ବ୍ରହ୍ମପୁର ଅଧିକ୍ଷଣ ଯନ୍ତ୍ରୀ ଙ୍କ କାଯ୍ୟଳୟ ୱାନ କୁ ସୂଚନା ଅଧିକାର ବଳରେ ମାଗିଥିବା ତଥ୍ୟ କୁ ଏକ ମାସ ପରେ ଅର୍ଥାତ 13-5-2025 ରେ ଚିଠି କରାଯାଇଥିଲା ହେଲେ ଦୁର୍ଭାଗ୍ୟ କଥା ବଡ଼ ବାବୁ ମାନେ ଏହାର ତଥ୍ୟ କୁ ଚପେଇ ଆଉ କିଛି ତଥ୍ୟ ଆମକୁ ମିଳି ନାହିଁ ଓ ଆଉ କିଛି ଦିନ ଅପେକ୍ଷା କରିବାକୁ କୁହା ଯାଇଥିଲା। ବର୍ତମାନ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ସରକାର ଟଙ୍କା ରେ କୋଟି ପତି ଅଫିସର ମାନେ ତଥ୍ୟ ଦେଉନାହାନ୍ତି ।

ଏହାର ପ୍ରତିକ୍ରିୟା ପାଇଁ ଆମ ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀ ବ୍ରହ୍ମପୁର ମାଇନର ଇର୍ରିଗେସନ ଅଧିକ୍ଷଣ ଯନ୍ତ୍ରୀ ଇ ଅମୀୟ କୁମାର ମୁଦୁଲି ଙ୍କ ମୋବାଇଲ ଯୋଗେ ଯୋଗାଯୋଗ କରି ଥିଲେହେ କିନ୍ତୁ ଏହାର କିଛି କାମ ତଥ୍ୟ ସଂଗ୍ରହ ହୋଇଛି ଆଉ କିଛି ଦିନ ଲାଗିବବୋଲି କହିଥିଲେ। କିନ୍ତୁ ସେଥିରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ( ପି ସି ) ଖାଇ କଣ୍ଟ୍ରାକ୍ଟର ଙ୍କ ଆଖି ବୁଜା କାମକୁ ବିଲ କରନ୍ତି।


ଗଞ୍ଜାମ ରୁ ଫୋଟୋ ନ୍ୟୁଜ ଟାଇମ୍ସ ର ସାମ୍ବାଦିକ ପପୁନ କୁମାର ଷଡ଼ଙ୍ଗୀ ଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *