ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “ସଚେତନ ହୁଅ ସରକାର”। କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ଦାଉରୁ ଜନସାଧାରଣ ମାନେ ଭୟଭୀତ ହୋଇ ରହୁଛନ୍ତି। କୁମ୍ଭୀର ଥିବା ସ୍ଥାନରେ କୌଣସି ନାମ ଫଳକ ନାହିଁ। ସରକାରଙ୍କ ଦ୍ୱାରା ପ୍ରତିଶୃତି ଦିଆଯାଇଥିବା ଗାଧୁଆ ତୁଠ ନାହିଁ। ଜଙ୍ଘଲ ବିଭାଗର କର୍ମଚାରୀ ମାନେ ଏଠାରେ କାମଚୋର ବନିଯାଇଛନ୍ତି। ସେମାନେ ଲୋକମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଉନାହାନ୍ତି।
ଏଭଳି ଏକ ଅଘଟଣ ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ।
ଗାଧୋଇବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ମହିଳା ଜଣକ କୋଳିଡ଼ିହ ପଞ୍ଚାୟତ ତଅଁଳାଡିହା ଗ୍ରାମର କୈଳାଶ ମହାନ୍ତିଙ୍କ ପତ୍ନୀ କାଜଲ ମହାନ୍ତି (୪୦ ବର୍ଷ) । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା କୋଳିଡ଼ିହ ପଞ୍ଚାୟତରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ସୋମବାର କାଜଲ ଖରସ୍ରୋତା ନଦୀ ସହିତ ସଂଲଗ୍ନ ତଅଁଳାଡିହା ଜୋରକୁ ଗାଧୋଇବାକୁ ଯାଇଥିଲେ । ସେ ଗାଧୋଇବାକୁ ଯାଇ ଦୀର୍ଘ ସମୟ ହେବ ଘରକୁ ଫେରି ନଥିଲେ ।
ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ଜୋର ନିକଟକୁ ଆସିଥିଲେ । ଜୋର ନିକଟକୁ ଆସି କାଜଲଙ୍କ କପଡା ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଜୋରରେ ଖୋଜାଖୋଜି ଆରମ୍ଭ କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବୋଟ ସାହାଯ୍ୟ ରେ ଖୋଜା ଖୋଜି କରୁଥିବା ଜଣା ପଡିଛି।
ପ୍ରକାଶ ଥାଉକି ୧୩ ବର୍ଷ ଝିଅ ସାମ୍ନାରେ ମା’କୁ ଟାଣିନେଲା କୁମ୍ଭୀର।
କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ।