ଜିଲ୍ଲାପାଳ ସୁନ୍ଦରଗଡ଼ ଙ୍କ ପଞ୍ଚାୟତ ସମିତି ସ୍ତରୀୟ ଯୁଗ୍ମ ଅଭିଯୋଗ ଶିବିର ଅନୁଷ୍ଠିତ। ରାଜଗାଙ୍ଗପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ ଅଦଖ୍ୟତା ରେ ପଞ୍ଚାୟତ ସମିତି ସ୍ତରୀୟ ଯୁଗ୍ମ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଅଛି। ରାଜଗାଙ୍ଗପୁର ଓ ଆଖପାଖ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ସାଧାରଣ ନାଗରିକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଦସରଥି ଶରାବୁ, ଏଡିଏମ୍ ରବିନାରାୟଣ ସାହୁ,ସିଡିଓ ଶୁରଞନ ସାହୁ, ଜିଲ୍ଲା ଏସପି ପ୍ରିତୁୟସ ଦିବାକର, ଏସଡିପିଓ ବିଭୁତି ଭୁଷଣ ଭୋଇ, ବିଡ଼ିଓ ଅକ୍ଷୟ କୁମାର ବାଗ, ତହସିଲଦାର ଜଗବନ୍ଧୁ ମଲ୍ଲିକ, ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ, ବିଧାୟକ ବ୍ଳକ ପ୍ରତିନିଧି ଅରୁଣ ସାମଳ, ଉପାଧ୍ୟକ୍ଷ ଏମଡି ଇରଫାନ ଙ୍କ ସହ ସ୍ଥାନୀୟ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ଙ୍କ ଦ୍ଵାରା Mission Shakti Retail Mart ଶୁଭ ଉଦଘାଟନ। ରାଜଗାଙ୍ଗପୁର ବ୍ଳକ ନିକଟସ୍ଥ ତହସିଲ କାର୍ଯ୍ୟାଳୟ ନିକଟରେ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ୍ ସତ୍ୟବାନ୍ ମହାଜନ ଙ୍କ ଦ୍ଵାରା ମହିଳା ସଶକ୍ତିକରଣର ଅଭିଯାନ ରେ ନୂତନ Mission Shakti Retail Mart ହିନ୍ଦୁ ଧର୍ମର ଅନୁସାରେ ପୂଜା ଅର୍ଚ୍ଚନା ସହ ଫିତା କାଟି ଆନୁଷ୍ଠାନିକ ଭାବରେ ଦୋକାନ ର ଶୁଭ ଉଦଘାଟନ କରିଥିଲେ। ଉକ୍ତ ଦୋକାନ ହେବା ଦ୍ଵାରା ବ୍ଳକ, ତହସିଲ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଆସୁଥିବା ଜନସାଧାରଣ ବିଭିନ୍ନ ସାମଗ୍ରୀ ସୁଲଭ ମୂଲ୍ୟରେ ପାଇପାରିବେ ବୋଲି ମହିଳା ଏସ.ଏସ.ଜି. ଗ୍ରୁପ ସୁଚନା ଦେଇଛନ୍ତି।
ଜିଲ୍ଲାପାଳ ଅଧିକ ଏସ.ଏସ.ଜି. ସାମଗ୍ରୀ ବିକ୍ରୟ ପାଇଁ ପରାମର୍ଶ ପ୍ରଦାନ କରିଥଲେ। ଏହି ଅବସରରେ ଉପ ଜିଲ୍ଲାପାଳ ଦାସିରଥି ଶରାବୁ,ସିଡିଓ ଶୁରଞନ ସାହୁ, ଏଡିଏମ୍ ରବିନାରାୟଣ ସାହୁ, ଜିଲ୍ଲା ଏସପି ପ୍ରିତୁୟସ ଦିବାକର, ଏସଡିପିଓ ବିଭୁତି ଭୁଷଣ ଭୋଇ ବିଡ଼ିଓ ଅକ୍ଷୟ କୁମାର ବାଗ ତହସିଲଦାର ଜଗବନ୍ଧୁ ମଲ୍ଲିକ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମହିଳା ଏସ.ଏସ.ଜି. ଗ୍ରୁପ ମହିଳା ମା ମାନେ ଉପସ୍ଥିତ ଥିଲେ।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।