‘ସୁସ୍ଥ ଶରୀର ସୁସ୍ଥ ମନର ଆବାହକ ‘ ଏହି ପରିପ୍ରେକ୍ଷୀରେ କମ୍ମlଣ୍ଡିଂ ଅଫିସର କର୍ଣ୍ଣେଲ ରାକେଶ ବର୍ଥାୱାଲ୍ ଙ୍କ ତତ୍ବାବଧାନରେ ୨ୟ ଓଡିଶା ବାଳିକା ଏନ୍ ସି ସି ବାଟାଲିୟନ ଦ୍ଵାରା ଅନ୍ତରଜାତୀୟ ଯୋଗ ଦିବସ ମହାସମାରୋହରେ ଆୟୋଜିତ ହୋଇଯାଇଛି।
ଏଥିରେ ଯୋଗ ଗୁରୁ ରାଜେଶ ଆଚାର୍ଯ୍ୟ ,ରାହୁଲ ସେନାପତି,କୈଳାଶ ପାଣିଗ୍ରାହୀ, ରବୀନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ । ବ୍ୟାଟାଲିଅନ ତରଫରୁ ସୁବେଦର୍ ମେଜର ରମନନ୍ଦ୍,ଏନ୍ ବେହେରା, ଜସ୍ବିର୍ ଶିଙ୍ଗ,କ୍ରିସନଲlଲ୍, ଏନସିସି ଅଫିସର କ୍ୟାପଟେନ ରୀତା ରାଣୀ ମିଶ୍ର,ପ୍ରମିଳା ମହାପାତ୍ର, ସି ଟି ଓ ଇନ୍ଦୁମତି,ବନିତା, ସୁଜାତା ଉପସ୍ଥିତ ଥିଲେ। ଜି ସି ଆଇ ପ୍ରତିମା ମିଞ୍ଜ,ମିସ ସୁନୀତା,ଡକ୍ଟର ରସା କୁମାରୀ ପଣ୍ଡା,ଚିନ୍ମୟୀ ପାଣିଗ୍ରାହୀ, ଏବଂ ୨୦୦ ରୁ ଅଧିକା କ୍ୟାଡେଟ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ସୁସ୍ଥ ରହିବା ପାଇଁ ଯୋଗର କଣ କଣ ମହତ୍ତ୍ଵ ରହିଛି ସେ ବିଷୟରେ ଯୋଗ ଗୁରୁ ରାଜେଶ ଆଚାର୍ଯ୍ୟ ପ୍ରାଞ୍ଜଳ ଭାବରେ ବୁଝାଇବା ସହ ବିଭିଭ୍ନ ଆସନ, ପ୍ରାଣାୟମ୍ କରି ଦେଖାଇଥିଲେ ।ଏବଂ ଶେଷରେ ମିଷ୍ଠାନ୍ନ, ବିସ୍କୁଟ ଓ ଥଣ୍ଡା ପାନୀୟ ବଣ୍ଟନ କରି କାର୍ଯ୍ୟକ୍ରମର ସମାପ୍ତି କରାଯାଇଥିଲା।
ରାୟଗଡା ରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ