ନାରୀ ସଚେତନ ହେଲେ ସମାଜ ସଚେତନ ହେବ। ନାରୀ ପ୍ରଭାବଶାଳୀ ହେଲେ ସାମୁହିକ ବିକାଶ ହେବ। ନାରୀ ଯଦି ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷା ଦେଇପାରିବ ତାହେଲେ ଶିଶୁ, ମହିଳା ଏବଂ ବୟକ୍ସବ୍ୟକ୍ତି ମାନେ ସୁରକ୍ଷିତ ରହିପାରିବେ। କରାଟେ ପ୍ରଶିକ୍ଷଣ ଦ୍ୱାରା ଯୁବତୀ ଏବଂ ଯୁବକ ମାନଙ୍କର ମନୋବଳ ଏବଂ ଶାରୀରିକ କ୍ଷମତା ବଢିଥାଏ। ଆମର ଏହି ଖବରର ସେଗମେଣ୍ଟ ହେଉଛି ଭଲ ଖବର। ଖୋର୍ଦ୍ଧାର ଏକ ଅଗ୍ରଣୀ କରାଟେ ଅନୁଷ୍ଠାନ “ଅପ୍ ଏ ଓ୍ବଇନ୍”।
‘”ଅପ୍ ଏ ଓ୍ବଇନ୍” ପକ୍ଷରୁ କରାଟେ ପ୍ରଶିକ୍ଷଣ ସମ୍ପର୍କିତ ପୁସ୍ତକ ଉନ୍ମୋଚନ ସହ ଉତ୍ତୀର୍ଣ୍ଣ ହୋଇଥିବା ପାଞ୍ଚଜଣ ଛାତ୍ରଛାତ୍ରୀଙ୍କୁ ବ୍ଲାକ ବେଲ୍ଟ ସହ ପ୍ରମାଣପତ୍ର ପ୍ରଦାନ କଲେ ଏସପି ସାଗରିକା ନାଥ।
“ଅପ ଏ ୱଇନ” କରାଟେ ଏକାଡେମୀ ପକ୍ଷରୁ ଗୀତା ଭବନ ପରିସରରେ ଦ୍ୱାଦଶତମ କରାଟେ ବେଲ୍ଟ ଗ୍ରେଡିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଏକାଡେମୀ ପକ୍ଷରୁ ଗତ ବର୍ଷଠାରୁ ଟଙ୍ଗ-ଲି-,ମୁଡ ମାର୍ଶାଲ ଆର୍ଟ କୁ ସାମିଲ କରାଯାଇଛି।ଏହି ମାର୍ଶାଲ ଆର୍ଟ ରେ ପ୍ରଶିକ୍ଷଣ ନେଉଥିବା ଛାତ୍ର ଛାତ୍ରୀ ମାନେ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସ୍ଵର୍ଣ ପଦକ ହାସଲ କରି ଆଗାମୀ ନଭେମ୍ବର ମାସରେ କାମ୍ବୋଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ଏହି କର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷ ଶ୍ରୀମତୀ ସାଗରିକା ନାଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଶାଲ ଆର୍ଟ ପ୍ରଶିକ୍ଷଣ ସମ୍ପର୍କ ରେ ଅନେକ ମୁଲ୍ୟବାନ ପରାମର୍ଶ ଦେଇଥିଲେ। ଯେହେତୁ ସେ ଜଣେ କରାଟେ ର ବ୍ଲାକ ବେଲ୍ଟ ଅଧିକରିଣୀ।ଅନ୍ୟତମ ଅତିଥି ଭାବେ ରାଜ୍ୟ ପ୍ରସାସାନିକ ପ୍ରଶିକ୍ଷଣ କେନ୍ଦ୍ରର ଉପ ନିର୍ଧେସକ ସୋମ୍ୟକାନ୍ତ ସୋମ୍ୟଦର୍ଶୀ ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ଅଧିବକ୍ତା ତଥା ଉତ୍କଳ ସମ୍ମିଳନୀ ର ସଭାପତି ଶକ୍ତି ଶଙ୍କର ମିଶ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।
ଏହି ଅବସରରେ ଶ୍ରୀମତୀ ସାଗରିକା ନାଥ କରାଟେ ପ୍ରଶିକ୍ଷଣ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରିବା ସହ ଉତ୍ତୀର୍ଣ୍ଣ ହୋଇଥିବା ପାଞ୍ଚଜଣ ଛାତ୍ରଛାତ୍ରୀ ଙ୍କୁ ବ୍ଲାକ ବେଲ୍ଟ ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ୨୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ଏହି କର୍ଯ୍ୟକ୍ରମ କୁ “ଅପ ଏ ୱଇନ” ର ନିର୍ଧେସିକା ମୁର୍ଚ୍ଛନା ସୁବୁଦ୍ଧି ପରିଚାଳନା କରିଥିଲା ବେଳେ ପଶ୍ଚିମବଙ୍ଗ ରୁ ଆସିଥିବା ପରୀକ୍ଷା ଅଧିକ୍ଷକ ଶ୍ରୀ ରାନା ଦେ,ଅଜିତ କୁମାର ପଲ,ଓ ହୁଭାନେଶ୍ୱର ର ଲଲାଟେନ୍ଦୁ ପରିଜା ଓ ବଳରାମ ନାୟକ ଉପସ୍ଥିତ ଥିଲେ।
ଖୋର୍ଦ୍ଧାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ମନୋଜ କୁମାର ସାହୁଙ୍କ ରିପୋର୍ଟ ।