ଶ୍ରୀ ଜଗନ୍ନାଥଙ୍କ ମୋଦକ ଚୋରି

ରାଜନୈତିକ ବ୍ୟକ୍ତିମାନେ ସବୁ କ୍ଷେତ୍ରରେ ରାଜନୀତି କରିବା ଉଚିତ ନୁହେଁ। ସେ ବି ପୁଣି ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି, ଘୋଷଯାତ୍ରା ଏବଂ ସୁନାବେଶ ଆଦିକୁ ନେଇ। ବିରୋଧୀ ଦଳର କିଛି ଚାମୁହାଁ ସଂଗଠନ ସେମାନଙ୍କ ନିର୍ଦେଶରେ ଚାଲନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ସରକାରୀ ଦଳ ଏବଂ ଡବଲ ଇଂଜିନ ସରକାର ଚଳିତ ରଥଯାତ୍ରାକୁ ନେଇ ସଜାଗ ଅଛନ୍ତି। ଏହା ଏକ ଜନସାଧାରଣଙ୍କର ଭାବାବେଗର ବିଷୟ ହୋଇଥିବାରୁ ବିରୋଧୀ ଦଳ ବିଜେଡ଼ି ଏବଂ କଂଗ୍ରେସ ରାଜନୀତିରୁ ଉର୍ଦ୍ଧରେ ଯାଇ ନିଜର ମତ ଓ ମନ୍ତବ୍ୟ ରଖୁନାହାନ୍ତି ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି। ସେ ଯାହାବି ହେଉ “ମୋଦକ ଚୋରି” ଏକ ପ୍ରସଂଘ ପାଲଟିଛି।

ଏଥିପାଇଁ ପ୍ରଶାସନ, ଜଗନ୍ନାଥ ପ୍ରେମୀ, ଶାସକଦଳ ଏବଂ ବିରୋଧୀଦଳ ଏହି ପ୍ରସଂଘରେ ମତ, ମନ୍ତବ୍ୟ ଏବଂ ନିଜର ନିର୍ଭୁଲ କାର୍ଯ୍ୟଶୈଳୀକୁ ଉପସ୍ଥାପନା କରୁଛନ୍ତି। ସେ ଯାହାବି ହେଉ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାରା ଥାନାରେ ଏତଲା ଦିଆଯାଇଛି। ସେନା ଦାବି କରୁଛି ଯେ ଏହି ଏତଲାକୁ ଧାରା ୨୯୮, ୨୯୯, ୩୦୦, ୩୦୧, ୩୦୨ ଏବଂ ବି.ଏନ. ଏସ. ଦଫାରେ ତଦନ୍ତ କରାଯାଉ।

ଶ୍ରୀ ଜଗନ୍ନାଥ ସେନାର ଦାବି ମଧ୍ୟ ରହିଛି ଯେ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଏବଂ ମୁଖ୍ୟ ପ୍ରଶାସକଙ୍କର ସ୍ଥାନାନ୍ତର।
ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *