କୁଇଣ୍ଟାଲ ଗଂଜେଇ ଜବତ ୨ ଜଣ ବେପାରୀ ଗିରଫ

ବାଙ୍କୀ ପୋଲିସକୁ ମିଳିଛି ବଡ଼ ସଫଳତା।ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଲେ ଏସ ଡ଼ି ପି ଓ ବାଳକୃଷ୍ଣ କଅଁର । ଚୋର ଗଂଜେଇ ଚାଲାଣ ଖବର ପାଇଁ ପୋଲିସ ପକ୍ଷରୁ ହୋଇଥିଲା ବାଙ୍କୀ ବରପୁଟ ଅଂଚଳ ରେ ଚଢ଼ାଉ। ଘଟଣା ସ୍ଥଳ ରୁ ୧ କୁଇଣ୍ଟାଲ ଚୋରା ଗଂଜେଇ ପୋଲିସ ଜବତ କରିଥିବା ବେଳେ ୨ ଜଣ ବ୍ୟବସାୟୀ କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ମାରୁତି ଏଟ୍ରିକା ଗାଡି ମଧ୍ୟ ଜବତ ହୋଇଛି। ପୂର୍ବ ରୁ ପୋଲିସ ପାଖରେ ରହିଥିଲା ଏହାର ଖବର।

ଜବତ ଗଂଜେଇ ଭୁବନେଶ୍ୱର ଅଂଚଳ କୁ ଚାଲାଣ ହେଉଥିଲା। ଜବତ ଗାଡି ନମ୍ବର ରହିଛି OD 02L0863.ଏ ସବୁ ଗଂଜେଇ କନ୍ଧମାଳ ଅଂଚଳ ରୁ ଆସୁଥିଲା ବୋଲି ପୋଲିସ ସୂତ୍ର ରୁ ପ୍ରକାଶ।

ଗିରଫ ଗଂଜେଇ ବ୍ୟବସାୟୀ ଙ୍କ ଘର ତିଗିରିଆ ଅଂଚଳରେ। ଜଣଙ୍କ ନାମ ଅଭିବୁଲା ଖାଁ (ଗାଣ୍ଡ) ଅନ୍ୟଜଣଙ୍କ ନାମ ଲିପୁନା ବେହେରା (ଲିପୁ )। ପୋଲିସ ପକ୍ଷରୁ କେଶ ନମ୍ବର 217/25 ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏଠାରେ ସିଡିପିଓ ବାଳକଷ୍ଣ କହଁର ମତ ରଖିଛନ୍ତି।
Byte -ବାଳକୃଷ୍ଣ କଅଁର (ଏସ ଡ଼ି ପି ଓ ବାଙ୍କୀ ) ବାଙ୍କୀରୁ ଫଟୋ ନ୍ୟୁଜର ସାମ୍ବାଦିକ ଡ଼ଃ ସୁବିତ ପଟ୍ଟନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *