ରାଜଗାଙ୍ଗପୁର ବ୍ଳକ ଅନ୍ତର୍ଗତ ବୁଡାମ୍ବ ଗ୍ରାମ ଠାରେ ୧୩ଟି ବିଭାଗର ସହାୟତା ଏବଂ ସହଯୋଗ ରେ ପରିଚାଳିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନଜାତୀୟ ସଶକ୍ତିକରଣର ଭିତିଭୂମି, ସ୍ଵାସ୍ଥ୍ୟ, ଶିକ୍ଷା ଏବଂ ଜୀବିକା ଦିଗରେ ସମ୍ପୁର୍ଣ୍ଣ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଉକ୍ତ କାର୍ଯ୍ୟକ୍ରମ W.E.O. ପୁଜା ସାହୁଙ୍କ ତତ୍ବାବଧାନରେ ମୁଖ୍ୟ ଅତିଥି ରୂପେ ରାଜଗାଙ୍ଗପୁର ବିଧାୟକ ଡଃ ସିଏସ ରାଜନ୍ ଏକ୍କା, ବିଡ଼ିଓ ଅକ୍ଷୟ କୁମାର ବାଗ, ତହସିଲଦାର ଜଗବନ୍ଧୁ ମଲ୍ଲିକ ADWO ITDA Sundargarh ଛତାମ ସରପଞ୍ଚ ଜରେଇକେଲା ସରପଞ୍ଚ ବିଧାୟକ ବ୍ଳକ ପ୍ରତିନିଧି ଅରୁଣ ସାମଲ ବରିଷ୍ଠ ନେତା ଇକବାଲ ମଲ୍ଲିକ ଯୋଗଦାନ କରି ରାଜ୍ୟ କେନ୍ଦ୍ର ସରକାରଙ୍କ ଜନଜାତି ମାନଙ୍କର ସର୍ବାଙ୍ଗୀନ ଉନ୍ନତି ମୁଳକ କାର୍ଯ୍ୟ ବିକାଶ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଏହି ଅବସରରେ ସରକାରଙ୍କ ବିଭିନ୍ନ ବିଭଗର ଅଧିକାରୀ ଉପସ୍ଥିତି ରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ବିକାଶ ବାହନ ଗାଡି ଏଲସିଡି ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନା ସମ୍ବନ୍ଧରେ ପ୍ରସାରିତ କରିବା ସହ ମାନ୍ୟବର ବିଧାୟକ ଡଃ ସିଏସ ରାଜନ୍ ଏକ୍କା ଙ୍କ ଦ୍ଵାରା ବିଭିନ୍ନ ସରକାରୀ ଯୋଜନା ର କାର୍ଡ ଓ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ଏଥିରେ ଶହ ଶହ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।
ସାତୋଟି ରାସନ୍ କାର୍ଡ, ଦଶଟି ଜବ କାର୍ଡ, ପାଞ୍ଚଟି ଭତା, ସାତୋଟି ବସୁନ୍ଧରା ପଟ୍ଟା, ସାତୋଟି ନିର୍ମାଣ ଶ୍ରମିକ କାର୍ଡ ଆଦି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।
ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।