କନ୍ଧମାଳ ଜିଲ୍ଲାରେ ବାଲିଗୁଡ଼ା ଠାରୁ ସୀମନବାଡ଼ି ରାସ୍ତା ବେହାଲ୍

କନ୍ଧମାଳ ଜିଲ୍ଲାରେ ନିମ୍ନ ମାନର ପୋଲ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ବିରୋଧ। ସଠିକ ଭାବେ ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ଦାବୀ।
ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “We State You Investigate”।
କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରୁ ସିମନବାଡ଼ି ରାସ୍ତାରେ ଗୁରୁମୁଣ୍ଡା ଠାରେ ନିର୍ମାଣ ହେଉଥିବା ପୋଲ ଅତି ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ l
ଏହି ପୋଲ ନିର୍ମାଣ ପାଇଁ କେନ୍ଦ୍ରସରକାର ତରଫରୁ ୨କୋଟି ୮୫ ଲକ୍ଷ ୧୯ ହଜାର ୮୪୪ ଟଙ୍କା ମଞ୍ଜୁର କରାଯାଇଥିଲା । ହେଲେ ଏହି କାଯ୍ୟ ଡିସେମ୍ବର ମାସ ୨୦୨୪ ମସିହାରୁ ଆରମ୍ଭ ହୋଇଥିଲା। ଏହାର କାଯ୍ୟ ୨୦୨୫ ମସିହା ମାର୍ଚ୍ଚ ମାସରେ ସରିବା କଥା କିନ୍ତୁ ଏହା ନିର୍ଧାରିତ ସମୟ ଅତିକ୍ରମ କରିସାରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଯାହାରି ଫଳରେ ବୁଡ଼ାଗୁଡା ପଞ୍ଚାୟତ କୁ ଆସିବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବାରମ୍ବାର ଅଭିଯୋଗ ପରେବି କୌଣସି ସୁଫଳ ମିଳୁନଥିବା ବିଜେପିର ବ୍ଲକ ସମ୍ପାଦକ ସୋଭାଗ୍ୟ କୁମାର ସୁବୁଦ୍ଧି, ବିଜେପି ବୁଡ଼ାଗୁଡା ପଞ୍ଚାୟତ ସଭାପତି ପ୍ରଦୀପ୍ତ କୁମାର ସାହୁ, ଅନ୍ତରଙ୍ଗ ଯୁବକ ସଂଘ ସଭାପତି ସୁକାନ୍ତ ଦଳାଇ, ବିଜେପି ଉପସଭାପତି ସଞ୍ଜୟ ଗୌଡ଼, ଯୁବକଳା ସଭାପତି ଅଚ୍ୟୁତ ବିନ୍ଧାଣି, ଗ୍ରାମ୍ୟ କମିଟି ସଭାପତି ମୁକେଶ ମୁଖୀ, ସରପଞ୍ଚ ତାତୁରା ପ୍ରଧାନ ପ୍ରମୁଖ ଅଞ୍ଚଳ ବାସୀ କହିଛନ୍ତି । ଆଗାମୀ ଦିନରେ ଏହି ପୋଲ ନିର୍ମାଣ କାର୍ଯ୍ୟ ସଠିକ ଭାବରେ ନିର୍ମାଣ କରାନଯାଏ, ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବେ ବୋଲି ବିଜେପି ବ୍ଲକ ସମ୍ପାଦକ ସୌଭାଗ୍ୟ ସୁବୁଦ୍ଧି ଚେତାବନୀ ଦେଇଛନ୍ତି ।


କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏକ ସପ୍ତାହ ରୁ ଉର୍ଦ୍ଧ ଦିନ ଧରି ଲଘୁଚାପ ଜନିତ ବର୍ଷାରେ ଏକାଧିକ ସମସ୍ୟା ଦେଖାଯାଇଛି। ଗାଁ ଗାଁରେ ମାଟି ରାସ୍ତାରେ କାଦୁଅ ପଚପଚ ଯୋଗୁ ଯାତାୟାତ ସମ୍ଭବ ହେଉ ନ ଥିବା ବେଳେ ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ପୂର୍ତ୍ତ ବିଭାଗ ରାସ୍ତାର ତିଲୋରୀ ପଞ୍ଚାୟତ ଦେଇ ବହି ଯାଉଥିବା ଗୁମା ନଦୀରେ ବର୍ଷାଜଳ ବୃଦ୍ଧି ପାଇ ପୁଣି ଡାଇଭର୍ସନ ରାସ୍ତାକୁ ଧୋଇଦେବା ସହ ତା’ ଉପରେ ପାଣି ଯାଉଛି। ଫଳରେ ପୁଣି ଉକ୍ତ ବ୍ଲକ ତିଲୋରୀ ପଞ୍ଚାୟତ ସମେତ ବୁଡ଼ାଗୁଡ଼ା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ, ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ଆଦିକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ତିଲୋରୀ, ବୁଡ଼ାଗୁଡ଼ା ଆଦି ଅଞ୍ଚଳକୁ ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଯାଉଥିବା ବେଳେ ଗୁମା ନଦୀରେ ଯାତାୟାତ ବନ୍ଦ ପାଇଁ ଅଧାରୁ ଫେରିଛନ୍ତି। ସେହିପରି ସେହି ସବୁ ଅଞ୍ଚଳରୁ ସରକାରୀ ଓ ବେସରକାରୀ କାର୍ଯ୍ୟରେ ସିମନବାଡ଼ି, ଦାରିଙ୍ଗବାଡ଼ିକୁ ଆସୁଥିବା ଲୋକ ବାଟରୁ ନିରାଶରେ ଫେରିଛନ୍ତି। ସେହି ରାସ୍ତାରେ ଏବେ ଆମ୍ବୁଲାନ୍ସ ମଧ୍ୟ ଆସିବା ସମ୍ଭବ ହେଉ ନ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଗତ ମାସ ୨୪ ତାରିଖରେ ଉକ୍ତ ଗୁମା ନଦୀର ଡାଇଭର୍ସନ ରୋଡ୍‌କୁ ବର୍ଷାଜଳ ଭସାଇ ନେଇଥିବା ବେଳେ ୨ ଦିନ ପରେ ଚଳାଚଳ ସ୍ବାଭାବିକ ହୋଇଥିଲା। ପୁଣି ଏବେ ଆଉ ଥରେ ଭସାଇ ନେଇଥିବାରୁ ଜନସାଧାରଣଙ୍କ ଚିନ୍ତା ବଢ଼ିଯାଇଛି।

ଫୁଲବାଣୀରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ସଞ୍ଜୟ କୁମାର ପଣିଗ୍ରାହୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *