ରାଜଗାଙ୍ଗପୁର ପୋଲିସ କୁ ମିଳିଲା ବଡ଼ ସଫଳତା। ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “ଟ୍ରାଫିକ ପୋଷ୍ଟ”। ଏଠାରେ ଆମେ ଜନସାଧାରଣଙ୍କୁ ସଚେତନ କରେଇବାକୁ ଚାହୁଁଚୁ ଯେ ଚୋରି ଜିନିଷ କିଣିବା ଏକ ଅପରାଧ। ଚୋରି କରିଥିବା ଲୋକ ଏବଂ ଚୋରି ଜିନିଷ କିଣିଥିବା ଲୋକ ସମାନ ଭାବରେ ଅପରାଧୀ। ରାଜଗାଙ୍ଗପୁର ସହର ଓ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରୁ ନାମିଦାମୀ କଂପାନୀ ର ମଟରସାଇକେଲ ଚୋରି କରି ବଜାର ରେ ଶାଗ ମାଛ ଦରରେ ଅପରାଧୀ ମାନେ ବିକ୍ରି କରୁଥିଲେ।
ଉକ୍ତ ଘଟଣା ସମ୍ପର୍କରେ ତଦନ୍ତ କରି ରାଜଗାଙ୍ଗପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଚଢାଉ କରି ଚାରି ମଟରସାଇକେଲ ଚୋର କୁ ଗିରଫ କରି ତିନୋଟି ମଟରସାଇକେଲ ଜବତ କରାଯାଇଥିଲା।
ଅଭିଯୁକ୍ତ ମାନେ ରାଜଗାଙ୍ଗପୁର ଭଟ୍ଟାପଡା ର ଏମଡି ଶଲିମ ରାବାଣୀ ଛକ ଅଞ୍ଚଳର ଅଟନ୍ତି। ଏମ.ଡି. ନାସିର ଅଲି ଝସାକେତନ ବାଗ ଏବଂ ଅମିତ ନାୟକ କୁ ଗିରଫ କରାଯାଇ ଭାରତୀୟ କେସ ନଂ ୩୩୧,୨୭୫,୩୩୩ ୨୦୨୫ ମାମଲା ରୁଜ୍ଜୁ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ରାଜଗାଙ୍ଗପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ସୁଚନା ଦେଇଥିଲେ ସେମାନଙ୍କ ଠାରୁ ତିନୋଟି ମଟରସାଇକେଲ (OD16G 7106,OR06H 2644,OD16A 3152) ଜବତ କରିଛନ୍ତି। ଅନୁସନ୍ଧନରୁ ଜଣାପଡିଛି ଯେ ମଟରସାଇକେଲ ଗୁଡିକ ରାଜଗାଙ୍ଗପୁର ଲିପଲୋଇ, ବିଲେଇ ବଡ଼,ଜାମପାଲି ଅଞ୍ଚଳରୁ ଚୋରି କରି ମାତ୍ର ୯୦୦୦ ଏବଂ ୧୦,୦୦୦ ହଜାର ଟଙ୍କାରେ ବିକ୍ରି କରିଥିବା ସୂଚନା ମିଳିଛି। ଉକ୍ତ ଖବର ରାଜଗାଙ୍ଗପୁର ଅଞ୍ଚଳରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି।
ରାଜଗାଙ୍ଗପୁରରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।