ଘୋଗର ଧାମ ଶୈବପୀଠ ରେ ଜଳାଭିଷେକ ଓ ପୂଜାର୍ଚ୍ଚନା

ରାଜଗାଙ୍ଗପୁର ପ୍ରସିଦ୍ଧ ଘୋଗର ମନ୍ଦିର ଠାରେ ଶ୍ରାବଣ ମେଳା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଭାରତ ପ୍ରସିଦ୍ଧ “ଘୋଗର ଧାମ ଶୈବପୀଠ” ରେ ଶ୍ରାବଣ ମାସରେ ମନ୍ଦିର ପରିସରରେ ମେଳା ଓ ଭକ୍ତ ମାନଙ୍କ ସମାଗମ ହୁଏ। ଏଥିନେଇ ଶାନ୍ତି ଶୃଙ୍ଖଳା ସହ ଜଳାଭିଷେକ, ପୂଜାର୍ଚ୍ଚନା ଏବଂ ଶ୍ରାବଣ ମେଳା ପାଇଁ ପ୍ରସ୍ତୁତି ବୈଠକ ହୋଇଅଛି। ଘୋଗର ମନ୍ଦିର ଟ୍ରଷ୍ଟ ବୋଡ଼ର୍ ଅଧ୍ୟକ୍ଷ ହରି କିଶନ ଅଗ୍ରୱାଲ ଙ୍କ ଅଦଖ୍ୟତା ରେ ଅନୁଷ୍ଠିତ ଏହି ବୈଠକରେ ରାଜଗାଙ୍ଗପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ, ଅତିରିକ୍ତ ଅଧିକାରୀ ବିଜୟ ଦାଶ ଏବଂ ପଚିଶ ରୁ ଉର୍ଦ୍ଧ୍ବ ଘୋଗର ମନ୍ଦିର ପରିଚାଳନା କମିଟି ର ସଦସ୍ୟ ଉପସ୍ଥିତ ରହିଥିଲେ। ଏଠାରେ ସମସ୍ତ କାର୍ଯ୍ୟକ୍ରମ ର ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା।


ଆଇନ୍ କାନୁନ୍ ବଜାୟ ରଖିବାରେ ପରିଚାଳନା କମିଟି ଓ ପୋଲିସ ବିଭାଗର ସହାୟତା ଏକାନ୍ତ ଆବଶ୍ୟକ ବୋଲି ମତ ରଖିଥିଲେ। ଉକ୍ତ ମେଳାରେ ରାଜଗାଙ୍ଗପୁର ସହର ଓ ଆଖପାଖ ଅଞ୍ଚଳ ଏବଂ ପଡୋଶୀ ରାଜ୍ୟ ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ ଓ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥାଏ। ଏହି ଗହଳିକୁ ଆଖି ଆଗରେ ରଖି ଗାଡି ରହଣି ସ୍ଥଳ ଓ ବ୍ୟବସାୟ ପରିଚାଳନା ଉପରେ ଆଲୋଚନା ହୋଇଥିଲା।


ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *