ଭାଇଚାରାର ପ୍ରତିକ ତାଜୀୟା ଶୋଭାଯାତ୍ରା

ଆମେ ଏଠାରେ ରାଜଗାଙ୍ଗପୁର ସହରରେ ପାଳିତ ହେଇଥିବା ମହରମ ଶୋଭାଯାତ୍ରାର ପ୍ରସାରଣ କରୁଅଛୁ। ଆମ କ୍ୟାମେରା ଟିମ ଏବଂ ରାଜଗାଙ୍ଗପୁର ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ଦ୍ୱାରା ଏହି ଶୋଭାଯାତ୍ରାର ସବିଶେଷ ବିବରଣୀ ସଂଗୃହିତ ହୋଇଛି।

ରାଜଗାଙ୍ଗପୁର ସହରରେ ଶାନ୍ତି ଶୃଙ୍ଖଳା ସହ ପାଳିତ ହେଲା ମହରମ ଶୋଭାଯାତ୍ରା। ପଶ୍ଚିମାଞ୍ଚଳ ଡ଼ିଆଇଜି ବ୍ରୀଜେଶ ରାଏ ଙ୍କ ଉପସ୍ଥିତି ରେ ସୁନ୍ଦରଗଡ଼ ଜିଲ୍ଲା ଏସ.ପି. ପ୍ରିତୁୟସ ଦିବାକରଙ୍କ ତତ୍ବାବଧାନରେ ରାଜଗାଙ୍ଗପୁର ସହରର ମହରମ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବିଭିନ୍ନ ୱାର୍ଡରୁ ଆସିଥିବା ୯ ଟି ଆଖଡ଼ା କମିଟି ପକ୍ଷରୁ ଧାର୍ମିକ ଶୋଭାଯାତ୍ରା ସହ ବିଭିନ୍ନ ପ୍ରକାରର ଲାଠି ଖେଳ ପ୍ରଦର୍ଶନ କରିଥିଲେ। ତାଜିଆ ଶୋଭାଯାତ୍ରା ଇଦଗାପଡ଼ିଆ ରୁ ବାହାରି ମୁଖ୍ୟ ରାସ୍ତା ସୁବାସ ଛକ ଠାରେ ବିଭିନ୍ନ ଖେଳର ଆୟୋଜନ କରାଯାଇ ସହର ପରିକ୍ରମା କରିଥିଲା।

ଏହି ଅବସରରେ ରାଜଗାଙ୍ଗପୁର ବିଧାୟକ ଡଃ ସିଏସ ରାଜନ୍ ଏକ୍କା ଙ୍କୁ ଆଖଡ଼ା କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ଏସ.ଡି.ପି.ଓ. ବିଭୁତି ଭୁଷଣ ଭୋଇ, ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ, ଅତିରିକ୍ତ ଅଧିକାରୀ ବିଜୟ ଦାସ, ତହସିଲଦାର ଜଗବନ୍ଧୁ ମଲ୍ଲିକ , ଲାଲବାବା ମଜାର କମିଟିର ସଭାପତି ଷ୍ପାକ ଗୁଡା,ସୋଏବ ଆଲବମ,ରାକେଶ ନନ୍ଦା, ଦେବରଞନ ବିନୋଦ, ଅରୁଣ ସାମଳ,ଏମଡି ଖରିଫ, ଏମଡି ଫୟୀମ,ଆଷିଫ ରାଜା, ଏଡି ଇରଫାନ, ଅମରେଶ ପଣ୍ଡା, ଏମଡି ନୈଷାଦ ଏବଂ ଶସି ଚୈରସିଆ ତାଜୀୟା ଶୋଭାଯାତ୍ରା ପରିଚାଳନା କରୁଥିଲେ। ଏମାନଙ୍କ ସହ ଆଖଡ଼ା କମିଟିର ସଦସ୍ୟ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ପୋଲିସ ପ୍ରସାଶନ ଏବଂ
ସୁରକ୍ଷା ବଳଙ୍କ ଉପସ୍ଥିତି ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ପରିଚାଳିତ ହୋଇଥିଲା।

ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *