ରାୟଗଡା ଜିଲ୍ଲାରେ କବାଡି ପ୍ରତିଯୋଗିତା ପ୍ରୀମୀୟର ଲିଗ୍ (ସିଜନ୍ – ୦୨,୨୦୨୫) ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ଆମ ଓଡ଼ିଶାରେ କିର୍କେଟ ଖେଳକୁ ନେଇ ପ୍ରୀମୀୟର ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଅଛି। ଏଥିରେ ଖେଳାଳି ମାନେ ମୋଟା ଅଙ୍କର ଅର୍ଥ ପାଇଥାନ୍ତି ଏବଂ ଖେଳକୁ ନେଇ କ୍ୟାରିୟର ମଧ୍ୟ କରିପାରିଥାନ୍ତି। ଏହି ପ୍ରକ୍ରିୟାରେ ଖେଳାଳି ମାନଙ୍କୁ ଚୟନ କରାଯାଏ ଏବଂ ସେମାନଙ୍କୁ ଖେଳିବା ପାଇଁ ଏକ ବାର୍ଷିକ ରାଶି ନିର୍ଧାରଣ କରାଯାଏ। ଏହି ରାଶିକୁ ସ୍ପନ୍ସରର ଦେଇଥାନ୍ତି ଏବଂ ତାଙ୍କ ନାମରେ ଏହି ଖେଳାଳି ଖେଳିଥାନ୍ତି। ବର୍ତମାନ ରାୟଗଡା ଜିଲ୍ଲା ଏହି ପଦ୍ଧତକୁ ନେଇ କବାଡି ଖେଳକୁ ପ୍ରମୋଟ କରିବା ପାଇଁ ଚେଷ୍ଟା ଚଲାଇଛି। ଏହା ରାୟଗଡା ଜିଲ୍ଲାର ଦ୍ୱିତୀୟ ବର୍ଷ କାର୍ଯ୍ୟକ୍ରମ।

ରାୟଗଡା ସହରର ତେଜସ୍ଵିନି ହୋଟେଲ ରେ “କବାଡି ପ୍ରିମୀୟର ଲିଗ୍ ସିଜନ୍ ୦୨” ର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ମୋଟ ଛଅ ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମଟି ରବି ବାବୁଙ୍କ ଦ୍ଵାରା ପରିଚାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଏନ୍ ଶ୍ରିନୁ କାଉନସିଲର ,ଚନ୍ଦ୍ରକାନ୍ତ ସାମଲ ସିନିୟର୍ ବିଜେଡି କର୍ମୀ, ବି ଚେଟି ଟ୍ରକ୍ ମାଲିକ ,ପ୍ରସାଦ ହୁଇକା ସରପଞ୍ଚ କୋତପେଟା ପଂଚାୟତ ପ୍ରଭୁତି ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଏନ୍ ଶ୍ରୀନୁ କବାଡି ପ୍ରତିଯୋଗିତା ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଶହେ ଖେଳାଳିଙ୍କ ନାମକୁ ନେଇ ଲଟ୍ରି ମାଧ୍ୟମରେ ଚୟନ ପ୍ରକିୟା କରାଯାଇଥିଲା ଏବଂ ଟିମ ଗଠନ କରାଯାଇଥିଲା ।

ଛଅ ଗୋଟି ଟିମ ର ନାମ ହେଲା ଯଥା ୧- ଗେମ୍ ଚେଞ୍ଜର, ୨- ୱାଇ ଏସ ଆର୍ ଲାୟନ୍, ୩- ଜେ କେ ରାଇଡର୍ସ ,୪- ରବି ସେନା ,୫- ଜନ ସେନା ଓ ୬- ୱାଟ ସନ୍ l ପରେ ପରେ ଶହେ ଖେଳାଳି ମାନଙ୍କ ମଧ୍ୟ ରୁ ଗୋଟିଏ ଟିମରେ ୪ ଜଣ ଖେଳୁଥିବା ବେଳେ, ୬ ଟି ଟିମ ଚୟନ କରିଥିଲେ। ଏହି କବାଡି ଟୁର୍ନାମେଣ୍ଟ ଅଗଷ୍ଟ ମାସ ୧୬ ତାରିଖ ରେ କରାଯିବ ବୋଲି ମତ ବ୍ୟକ୍ତ କରାଯାଇଥିଲା। ଏହାଦ୍ୱାରା ରାୟଗଡା କବାଡିଖେଳର ଏନ୍ତୁଡ଼ି ଶାଳ ହେବବୋଲି କ୍ରୀଡ଼ାପ୍ରେମୀ ମାନେ ଆଶାବ୍ୟକ୍ତ କରିଛନ୍ତି।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।
