ଡିଜିଟାଲ ମିଡିୟା ହେଉଛି ବର୍ତମାନ ସମୟର ଯୁଗୋପଯୋଗୀ ଗଣମାଧ୍ୟମ। ଯେଉଁଥିପାଇଁ ସମ୍ବାଦପତ୍ର ଏବଂ ଟିଭି ଚ୍ୟାନେଲ ମାନେ ମଧ୍ୟ ଡିଜିଟାଲ ମିଡିୟାକୁ ଆପଣେଇଲେଣି। ଏହାର ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ଅଛି।
ବାଙ୍କୀ ଡିଜିଟାଲ ସାମ୍ବାଦିକ ସଙ୍ଘ ପକ୍ଷରୁ ସି. ନରେଶ କୁମାର ଙ୍କ ସ୍ମୃତିଚାରଣ ଓ ଦ୍ୱିପଦାନ

ବାଙ୍କୀ-ଡମପଡା ଓ.ଡିଏମ. ଏମ. ଡିଜିଟାଲ ସାମ୍ବାଦିକ ସଙ୍ଘ ପକ୍ଷରୁ ପାଳନ କରାଯାଇଛି। ମାଲକାନଗିରି ଜିଲ୍ଲା ଟାଇମ୍ସ ଓଡ଼ିଆ ପ୍ରତିନିଧି ସି ନରେଶ କୁମାର ଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ସନ୍ଧ୍ୟାରେ ମା’ଚର୍ଚ୍ଚିକା ଙ୍କ ମନ୍ଦିର ପରିସରରେ ସମୂହ ଦ୍ୱିପଦାନ ଓ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସ୍ମୃତି ସଭାରେ ବାଙ୍କୀ-ଡମପଡା ଡିଜିଟାଲ ସଙ୍ଘ ସଭାପତି ମାନସ ରଞ୍ଜନ ସାହୁଙ୍କ ସଭାପତିତ୍ବ ରେ ରାଜ୍ୟ ସଭାପତି ସତ୍ୟବ୍ରତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ୱିପଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଦଳେଇ, ଅଶୋକ ରଣା,ମୃତ୍ୟୁଞ୍ଜୟ ମହାପାତ୍ର, ବସନ୍ତ କୁମାର ଦଳେଇ, ଅନନ୍ତ କୁମାର ରଣା, ଶିବ ପ୍ରସାଦ ସାହୁ, ରାଜେଶ କୁମାର ସାହୁ, ବ୍ରହ୍ମାନନ୍ଦ ପ୍ରଧାନ, ଆନନ୍ଦ ସ୍ୱାଇଁ, ମନୋଜ ରଣା, ସୁବ୍ରତ ପ୍ରଧାନ, ସୁଧାଂଶୁ ଷଡ଼ଙ୍ଗୀ ଏବଂ କୃଷ୍ଣ ଚନ୍ଦ୍ର ଗ୍ରହଚାର୍ଜ୍ୟ, ଗଙ୍ଗାଧର ସାହୁ, ସୁଶାନ୍ତ କୁମାର ନାୟକଙ୍କ ସମେତ “ଭଏସ ଅଫ ମିଡ଼ିଆ” କଟକ ଜିଲ୍ଲା ସଭାପତି ପୁର୍ନେନ୍ଦୁ ନାୟକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ.
ବାଙ୍କୀରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଡ଼ଃ ସୁଵିତ କୁମାର ପଟ୍ଟନାୟକଙ୍କ ରିପୋର୍ଟ।
