ଡ଼ଙ୍ଗରିଆଙ୍କ ସପୁରିଚାଷ ପାଇଁ ସରକାରୀ ଅନୁଦାନର ଆବଶ୍ୟକତା ଅଛି। ଏହି ନ୍ୟୁଜ ସେଗମେଣ୍ଟ ହେଉଛି “ସରକାର ସଚେତନ ହୁଅ”। ଡ଼ଙ୍ଗରିଆ ଜନଜାତିଙ୍କ ଉନତିପାଇଁ , ସରକାର କରୁଛନ୍ତି ମାଳମାଳ ଯୋଜନା। କିନ୍ତୁ ସରକାରୀବାବୁ ମାନଙ୍କ ଅବହେଳା ଯୋଗୁଁ ଏବଂ ଠିକ ସମୟରେ ପହଞ୍ଚି ପାରୁ ନଥିବାରୁ, ଯୋଜନା ହେଉଛି ବାଟବଣା।
ରାୟଗଡା ଜିଲ୍ଲା ବିସମ କଟକ ବ୍ଲକ କୁଲି, ଖଜୁରି ଏବଂ ପାରସାଲି ଏମିତି ବିଭିନ୍ନ ଗ୍ରାମରେ ବସବାସ କରୁଛନ୍ତି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ।
ଏହି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ଙ୍କ ସପୁରୀ ହେଉଛି ପ୍ରମୁଖ ଚାଷ। ରାଜ୍ୟ ରେ ତଥା ରାଜ୍ୟ ବାହାରେ ନିୟମଗିରି ସପୁରୀ ର ବେଶ ଚାହିଦା ରହିଛି। ଚଳିତ ଲଗାଣ ବର୍ଷା ସାଂଗକୁ ଡ୍ରାଇଭର ଙ୍କ ଆନ୍ଦୋଳନ ଯୋଗୁଁ ପାଚିଲା ସପୁରୀ ପଡ଼ିରହି ପଚି ଶଢ଼ୀ ଗଲାଣି। ଏବେ ମହଜୁଦ ସପୁରୀ ମଧ୍ୟ ବାଡ଼ ରେ ପଡ଼ି ରହିଛି। ଚାଷୀ ମାନଙ୍କର ଏବେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଛି। ଆଦିମ ଜନଜାତି ଡଙ୍ଗରିଆକନ୍ଧଙ୍କ ସାମାଜିକ ଏବଂ ଆର୍ଥିକ ଅଭିବୃଦ୍ଧିନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଉଦ୍ୟାନ ଭିତ୍ତିକ ଚାଷ ନିମନ୍ତେ ଯେଭଳି ପ୍ରୋତ୍ସାହନ ଦିଆଯାଉଛି, ତାହାର ବଜାର ବ୍ୟବସ୍ଥା ପାଇଁ ଦୃଷ୍ଟି ଦିଆଯାଉନି। ଫଳରେ ଜିଲ୍ଲାର ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆକନ୍ଧ ସପୁରୀ,କମଳା, ହଳଦୀ, କଦଳୀ, ପଣସ ଭଳି ଉତ୍ପାଦିତ ଦ୍ରବ୍ୟ ବିକ୍ରି ବେଳେ ସମସ୍ୟା ଭୋଗୁଛନ୍ତି। କେବଳ ବିଷମକଟକ ବ୍ଳକ୍ର ଚାଟିକଣା ବଜାରକୁ ଆଣି ବିକ୍ରିକରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଏହି ଚାଷ ନିମନ୍ତେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ମାଧ୍ୟମରେ ସରକାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ ଓ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ବଜାରୀକରଣ ପାଇଁ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ବଜାରୀକରଣ ସଂସ୍ଥା(ଓରମାସ୍ ) ରହିଛି। ଅଥଚ ଉତ୍ପାଦିତ ଦ୍ରବ୍ୟର ବଜାର ସୃଷ୍ଟି କରି ଚାଷୀକୁ ପ୍ରକୃତ ଦର ପ୍ରଦାନ କରିବା ଦିଗରେ ଓରମାସ୍ ବିଫଳ ହୋଇଛି।ବର୍ତ୍ତମାନ ଏଭଳି ପରିସ୍ଥିତି କୁ ନଜରରେ ରଖି କୃଷିଉଦ୍ୟାନ ବିଭଗ ତରଫରୁ ଉର୍ନତମାନର କୁଇନ ଜାତୀୟ ସପୁରୀ ଚାରା ଯୋଗାଇ ଦିଆଯାଇଛି।
ନିୟମଗିରି ପାହାଡ଼ରୁ ସପୁରୀ ଉତ୍ପାଦନର ବର୍ତ୍ତମାନ ଉତ୍କୃଷ୍ଟ ସମୟ ହୋଇଥିବାରୁ ପ୍ରତେକ ଦିନ ପର୍ଯ୍ୟାପ୍ତ ପରିମାଣର ସପୁରୀ ବଜାରକୁ ଆସୁଛି। ଉପଯୁକ୍ତ ବଜାର ଅଭାବରୁ ଡଙ୍ଗରିଆକନ୍ଧ ଦଲାଲଙ୍କ ଶିକାର ହେଉଛନ୍ତି। ସପୁରୀକୁ ୫୦ ଟଙ୍କାରେ ୫ଟି ହିସାବରେ ବିକ୍ରି କରୁଛନ୍ତି ଚାଷୀ ଓ ସଂଗ୍ରହ କାରୀ। ଏହି ସପୁରୀ ରାୟଗଡ଼ା ଓ ଜେକେପୁର ସହରରେ ଗୋଟା ୫୦ ଟଙ୍କାରେ ବିକ୍ରି ହେଉଛି। ଆଉ ଦୈନିକ ଭ୍ୟାନ୍ ଯୋଗେ ରାୟପୁର, ନାଗପୁର, ବିଶାଖାପାଟଣା, ଭୁବନେଶ୍ଵର ଭଳି ସହରକୁ ପଠାଯାଉଛି। ସେଠାରେ ଗୋଟିଏ ସପୁରୀ କୁ ୬୦ରୁ ୮୦ ଟଙ୍କାରେ ବିକ୍ରି କରାଯାଉଛି ପରିଶ୍ରମ କରି ଉତ୍ପାଦିତ ଫସଲର ଉଚିତ୍ ମୂଲ୍ୟ ନପାଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଡ଼ଙ୍ଗରିଆ। ଚାଟିକଣାଠାରୁ କୁଲି ପହାଡ଼ ଉପରକୁ ଯିବା ରାସ୍ତାର ଦୁଇକଡ଼ରେ କୁଢ଼ କୁଢ଼ ପାଚିଲା ସପୁରୀ ଗଦାକରି ବିକ୍ରୟ ପାଇଁ ଚାଷି ଜଗି ରହୁଛନ୍ତି। ଦଲଲମାନେ ସାଗମାଛ ଦରରେ କିଣି ନେଉଛନ୍ତି। ଅଥଚ ଓରମାସ୍ ଦ୍ୱାରା କୌଣସି ଆଖୁଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନି। ନିୟମଗିରି ପାହାଡ଼ ଉପରୁ ଉତ୍ପାଦିତ ସପୁରୀ, ପଣସ, ଆମ୍ବ, କଦଳି, କମଳା ଓ ସୀତାଫଳର ପକ୍ରିୟାକରଣ କରିବା ନିମନ୍ତେ ଚାଟିକଣାଠାରେ ଡିକେଡିଏର ୫୦ ଲକ୍ଷ ଅନୁଦାନ ରାଶିରେ ଗୁଣପୁର ଆଇଟିଡିଏ ସହାୟତରେ ଏକ ପକ୍ରିୟାକରଣ ୟୁନିଟ୍ ରହିଛି। ବର୍ତ୍ତମାନ ସୁଦ୍ଧା ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । କିନ୍ତୁ ଏ ସମ୍ପର୍କରେ ଓରମାସ୍ ଡେପୁଟି ସିଇଓ ମନୋଜ ପାତ୍ର କହିଛନ୍ତି, ପ୍ରକ୍ରିୟାକରଣ ୟୁନିଟ୍ ଠିକ୍ ଭାବେ ଚାଲିଛି। ଚାଷୀ ଏବଂ ସଂଗ୍ରହକାରୀଙ୍କଠାରୁ ସିଧାସଳଖ କିଣିବାର ଓରମାସ୍ରେ ବ୍ୟବସ୍ଥା ନାହିଁ କହିଛନ୍ତି।ରାୟଗଡ଼ାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।
