ଅଫିସ ଏବେ ବାସଗୃହ

ରାଜଗାଙ୍ଗପୁର ପୈରପାଳିକା ଚେୟାରମେନ ଆଣିଛନ୍ତି ଉପାଧ୍ୟକ୍ଷ ଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ।

ରାଜଗାଙ୍ଗପୁର ପୈରପାଳିକାର ଅଧକ୍ଷ ମାଧୁରୀ ଲୁଗୁନ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାରୀ କାର୍ଯ୍ୟାଳୟ ଠାରେ ସରକାରୀ ଯୋଜନାର ବିକାଶ ମୂଳକ କାର୍ଯ୍ୟ ହେବା ଉଚିତ। ମାତ୍ର ପୈରପାଳିକା ଉପାଧ୍ୟକ୍ଷ ଏମ.ଡି. ଇରଫାନ ସମସ୍ତ ନିୟମକୁ ନମାନି ଏବଂ ବେଖାତିରି କରି ରାଜ୍ୟ ସରକାରଙ୍କର ପଖରୁ ଦିଆଯାଇଥିବା ଉପାଧ୍ୟକ୍ଷ ପ୍ରକୋଷ୍ଠକୁ ନିଜର ବାସଗୃହ କରିଛନ୍ତି। ଛୁଟି ଦିନରେ ମଧ୍ୟ ପୈରକାର୍ଯ୍ୟଳୟରେ ନିଜ ପ୍ରକୋଷ୍ଠରେ ଏସି,ଫ୍ୟାନ,ଜଳ ବ୍ୟବହାର ସହ ଘରର ଯାବତୀୟ ସାମଗ୍ରୀ, ସାର୍ଟ ପେଣ୍ଟ ଆଣି ବ୍ୟବହାର କରୁଛନ୍ତି।

ଉକ୍ତ ଘଟଣା ସମ୍ପର୍କରେ ପୈରପାଳିକା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଉପାଧ୍ୟକ୍ଷ ଏମ.ଡି. ଇରଫାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି। ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

 

Leave a Reply

Your email address will not be published. Required fields are marked *