ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ରଙ୍କ ନିଖୋଜ ଘଟଣା ଆଜି ନୂଆମୋଡ଼ ନେଇଛି। ପରିବାର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ନିଖୋଜ ମାମଲା ରୁଜୁ କରିଥିବା ପୁଲିସ ଆଜି ତତ୍ପରତା ପ୍ରକାଶ କରିଥିଲା। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁଇ ସନ୍ଦିଗ୍ଧ ନରେଶ ଦୋରା ଓ ସୁଶାନ୍ତ ହରିଜନଙ୍କୁ ଚିହ୍ନଟ କରିଥିଲା କୁକୁର। ଏହାପରେ ନରେଶକୁ ପଚରାଉଚୁରା କରିବା ପରେ ବୃଦ୍ଧ ରଘୁଙ୍କୁ ହତ୍ୟା କରି ବାଇକ ଯୋଗେ ଶବ ନେଇ ସୀମାନ୍ତ ଜିଲ୍ଲା ରାୟଗଡାର ଦହିଖାଲ ନିକଟରେ ରେଳ ଧାରଣାରେ ଫିଙ୍ଗି ଥିବା ତଦନ୍ତରେ ଜଣା ପଡିଥିଲା। ସାଇଣ୍ଟିଫିକ ଟିମ ଅଧିକ ତଦନ୍ତ ପାଇଁ ଗାଁ ମୁଣ୍ଡରେ ପଡିଥିବା ରକ୍ତକୁ ଅଭିଯୁକ୍ତ ପେଟ୍ରୋଲ ଢାଳି ପ୍ରମାଣ ନଷ୍ଟ କରିବା ସ୍ଥାନରୁ ମାଟି ସଂଗ୍ରହ କରି ନେଇଛନ୍ତି।ପୁଲିସ ପକ୍ଷରୁ ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ବିଶ୍ୱନାଥପୁର ଥାନାକୁ ନେଇଯାଇଛି। ଅଭିଯୁକ୍ତ ନରେଶର ବାପା ଦୁଃଶାସନ ଦୋରା ଗତ ମାସକ ତଳେ ମୃତ୍ୟୁବରଣ କରିଥିବାବେଳେ ମୃତ ରଘୁ ତାଙ୍କୁ ଗୁଣି କରିଥିବା ନେଇ ନରେଶଙ୍କ ପରିବାର ସନ୍ଦେହ କରିଥିଲେ। ସେଇଦିନଠୁ ରଘୁଙ୍କ ଉପରେ ରାଗ ରଖିଥିଲା ସେ। କେରଳରୁ ସେ ଗାଁକୁ ଆସିବା ସହିତ ଦୁଃଶାସନଙ୍କ ମୃତ୍ୟୁର ଠିକ ମାସେ ପୁରିବା ଦିନ ସନ୍ଧ୍ୟାରେ କୌଣସି କାମରେ ରଘୁ ନିକଟସ୍ଥ ବଣ୍ଡେଲ ଗାଁକୁ ଯାଇ ଫେରୁଥିବାବେଳେ ନିଛାଟିଆ ଦେଖି ଆକ୍ରମଣ କରିଥିଲା। ହତ୍ୟା ପରେ ନିଜର ସହଯୋଗୀ ସହିତ ଶବ ଗାୟବ କରିବା ସହିତ କିଛି ଜାଣିନଥିବା ଭଳି ରହିଥିଲା।ଆଜି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ଚିହ୍ନଟ କରିବା ପରେ ଏମାନଙ୍କୁ ବିଶ୍ୱନାଥ ପୁର ଥାନାକୁ ଆଣି ପଚରାଉଚରା କରିବା ପରେ ରୋଘୁ ପାତ୍ର ଙ୍କ ମୃତ ଦେହ ଆମ୍ବଦୁଲା ଦହିଖାଳ କୁ ସଂଯୋଗ କରୁଥିବା ରେଲୱେ ଟ୍ରାକରେ ଦେଖିବାକୁ ପାଇଥିଲେ।ଏହା ପୂର୍ବରୁ ଗଳିତ ଶବ ବୋଲି ରେଲୱେ ପୋଲିସ ଶବକୁ ଜବଦ କରି ରାୟଗଡାକୁ ସ୍ଥାନାନ୍ତର କରିଥିଲା l ଆଜି ବିଶ୍ୱନାଥ ପୁର ପୋଲିସ ଶବ ଜବତ କରିବା ଶହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଏପଟେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ କାଣ୍ଡାମା ଗ୍ରାମର ଆଉ ଦୁଇ ଜଣ ପ୍ରଦୀପ ହରିଜନ ଓ ଭୋଳା ଦୋରାଙ୍କୁ ଥାନାରେ ଅଟକ ରଖି ପୋଲିସ ତାର ତଦନ୍ତ ଜାରି ରଖିଛି।ଏନେଇ ବିଶ୍ୱନାଥ ପୁର ଥାନା ଅଧିକାରୀ ତୁଳସୀରାମ ଶବରଙ୍କୁ ପଚାରିବାରୁ ଆଜି ତଦନ୍ତ ପରେ ରଘୁ ପାତ୍ରଙ୍କୁ ହତ୍ୟା କରି ରେଳ ଲାଇନ ରେ ଫିଙ୍ଗିଥିବା ଜଣା ପଡିଥିବା।ଏହି ଘଟଣାରେ ସାମିଲ ଥିବା ୪ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡି ଜିଲ୍ଲା ପ୍ରତନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ Photo news Times
ଗାଁର ବୃଦ୍ଧ ରଘୁ ପାତ୍ରଙ୍କ ନିଖୋଜ ଘଟଣା ଆଜି ନୂଆମୋଡ଼
